ETV Bharat / state

Mahadev Betting App Issue: ମୋଦିଙ୍କୁ ସାଧୁ ଓ ଶାହଙ୍କୁ ସନ୍ଥ କହି କଟାକ୍ଷ କଲା କଂଗ୍ରେସ

ମହାଦେବ ବେଟିଂ ଆପ୍ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ମୋଦି- ଶାହା ଏକ ନୂଆ ଫର୍ମୁଲା ଆପଣାଇଛନ୍ତି ବୋଲି କହି କଟାକ୍ଷ କରିଛି ଦଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 5, 2023, 7:57 PM IST

Congress pressmeet on betting aap
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ମୋଦିଙ୍କୁ ସାଧୁ ଓ ଶାହଙ୍କୁ ସନ୍ଥ କହି କଟାକ୍ଷ କରିଛି କଂଗ୍ରେସ । ଏହାସହ ମହାଦେବ ବେଟିଂ ଆପ୍ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, "ଛତିଶଗଡ଼ରେ ହାରିବା ଭୟରେ ଇଡିକୁ ବ୍ୟବହାର କରି ମିଛ ନାଟକ କରୁଛନ୍ତି । 2014 ମସିହା ପରେ ଭାରତର ଅବସ୍ଥା ସଙ୍ଗୀନ । ଏଯାଏଁ ସେମାନେ ମିଛ କଥା କହି ଲୋକଙ୍କୁ ଠକୁଥିଲେ । ଏବେ କର୍ଣ୍ଣାଟକ ନିର୍ବାଚନ ପରେ ଓ ଆଗକୁ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମୋଦି- ଶାହା ଏକ ନୂଆ ଫର୍ମୁଲା ଆପଣାଇଛନ୍ତି । ଇଡି ଓ ସିବିଆଇ ଆତଙ୍କବାଦୀ ସଂଗଠନ ଭଳି କାମ କରୁଛନ୍ତି ।"

"ଛତିଗଡ଼ରେ ବିଜେପି ହାରୁଥିବା ଦେଖି ଇଡି ରେଡ଼ ଆରମ୍ଭ କରି ଟଙ୍କା ଜବତ ନେଇ ଘୋଷଣା କଲେ । ମହାଦେବ ବେଟିଂ ଆପକୁ ମୋଦି ସରକାର ସ୍ୱୀକୃତି ଦେଲେ କେମିତି ? ଏଥିରେ ଜିଏସଟି ଲାଗିଲା କେମିତି ? ଏ ବେଟିଂକୁ ବନ୍ଦ କରିବାକୁ 22 ମସିହାରେ ଦାବି ହୋଇଥିଲା । ଛତିଶଗଡ଼ ସରକାର 450ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାର 2 ମୁଖ୍ୟ ଅଭିଯୁକ୍ତ ଦେଶର ଟଙ୍କା ନେଇ ୨୦୧୪ ମସିହା ପରେ ବିଜେପି ନେତାଙ୍କ ସହଯୋଗରେ ଯାଇଛନ୍ତି । ଦେଶରେ ଚାଲିଥିବା ମୋଦି ସରକାର ଅର୍ଥନୀତିକୁ ଖରାପ ଆଡ଼କୁ ନେଉଛନ୍ତି । ଯାହା କି ଏବେ ସାଧାରଣ ଲୋକ ଜାଣି ସାରିଲେଣି" ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ ।

ଏହା ବି ପଢନ୍ତୁ...Mahadev App betting case: ଇଡି ସ୍କାନରରେ ଭୁପେଶ ବଘେଲ, ବେଟିଂ ଆପଠୁ ୫୦୮ କୋଟି ନେବା ଅଭିଯୋଗ

ସୂଚନା ଅନୁସାରେ, ଗତକାଲି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଥିଲା ଯେ, ମହାଦେବ ବେଟିଂ ଆପର ଅର୍ଥକୁ କଂଗ୍ରେସ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରୁଛି । ମହାଦେବ ବେଟିଂ ସ୍କାମର ଲୁଟ୍ ଅର୍ଥରେ କଂଗ୍ରେସ ଛତିଶଗଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଲଢୁଛି । ବେଟିଂ ଆପ୍‌ରେ ଲୋକଙ୍କଠାରୁ ଟଙ୍କା ଆଦାୟ କରି ବିଭିନ୍ନ ଜାଗାରେ ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିବାକୁ ଅପଚେଷ୍ଟା କରୁଛି କଂଗ୍ରେସ ସରକାର । ଛତିଶଗଡ ଓ ମଧ୍ୟପ୍ରଦେଶରୁ ଦୁବାଇ ପର୍ଯ୍ୟନ୍ତ ମହାଦେବ ବେଟିଂ ଆପ୍‌ର ଚେର ଲମ୍ବିଛି ।

ଭାରତ ବିରୋଧୀ ଶକ୍ତିମାନେ କଂଗ୍ରେସକୁ ଟଙ୍କା ଦେଉଛନ୍ତି । ଗତ କିଛିଦିନ ଧରି ମହାଦେବ ବେଟିଂ ଆପ୍‌ର ସ୍କାମ୍ ଘୋଟାଲା ଚାଲିଥିଲା । ଏହି ସ୍କାମ୍‌ରେ ବର୍ତ୍ତମାନ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଛନ୍ଦି ହୋଇଛନ୍ତି । ଅନଲାଇନରେ ଜୁଆ ଖେଳର ବ୍ୟବସ୍ଥା କରି ମହାଦେବ ବେଟିଂ ପ୍ରାୟୋଜକମାନେ ବିଭିନ୍ନ ଅଭିନେତା, ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କୁ ଜାଲରେ ଛନ୍ଦିଥିଲେ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ତଦନ୍ତ ପରିସରକୁ ଆଣି ପଚରାଉଚରା କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.