ETV Bharat / state

Monsoon session: ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସର କମ୍ପନରେ କମ୍ପିବ ବିଧାନସଭା - ମୌସୁମୀ ଅଧିବେଶନକୁ ନେଇ କଂଗ୍ରେସର ପ୍ରତିକ୍ରିୟା

ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ କମ୍ପିବ ଗୃହ । ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ କଂଗ୍ରେସ ସ୍ବରକୁ ଶାଣିତ କରିବ ବୋଲି କହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 14, 2023, 7:41 PM IST

Updated : Sep 14, 2023, 7:56 PM IST

ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସର କମ୍ପନରେ କମ୍ପିବ ବିଧାନସଭା

ଭୁବନେଶ୍ବର: କମ୍ପିବ ବିଧାନସଭା । ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ସଜବାଜ ହେଲେଣି ବିରୋଧୀ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଜବାବ ତଲବ କରିବେ ବିରୋଧୀ ଦଳ । ତେବେ ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ସ୍ବରକୁ ଶାଣିତ କରିବ କଂଗ୍ରେସ । ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ଅଭିଯୋଗ ଆଣି ଗୃହରେ ହଙ୍ଗାମା କରିବ ରାଜ୍ୟ କଂଗ୍ରେସ । ବ୍ୟାପକ ପ୍ରସଙ୍ଗରେ ଚରମ ଅବହେଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଏନେଇ ବିଧାୟକ ନରସିଂହ କହିଛନ୍ତି, "ଆଗକୁ ମୌସୁମୀ ଅଧିବେଶନ । ରାଜ୍ୟରେ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଛି । ନିର୍ବାଚିତ ପ୍ରତିନିଧି ବିଧାୟକ କି ମନ୍ତ୍ରୀ ହୁଅନ୍ତୁ ତାଙ୍କ କଥା କେହି ଶୁଣୁନାହାନ୍ତି । ରାଜ୍ୟରେ ଚାଲିଛି ଗୁମାସ୍ତା ଶାସନ । ଏହା ବିଧାନସଭାରେ ହେବ ମୁଖ୍ୟ ପ୍ରସଙ୍ଗ ହୋଇଛି । ଦୁର୍ନୀତି ମୁକ୍ତ ଶାସନ ମୁଖ୍ୟମନ୍ତ୍ରୀ କହୁଛନ୍ତି ହେଲେ ତାଙ୍କ ଦଳର ନେତା ମାନେ ଦୁର୍ନୀତିରେ ସମ୍ପୃକ୍ତ, ବିଧାନସଭାରେ ଆଲୋଚନା ହେଲା । ହେଲେ ସରକାର ତାର ତଦନ୍ତ କଲେ ନାହିଁ ତାର ସୁରକ୍ଷା ଦେବା ପାଇଁ ସରକାର ଚେଷ୍ଟା କରିଛନ୍ତି ।"

ରାଜ୍ୟରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସେ କହିଛନ୍ତି, "ରାଜ୍ୟରେ ଦୁର୍ନୀତି ଏକ ବଡ଼ ପ୍ରସଙ୍ଗ ହୋଇ ଉଭା ହୋଇଛି । ଉପରୁ ତଳ ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି । ଦୁର୍ନୀତି କଥା ଉଠିଲେ ବିଧାନସଭାରେ ବିଜେଡିର ନେତାମାନେ ଅନୁପସ୍ଥିତ ରହୁଛନ୍ତି । ବିଜେଡି ବିଜୁ ବାବୁଙ୍କ ନୀତି ଆଦର୍ଶରେ ପରିଚାଳିତ ଦଳ ବୋଲି କଣ କହୁଛି ବିଜେଡି ? ଶିକ୍ଷା ବ୍ୟବସ୍ଥା ରାଜ୍ୟରେ ଭୁଶୁଡି ପଡିଛି । ଆୟୁଷ ଡକ୍ଟର, ଶିକ୍ଷକ ସମସ୍ୟା ଓ ଆଇନ ଶୃଙ୍ଖଳା ସହିତ ଦୁର୍ନୀତି ହେବ ବଡ଼ ପ୍ରସଙ୍ଗ ।"

ଏହା ବି ପଢନ୍ତୁ- ବିଧାନସଭା ଘେରିବ ଭାରତୀୟ ମଜଦୂର ସଂଘ

ଏପଟେ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା କହିଛନ୍ତି । ଅହେତୁକ ଦରଦାମ ବୃଦ୍ଧି ନେଇ ଆଜି ସାରା ଦେଶବାସୀ ଅତିଷ୍ଠ । ବେକାରୀ ସମସ୍ୟା, ଚାଷୀ ପ୍ରସଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି, ସଚିବଙ୍କ ହେଲିକପ୍ଟରରେ ବୁଲାରେ କୋଟି କୋଟି ଟଙ୍କା ବ୍ୟୟ ହୋଇଛି । ଏହା ଜନସାଧାରଣଙ୍କ ଅର୍ଥ । ତାକୁ ଏମିତି ବ୍ୟୟ କରିବାକୁ କଂଗ୍ରେସ ସହଜରେ ଗ୍ରହଣ କରି ପାରୁନି । ତେଣୁ ଏ ପ୍ରସଙ୍ଗ ସବୁ ବିଧାନସଭାରେ ପଚାରିବୁ,ଏଭଳି ଗସ୍ତରେ ରାଜ୍ୟକୁ କଣ ଫାଇଦା ମିଳିଲା ତାର ଉତ୍ତର ମାଗିବୁ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

ଏହା ବି ପଢନ୍ତୁ- Odisha Assembly: ବିଜେଡି-ବିଜେପି ଏକ, ବିଧାନସଭାରେ ପ୍ରମାଣିତ କରିବୁ: କଂଗ୍ରେସ ବିଧାୟକ

ଆସନ୍ତା ୨୧ ତାରିଖରେ ବାଚସ୍ପତି ନିର୍ବାଚନ । ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ନେଇ ସରକାରୀ ବିଜ୍ଞପ୍ତି ଜାରି ହୋଇଛି । ସେପ୍ଟେମ୍ବର ୨୨ରୁ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ହେବ ଏହି ଅଧିବେଶନ । ୧୧ ଦିନ ଧରି ଚାଲିବ ଅଧିବେଶନ । ୪ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 14, 2023, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.