ETV Bharat / state

ସରକାର କଣ କାହାକୁ ଠକି ନାହାନ୍ତି, ଖାଲି ସୌମ୍ୟ ଠକିଲେ ପଚାରିଲେ ସୁର; ନିରଞ୍ଜନ କହିଲେ ବିଚାର କରିବେ ସାଧାରଣ ଜନତା - କଂଗ୍ରେସର ଦୃଢ ନିନ୍ଦା

ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ କରିବା ପରେ ଏହାକୁ ଦୃଢ ନିନ୍ଦା କଲା କଂଗ୍ରେସ । ବିଜେଡି ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟ । ଅଧିକ ପଢନ୍ତୁ

Sura Routray on Soumya Patnaik issue
Sura Routray on Soumya Patnaik issue
author img

By ETV Bharat Odisha Team

Published : Sep 21, 2023, 3:34 PM IST

Updated : Sep 21, 2023, 3:54 PM IST

ସରକାର କଣ କାହାକୁ ଠକି ନାହାନ୍ତି, ଖାଲି ସୌମ୍ୟ ଠକିଲେ ପଚାରିଲେ ସୁର

ଭୁବନେଶ୍ବର: ଶାସକ ଦଳ ବିଜେଡି ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛି । ଏହି ୨ ବିଧାୟକ ଦଳରୁ ବହିଷ୍କୃତ ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହାକୁ ଦୃଢ ନିନ୍ଦା କରିଛି କଂଗ୍ରେସ । ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ରାଜ୍ୟ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି । ସେପଟେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବା କଥା ସୌମ୍ୟବାବୁଙ୍କୁ ଦଳରୁ କାଢ଼ିବା ଠିକ କି ଭୁଲ ନିଷ୍ପତ୍ତି, ତାହାର ବିଚାର ସାଧାରଣ ଜନତା କରିବେ ।

ବରିଷ୍ଠ କଂଗ୍ରେସ ବିଧାୟକ ବିଜେଡିର ଏହି କାର୍ଯ୍ୟାନୁଷ୍ଠାନ ଦୃଢ ନିନ୍ଦା କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ବିଜେଡି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସେ କହିଛନ୍ତି । ସୁର କହିଛନ୍ତି, "ନବୀନ ବାବୁ କଣ ଆଗରୁ ଜାଣିନଥିଲେ । ରେମୁଣା ବିଧାୟକ ଆର୍ଥିକ ଅନିୟମିତତା କଥା କଣ ଏବେ ଜାଣିଲେ ସରକାର ? କେତେ ଜଣଙ୍କୁ ସରକାର କାଢ଼ିବେ ? ଜଗଦେବ, ପ୍ରଦୀପ ପାଣିଗ୍ରାହୀ, ସୌମ୍ୟଙ୍କୁ ଦଳରୁ କାଢ଼ିବା କେତେ ଯଥାର୍ଥ ? ସୌମ୍ୟ ଜଣେ ମାଧ୍ୟମର ସମ୍ପାଦକ ଭାବେ ପ୍ରଶ୍ନ ଉଠାଇବା ଠିକ ନୁହେଁ ଗଣତନ୍ତ୍ରର ହତ୍ୟା । ଏହା ଏକଛତ୍ରବାଦ ଶାସନ । ଏତେ ଦିନ କଣ ପାଇଁ ଚୁପ ଥିଲେ ? ସରକାର କଣ କାହାକୁ ଠକି ନାହାନ୍ତି, ଖାଲି ସୌମ୍ୟ ଠକିଲେ ?"

