ETV Bharat / state

Bharat Jodo Yatra: ସୋମବାର ଠାରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ଆସନ୍ତାକାଲି(ସୋମବାର)ଠାରୁ ଓଡିଶାରେ ଆରମ୍ଭ ହେବ ଭାରତ ଯୋଡ଼ ଯାତ୍ରା । ଭୁବନେଶ୍ୱରର ଆଇଜି ପାର୍କରୁ ଆରମ୍ଭ ହୋଇ ନଖରାର ଲୋକେଶ୍ବର ମନ୍ଦିର ପର୍ଯ୍ୟନ୍ତ ଚାଲିବ କଂଗ୍ରେସର ଏହି ପଦଯାତ୍ରା । ଅଧିକ ପଢନ୍ତୁ

author img

By

Published : Oct 30, 2022, 8:30 PM IST

Updated : Oct 30, 2022, 8:49 PM IST

Bharat Jodo Yatra: ସୋମବାର ଠାରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା
Bharat Jodo Yatra: ସୋମବାର ଠାରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ଭୁବନେଶ୍ବର: ସୋମବାର ଠାରୁ ଓଡିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା(Bharat Jodo Yatra) ଆସନ୍ତାକାଲି(ସୋମବାର) ଠାରୁ ଓଡିଶାରେ ଆରମ୍ଭ ହେବ । ଭୁବନେଶ୍ୱରରୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଭାରତ ଯୋଡ଼ ପଦଯାତ୍ରା । ଏହି ଯାତ୍ରା ଆଇଜି ପାର୍କରୁ ଆରମ୍ଭ ହୋଇ ନଖରାର ଲୋକେଶ୍ବର ମନ୍ଦିର ପର୍ଯ୍ୟନ୍ତ ଚାଲିବ । ଦିନକୁ 20 କିମି ଚାଲିବ କଂଗ୍ରେସର ପଦଯାତ୍ରା । ସୋମବାର 2250 କିଲୋମିଟର ଅତିକ୍ରମ କରିବେ ଦଳର ନେତା ଓ କର୍ମୀ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

Bharat Jodo Yatra

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ରାଜ୍ୟର 27ଟି ଜିଲ୍ଲାରେ କଂଗ୍ରେସ ପଦଯାତ୍ରା କରିବ । ଧାମନଗର ଉପନିର୍ବାଚନ(Dhamnagar by-election) ପାଇଁ 2 ଓ 3 ତାରିଖ ଦିନ ଯାତ୍ରା ବନ୍ଦ ରହିବ । ଭାରତ ଯୋଡ଼ ଯାତ୍ରାରେ ସାମିଲ ନେତାଙ୍କ ପାଇଁ ପ୍ରତି 20 କିମି ବ୍ୟବଧାନରେ ଟେଣ୍ଟର ବ୍ୟବସ୍ଥା କରାଯିବ । ସେଥିରେ ନେତାଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ । ଯାତ୍ରା ସମୟରେ କଂଗ୍ରେସର ବିଭିନ୍ନ ସେଲ ସହ ଏସଏଚଜି ମହିଳା, ବୁଦ୍ଧିଜୀବୀ ଓ କ୍ରୀଡାବିତଙ୍କୁ ଭେଟିବେ କଂଗ୍ରେସ ନେତା । ଚାଷୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହି ପଦଯାତ୍ରାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ମଧ୍ଯ ଯୋଗଦେବେ ।"

ଏହା ମଧ୍ୟ ପଢନ୍ତୁDhamnagar By-Poll: SHG ମାଆମାନଙ୍କୁ ବିଜେଡି ଅନୈତିକ କାର୍ଯ୍ୟରେ ଲଗାଉଛି କହିଲା ବିଜେପି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ଜାରି ରହିଛି । ଗତ ସେପ୍ଟେମ୍ବରରୁ ଚାଲିଥିବା କଂଗ୍ରେସ ଯାତ୍ରା 511 କିଲୋମିଟର ଅତିକ୍ରମ ପରେ ଅକ୍ଟୋବର 21ରେ ଶେଷ ହେବ । 150 ଦିନର ଏହି ଯାତ୍ରାରେ 12 ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ରାହୁଲଙ୍କ ନେତୃତ୍ବରେ ମୋଟ 118 କଂଗ୍ରେସ ନେତା ଓ କର୍ମୀ ପ୍ରତିଦିନ 6 ରୁ 7 ଘଣ୍ଟା ପଦଯାତ୍ରା କରୁଛନ୍ତି । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦାମ ବୃଦ୍ଧି । ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି । ଏହି ପଦଯାତ୍ରାରେ 30 ପ୍ରତିଶତ ମହିଳା ମଧ୍ୟ ଯୋଗ ଦେଉଛନ୍ତି । ଦେଶକୁ ଯୋଡିବାକୁ ଏହି ଭାରତ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେଲେଙ୍ଗାନାରେ ବର୍ତ୍ତମାନ ଜାରି ରହିଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା ।

ଭୁବନେଶ୍ବର, ଇଟିଭି ଭାରତ

Last Updated : Oct 30, 2022, 8:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.