ETV Bharat / state

ଜଙ୍ଗଲ ନିଆଁରେ ଜଳୁଛି ଓଡ଼ିଶା, ସରକାରଙ୍କୁ ଘେରିଲା କଂଗ୍ରେସ

author img

By

Published : Mar 14, 2023, 10:29 PM IST

ସାରା ରାଜ୍ୟରେ ଜଙ୍ଗଲ ନିଆଁ ଦିନକୁ ଦିନ ବ୍ୟାପୁଥିବା ଦେଖିବାକୁ ମିଳିଛି । ତେବେ ଜଙ୍ଗଲ ନିଆଁକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରକଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଜଙ୍ଗଲ ନିଆଁର କ୍ଷୟକ୍ଷତି ସହିତ ଅର୍ଥନୈତିକ ଉପରେ ଏହା କଣ ପ୍ରଭାବ ପକାଉଛି ସରକାର ତାହାର ହିସାବ ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଅଧିକ ପଢ଼ନ୍ତୁ

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ସାରା ରାଜ୍ୟରେ ଜଳୁଛି ଜଙ୍ଗଲ । ଦିନକୁ ଦିନ ରାଜ୍ୟରେ ଜଙ୍ଗଲ ନିଆଁ ବଢୁଥିବା ଦେଖିବାକୁ ମିଳୁଛି । ନଭେମ୍ବର ୨୦୨୨ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ୮୭୧ଟି ଜଙ୍ଗଲରେ ବଡ଼ ଧରଣର ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଯାହା ଦେଶରେ ଅନ୍ୟ କୌଣସି ରାଜ୍ୟର ବନାଗ୍ନି ତୁଳନାରେ ସର୍ବାଧିକ । ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ୧୬୨୫ରୁ ଅଧିକା ଜଙ୍ଗଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ତେବେ ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର ୩୫ ପ୍ରତିଶତରୁ ଅଧିକା ବୋଲି ଆକଳନ କରାଯାଇଛି । ତେବେ ଏହି ଜଙ୍ଗଲ ନିଆଁକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରକଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "ରାଜ୍ୟର ବିଭିନ୍ନ ଜଙ୍ଗଲ ଏବେ ଜଳୁଛି । ଜଙ୍ଗଲ ବିଭାଗ ହେଉଛି ଜଙ୍ଗଲର ବଡ଼ ଶତୃ । ରାଜ୍ୟର ୧ ହଜାର ୭୪୬ ସ୍ଥାନରେ ଜଙ୍ଗଲ ନିଆଁ ଜଳୁଛି । ସେହି ମଧ୍ୟରୁ ୮୭୧ଟି ସ୍ଥାନରେ ନିଆଁର ପ୍ରଭାବ ଅଧିକା ରହିଛି । ଆନ୍ଧ୍ରପ୍ରଦେଶରେ ୭୧୪, କର୍ଣ୍ଣାଟକ ୬୪୨, ତେଲେଙ୍ଗାନାରେ ୪୪୭, ମଧ୍ୟପ୍ରଦେଶରେ ୩୧୬ ଜଙ୍ଗଲରେ ନିଆଁ ଲାଗିଛି । ଏଥିରୁ ଜଣାପଡୁଛି ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଏହାର ଅନୁପାତ ଅଧିକା ରହିଛି । ୨୦୨୧ ମସିହାରେ ଶିମିଳିପାଳ ଅଞ୍ଚଳରେ ବଡ଼ ଧରଣର ନିଆଁ ଦେଖାଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଏନେଇ ଏକ ଟାକ୍ସ ଫୋର୍ସ ଗଠନ କରଯାଇଥିଲା । କିନ୍ତୁ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ । ତାହାର ରିପୋର୍ଟ ମଧ୍ୟ ସାର୍ବଜନୀନ ହେଲା ନାହିଁ ।" ଯେଉଁମାନେ ଜଙ୍ଗଲକୁ ନିଆଁ ଲଗାଉଛନ୍ତି, ବା ସେଥିରେ ସହଯୋଗ କରୁଛନ୍ତି ତାଙ୍କୁ ଗିରଫ କରାଯିବାର ଆଇନ ରହିଛି । କିନ୍ତୁ କେତେ ଜଣଙ୍କୁ ଗିରଫ ହେଉଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।

୨୦୧୮-୧୯ ମସିହାରେ ସେତେବେଳର ପିସିସିଏଫ ସୁବାଷ ଚନ୍ଦ୍ର ମିଶ୍ର ଦେଇଥିବା ପ୍ରସ୍ତାବ ଆଜି ପର୍ଯ୍ୟନ୍ତ କାର୍ଯକାରୀ ହୋଇଛି ନା ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ସୁଦର୍ଶନ । ସେ କହିଛନ୍ତି, "ଜଙ୍ଗଲ ନିଆଁକୁ ରୋକିବା ପାଇଁ ଏକ ନିର୍ଦ୍ଦେଶନମା ଜାରି କରାଯାଇଥିଲା । କିନ୍ତୁ ଖୋଦ ରାଜ୍ୟ ସରକାର ନିଜ SOPକୁ ମାନି ନାହାନ୍ତି। ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ସର୍ଭେ ଅନୁଯାୟୀ ଓଡ଼ିଶାର ଜଙ୍ଗଲ ନିଆଁ ସବୁଠୁ ଆଗରେ । ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ମନୋବୃତି ନାହିଁ । ଘୋଡାନାଚ ଓ ଦାସକାଠିଆ ମାଧ୍ୟମରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ସଚେତନତା କରିବା ପାଇଁ ରାଜ୍ୟ ସରକାର କହିଛନ୍ତି । କିନ୍ତୁ ଯାହା ନଭେମ୍ବର ମାସରେ କରିବା କଥା ତାହା ଏବେ କରି ଲାଭ କଣ ? କଂଗ୍ରେସ ଏହାକୁ ଘୋର ନିନ୍ଦା କରୁଛି । ଜଙ୍ଗଲ ନିଆଁର କ୍ଷୟକ୍ଷତି ସହିତ ଅର୍ଥନୈତିକ ଉପରେ ଏହା କଣ ପ୍ରଭାବ ପକାଉଛି ତାହାର ହିସାବ ଦିଅନ୍ତୁ ରାଜ୍ୟ ସରକାର ।" ତେବେ ଖୁବଶୀଘ୍ର କଂଗ୍ରେସ ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଜଳୁଥିବା ଜଙ୍ଗଲକୁ ଟିମ ଅନୁଧ୍ୟାନ କରିବ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.