ଏହା ବି ପଢନ୍ତୁ- ବିଜେଡିରୁ ସୌମ୍ୟ-ସୁଧାଂଶୁ ବହିଷ୍କୃତ; ସୂଚନା ଦେଲେ ନବୀନ

ସେପଟେ ପୂର୍ବତନ ପିସିସି ସଭାପତି ତଥା ସୌମ୍ୟଙ୍କ ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ବିଜେଡି ଏକ ପ୍ରାଇଭେଟ ଆଞ୍ଚଳିକ ଦଳ । କାହାକୁ ଦଳରେ ରଖିବେ କାହାକୁ ଦଳରୁ କାଢିବେ ସେଇଟା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର । ମୁଁ ଅନ୍ୟ ଏକ ଦଳରେ ରହି ବିଜେଡି ଦଳ ସମ୍ପର୍କରେ କହିବା ଠିକ ନୁହେଁ । ସୌମ୍ୟବାବୁଙ୍କୁ ଦଳରୁ କାଢ଼ିବା ଠିକ କି ଭୁଲ ନିଷ୍ପତ୍ତି, ତାହାର ବିଚାର ସାଧାରଣ ଜନତା କରିବେ । ମୁଁ ସୌମ୍ୟ ପଟ୍ଟନାୟକଙ୍କ ବଡ ଭାଇ ହୋଇଥାଇପାରେ କିନ୍ତୁ ମୁଁ ଗୋଟିଏ ଦଳର ନୀତିନିୟମରେ ବନ୍ଧା । ଏମିତି ବି ରାଜନୀତି କ୍ଷେତ୍ରରେ ମୁଁ ତାଙ୍କ ସହ କି ସିଏ ମୋ ସହ ଆଲୋଚନା କରନ୍ତି ନାହିଁ । ବ୍ୟକ୍ତିଗତ ଭାବରେ ସୌମ୍ୟବାବୁଙ୍କ ବିପଦ ସମୟରେ ତାଙ୍କୁ ସମର୍ଥନ ହେବା ମୋର କର୍ତ୍ତବ୍ୟ । କିନ୍ତୁ ରାଜନୀତିରେ ନୁହେଁ ।"

ଏହା ବି ପଢନ୍ତୁ- ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ରେମୁଣା ବିଧାୟକ

ନିରଞ୍ଜନ ଆହୁରି କହିଛନ୍ତି, "ରାଜନୀତିରେ ତ ମୋତେ ପଚାରି ସିଏ କିଛି କରନ୍ତି ନାହିଁ । ଛୋଟ ବେଳୁ ସୌମ୍ୟ ଜଣେ ସ୍ବାଧୀନ ଚେତନାର ପିଲା । ଦେଶ ଏବଂ ରାଜ୍ୟ ପାଇଁ ଯେଉଁଟା ଭଲ ସେଇଟାକୁ ସିଏ ସବୁବେଳେ ସମର୍ଥନ ଦେଇ ଆସିଛନ୍ତି ।" ତେବେ ଏଭଳି ସ୍ଥଳେ ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । 5T ସଚିବଙ୍କୁ ପ୍ରଶ୍ନ ପଚାରିବା କଣ ଭୁଲ ? ସମ୍ପାଦକୀୟ ପ୍ରଶ୍ନ କଣ ଜନବିରୋଧୀ ? ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ସୌମ୍ୟଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଯାଇଛି । ସୌମ୍ୟଙ୍କ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିବା ଏବଂ ଜନ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶାସକ ଦଳ ।

EOW ତଦନ୍ତ ପୂର୍ବରୁ ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ବିଜେଡି । ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ସୂଚନା ଥାଉ କି ପୂର୍ବରୁ ସୌମ୍ୟ ନିଜ ସମ୍ପାଦକୀୟ ଆଲେଖ୍ୟରେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ବୋଲି ପ୍ରଶ୍ନ କରିଥିଲେ । ଏହାସହ ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଶୀର୍ଷକ ସମ୍ପାଦକୀୟ ଲେଖି ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ ସୌମ୍ୟ । ଏହାପରେ ସୌମ୍ୟ ଧୀରେ ଧୀରେ ଦଳୀୟ ନେତାଙ୍କ ବିରୋଧାଭାଷର ଶିକାର ହୋଇଥିଲେ । ତାଙ୍କୁ ପ୍ରଥମେ ବିଜେଡିର ଉପସଭାପତି ପଦରