ETV Bharat / state

ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବ କଂଗ୍ରେସ, ଖୁବ୍‌ଶୀଘ୍ର ହେବ ବ୍ଲକ ସଭାପତି ସମ୍ମିଳନୀ - ଖୁବ୍‌ଶୀଘ୍ର ହେବ ବ୍ଲକ ସଭାପତି ସମ୍ମିଳନୀ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତୃଣମୂଳସ୍ତରରେ ସଂଗଠନ ସଜାଡ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି । ଖୁବଶୀଘ୍ର ବ୍ଲକ ସଭାପତିମାନଙ୍କୁ ନେଇ ଭୁବନେଶ୍ବରରେ ଏକ ସମ୍ମିଳନୀ କରାଯିବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଖୁବ୍‌ଶୀଘ୍ର ହେବ ବ୍ଲକ ସଭାପତି ସମ୍ମିଳନୀ
ଖୁବ୍‌ଶୀଘ୍ର ହେବ ବ୍ଲକ ସଭାପତି ସମ୍ମିଳନୀ
author img

By

Published : Jul 4, 2023, 10:45 PM IST

ଖୁବ୍‌ଶୀଘ୍ର ହେବ ବ୍ଲକ ସଭାପତି ସମ୍ମିଳନୀ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସର ସ୍ପିଡ୍‌ ବଢିବ, ସଂଗଠନ ସୁଦୃଢ଼ ହେବ । ଏନେଇ ଓଡିଶା ଆସୁଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ । ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ରାଜ୍ୟରେ କ୍ଷମତାସୀନ କରିବା ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଆୟୁଧ କରି ଭୋଟରଙ୍କ ପାଖକୁ ଯିବ ଦଳ । ଏଥିପାଇଁ ସାଙ୍ଗଠନିକ କ୍ଷେତ୍ରରେ ଘର ସଜଡ଼ା ଆରମ୍ଭ କରିଛି କଂଗ୍ରେସ । ପ୍ରଥମେ ପିସିସି ସଭାପତିଙ୍କ ନୂଆ ଟିମ ଘୋଷଣା ହେବାପରେ ଜିଲ୍ଲା ସଭାପତି ମାନଙ୍କ ନାଁ ଘୋଷଣା କଲା ପିସିସି । ଏବେ ବ୍ଲକ ସଭାପତି ମାନଙ୍କୁ ଏକାଠି କରିବ ଦଳ ।

ଚଳିତ ମାସରେ ରାଜ୍ୟର ସମସ୍ତ ବ୍ଲକ ସଭାପତି ମାନଙ୍କୁ ନେଇ ରାଜ୍ୟସ୍ତରୀୟ ସମ୍ମିଳନୀ କରିବ କଂଗ୍ରେସ । ବ୍ଲକ ସଭାପତି ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳର ହାଇ ପ୍ରୋଫାଇଲ ନେତା । କିଭଳି ଗାଁ ଗଣ୍ଡାରେ କଂଗ୍ରେସ ଅଧିକ ଜନାଦୃତ ହେବ, ସେନେଇ ଅଙ୍କ କଷା ଆରମ୍ଭ କରିଛି କଂଗ୍ରେସ । ବ୍ଲକରୁ ପଞ୍ଚାୟତ ଏବଂ ପଞ୍ଚାୟତରୁ ୱାର୍ଡ । ସବୁଠି କଂଗ୍ରେସ କିଭଳି କାୟା ବିସ୍ତାର କରିବ, ସେନେଇ ହେବ ଆଲୋଚନା । ତୃଣମୂଳସ୍ତରରେ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭୁବନେଶ୍ବରରେ ଏକ ବ୍ଲକ ସଭାପତି ସମ୍ମିଳନୀ ଆୟୋଜନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...5T ସଚିବଙ୍କ ଗସ୍ତକୁ ନେଇ ଦ୍ଵନ୍ଦ୍ବରେ କଂଗ୍ରେସ ! କିଏ ସମର୍ଥନ କରୁଛି, ଆଉ କିଏ ବିରୋଧ ?

ଏହି ସମ୍ମିଳନୀ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆଗକୁ ଓଡିଶା କଂଗ୍ରେସର ସ୍ଥିତି ଭଲ ହେବ । ସଂଗଠନକୁ ଉଠେଇବା ପାଇଁ ନେତା ମାନେ ଦାୟିତ୍ବ ଗ୍ରହଣ କରିବେ । ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ ବିଭିନ୍ନ ସାମ୍ମୁଖ୍ୟ ମିଶି ଆଗକୁ କଂଗ୍ରେସକୁ ଶକ୍ତିଶାଳୀ କରିବୁ ।" ଖୁବଶୀଘ୍ର AICC ସଦସ୍ୟ ସହ CWC ସଭ୍ୟ ଘୋଷଣା ହେବ । ଓଡିଶାରୁ କାହାକୁ ସ୍ଥାନ ମିଳିବ, ସେନେଇ ମଧ୍ୟ ଅଙ୍କ କଷା ଆରମ୍ଭ ହୋଇଯାଇଛି । ହାଇପ୍ରୋଫାଇଲ ନେତାଙ୍କୁ ଏହି ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କଂଗ୍ରେସ ଦାୟିତ୍ବ ବଣ୍ଟନ କରି ଦଳୀୟ ସଂଗଠନକୁ ସଶକ୍ତ କରିବାକୁ ଏବେ ଆକ୍ସନ ପ୍ଲାନ ପ୍ରସ୍ତୁତ ସରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.