ଭୁବନେଶ୍ବର: ବର୍ତ୍ତମାନ ଧାମନଗର ଉପନିର୍ବାଚନ ନେଇ ଚଳଚଞ୍ଚଳ ରହିଛି ରାଜ୍ୟ ରାଜନୀତି । ପ୍ରମୁଖ ରାଜନୈତିକ ଦଳର ହେବିୱେଟ୍ ଧାମନଗର ଉପନିର୍ବାଚନ ମୈଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଛନ୍ତି । ଏହି ରେସ୍ରେ କଂଗ୍ରେସ ଟିକିଏ ପଛରେ ପଡ଼ି ଯାଇଥିବା ବେଳେ ଏବେ ଅନ୍ୟ ରାଜନୈତିକ ଦଳ ସହ ତାଳ ଦେବାକୁ ଅଣ୍ଟା ଭିଡିଛି । ଏହି କ୍ରମରେ ଅକ୍ଟୋବର ୨୬ ତାରିଖରୁ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରିବ ।
ଏହା ବି ପଢ଼ନ୍ତୁ Dhamnagar Bypoll: ରୋଡ ଶୋ କରି ଭୋଟ୍ ମାଗିବ କଂଗ୍ରେସ
ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ଧାମନଗର ଗସ୍ତ କରି ପ୍ରଚାର ମଙ୍ଗ ଧରିବେ । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି, "ଆମେ ଯାଇଥିଲୁ ଧାମନଗର । ରାଲି କରିଥିଲୁ, ସମର୍ଥକଙ୍କ ଭିଡ ଜମିଥିଲା । କଂଗ୍ରେସ ରାଲି ଯେଉଁଭଳି ହେଲା ଆଉ କୌଣସି ରାଲି ହୋଇନି ବୋଲି ଧାମନଗରବାସୀ କହିଥିଲେ । ଆମ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଜଣେ ଭଦ୍ର ଲୋକ । ସେ ଜଣେ ଶିକ୍ଷିତ ଓ ସମାଜସେବୀ । ଆମେ ତାଙ୍କୁ ନେଇ ତିନୋଟି ରାଲି କରିଥିଲୁ । ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଧାମନଗର ଯିବେ । ଏହାପୂର୍ବରୁ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରା ବହିନୀପତି, ରାମ ଖୁଣ୍ଟିଆ ପ୍ରମୁଖ ପ୍ରମୁଖ ପ୍ରଚାର କରିବେ । ଲୋକେ କଂଗ୍ରେସକୁ ଗ୍ରହଣ କରିବେ ।"
ପୂର୍ବରୁ ଏନେଇ ପିସିସି ସଭାପତି କହିଥିଲେ, "ଆସନ୍ତା 27, 28 ଏବଂ 29 ତାରିଖରେ ଧାମନଗରରେ ରୋଡ଼ ଶୋ କରିବ କଂଗ୍ରେସ। ସମସ୍ତ ବ୍ଲକ ଓ ପଞ୍ଚାୟତରେ ଲୋକମାନଙ୍କ ପାଖକୁ କଂଗ୍ରେସ ନେତାମାନେ ଯିବେ। ଷ୍ଟାର ପ୍ରଚାରକ ତାଲିକାରେ ଥିବା ନେତା ପ୍ରଚାରକୁ ଓଲ୍ଲାଇ ସାରିଲେଣି । ଗତକାଲି ବିଧାୟକ ସୁରେଶ ରାଉତରାୟ ଧାମନଗରରେ ପ୍ରଚାରକୁ ଯାଇଥିଲେ। ତାଙ୍କ ସହ ବହୁ ସାଧାରଣ ଜନତା ଯୋଡି ହୋଇଛନ୍ତି। ଏହାର ଅର୍ଥ ବିଜେଡି ଓ ବିଜେପି ପ୍ରତି ଲୋକମାନଙ୍କର ଜନ ଅସନ୍ତୋଷ ରହିଛି। ଆଜି ଆହୁରି ମଧ୍ୟ କଂଗ୍ରେସ ନେତାମାନେ ମଧ୍ୟ ଯାଇଛନ୍ତି । ପୂର୍ବ ନିର୍ବାଚନରେ ଆମେ 7 ହଜାର ଭୋଟ ପାଇଥିଲୁ । ତେଣୁ କଂଗ୍ରେସର ଲଢେଇ ବିଜେଡି ସାଙ୍ଗରେ ହେବ । ଆମେ ମଧ୍ୟ ଏକ ନମ୍ବର ପାଇଁ ହିଁ ଲଢେଇ କରୁଛୁ । ବିଜେପି ବିଜେଡି ଉଭୟ ମିଶିକି ଅଛନ୍ତି । ବର୍ତ୍ତମାନ ଓଡ଼ିଶାର ଜନସାଧାରଣ ଉଭୟ ସରକାର ଉପରେ ଅତିଷ୍ଠ ହୋଇ ସାରିଲେଣି ।"