ETV Bharat / state

CAG Report: 93ଟି ଯୋଜନା ପାଇଁ ଆସିଥିବା 37 କୋଟି ଫେରିଗଲା, କଂଗ୍ରେସ ମାଗିଲା ସ୍ପଷ୍ଟୀକରଣ

author img

By ETV Bharat Odisha Team

Published : Oct 5, 2023, 5:02 PM IST

CAG ରିପୋର୍ଟକୁ ନେଇ ସରଗରମ ରାଜନୀତି । 93ଟି ଯୋଜନାରେ ଟଙ୍କା ଟିଏ ବି ଖର୍ଚ୍ଚ ହୋଇନାହିଁ । ଏହାର ସ୍ପଷ୍ଟୀକରଣ ଅର୍ଥମନ୍ତ୍ରୀ ଦେବାକୁ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

CAG  ରିପୋର୍ଟକୁ ନେଇ ସରଗରମ ରାଜନୀତି
CAG ରିପୋର୍ଟକୁ ନେଇ ସରଗରମ ରାଜନୀତି

CAG ରିପୋର୍ଟକୁ ନେଇ ସରଗରମ ରାଜନୀତି

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ଖର୍ଚ୍ଚର ହିସାବ ଦେଇଛନ୍ତି ସିଏଜି । ସିଏଜିଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ବ୍ୟାପକ ଅନିୟମିତତା ହୋଇଥିବାର CAG ରିପୋର୍ଟରେ ପ୍ରକାଶ ପାଇଥିବା କଂଗ୍ରେସ ଅଭିୟୋଗ ଅଣିଥିବା ବେଳେ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଅର୍ଥ ଖର୍ଚ୍ଚ କରିବାରେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ‘‘ବଜେଟ ବଢୁଛି ହେଲେ ଖର୍ଚ୍ଚ କମୁଛି । CAG ରିପୋର୍ଟରେ ଏମିତି ତଥ୍ୟ ଆସିଛି । 93ଟି ଯୋଜନାରେ ଟଙ୍କା ଟିଏ ବି ଖର୍ଚ୍ଚ ହୋଇନାହିଁ । ତେଣୁ ଏନେଇ ଅର୍ଥ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦିଅନ୍ତୁ । ବଜେଟ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇନାହିଁ । ତା ସତ୍ତ୍ୱେ ଅତିରିକ୍ତ ବଜେଟ ଆସିଛି । ସରକାର ବିଧାନସଭା ଏବଂ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କେଉଁ ମାସରେ କେତେ ଖର୍ଚ୍ଚ ହେବ ତାର ଗାଇଡ ଲାଇନ୍ ଥିବା ବେଳେ ମଧ୍ୟ ମାର୍ଚ୍ଚ ମାସରେ କେବଳ 32 ପ୍ରତିଶତ ଖର୍ଚ୍ଚ ହେଉଛି । ଯାହା ବେଆଇନ । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ CAG ତଥ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି । କାହିଁକି ନା ଲୋକଙ୍କ ପାଖରେ ଜମି ନାହିଁ । CAG ରିପୋର୍ଟରେ ଟଙ୍କା ଘୋଟାଲା ନେଇ FIR କରିବା ପାଇଁ କହିଲେ ମଧ୍ୟ ସରକାର ତାହା କରୁ ନାହାନ୍ତି । ତେଣୁ ବଜେଟକୁ ଏମିତି ମନମୁଖୀ ଖର୍ଚ୍ଚ କରିବା ଠିକ ନୁହେଁ । ସାଧାରଣ ଲୋକଙ୍କ ଟିକସ ପଇସା ଏମିତି ବର୍ବାଦ କରିବାକୁ ଦେବନି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ...ଆବାସ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ପାଇଁ ଅଛି ଫୋରମ : ବିଜେଡି

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ CAG ପକ୍ଷରୁ ଚଳିତ ଆର୍ଥିକ ବର୍ଷର ରିପୋର୍ଟ ପ୍ରକାଶ ପାଇଛି । 37 ହଜାର କୋଟି ଟଙ୍କା ଫେରି ଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ରାଜ୍ୟ ସରକାର ଏହି ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହେବା ପରେ ଏହି ଅର୍ଥ କେନ୍ଦ୍ରକୁ ଫେରିଯାଇଥିବା ସୂଚନା ରହିଛି । ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ଦର୍ଶାଇଛନ୍ତି CAG । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସଂଖ୍ୟାଲଘୁ ଏବଂ ଦଳିତ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ବଣ୍ଟନରେ ଅନିୟମିତତା ହୋଇଛି ବୋଲି ରିପୋର୍ଟ ଦର୍ଶାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.