ETV Bharat / state

ଭୋଟ ହାତେଇବା ପାଇଁ ବିଜେଡିର ଅର୍ଥ କାରବାର ଅଭିଯୋଗ

author img

By

Published : Mar 24, 2022, 3:53 PM IST

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅନୁଷ୍ଠିତ ହୋଇଛି ପୌର ନିର୍ବାଚନ । ଏଥିପାଇଁ ନିର୍ଦ୍ଧାରିତ ସମୟରୁ ପ୍ରଚାର ଶେଷ ହୋଇଛି । ତେବେ ବୁଧବାର ଜଟଣୀ ଗଜପତି ନଗରରେ ଚାଲିଥିଲା ବିଜେଡିର ସ୍ଥାନୀୟ ଲୋକଙ୍କୁ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ଭୋଟ ହାତେଇବା ପାଇଁ ବିଜେଡିର ଅର୍ଥ କାରବାର ଅଭିଯୋଗ
ଭୋଟ ହାତେଇବା ପାଇଁ ବିଜେଡିର ଅର୍ଥ କାରବାର ଅଭିଯୋଗ

ଖୋର୍ଦ୍ଧା: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅନୁଷ୍ଠିତ ହୋଇଛି ପୌର ନିର୍ବାଚନ । ଏଥିପାଇଁ ନିର୍ଦ୍ଧାରିତ ସମୟରୁ ପ୍ରଚାର ଶେଷ ହୋଇଛି । ତେବେ ବୁଧବାର ଜଟଣୀ ଗଜପତି ନଗରରେ ଚାଲିଥିଲା ବିଜେଡିର ସ୍ଥାନୀୟ ଲୋକଙ୍କୁ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ । ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ସମୟରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ଜଟଣୀ ପୌରପରିଷଦର 3ନମ୍ବର ୱାର୍ଡ ବିଜେଡି ପ୍ରାର୍ଥିଙ୍କୁ ଜିତାଇବା ପାଇଁ ମହିଳା ଗୋଷ୍ଠୀଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି କିଛି କଂଗ୍ରେସ କର୍ମୀ ତାଙ୍କୁ ଏକ ଘରେ ତାଲା ପକାଇ ରଖିଥିଲେ। ଏହାପରେ ଜଟଣୀ ଥାନା ଅଧିକାରୀ ଓ ତହସିଲଦାରଙ୍କୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଅଟକ ଲୋକଙ୍କୁ ଉଦ୍ଧାର କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ସେହିପରି 23 ନମ୍ବରରେ ଟଙ୍କା ଆଉ ମଦ ବାଣ୍ଟୁଥିବାର ଖବରପାଇ ପୋଲିସ ଛାନଭିନ କରୁଥିବା ଦେଖିବାକୁ ମିଳିଛି । ସେପଟେ ବିଜେଡି ବିରୋଧରେ ଆସିଥିବା ଏଭଳି ଘଟଣାକୁ ଖଣ୍ଡନ କରିଛନ୍ତି ଜଟଣୀ ପୌରାଧ୍ୟକ୍ଷ ପ୍ରାର୍ଥି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.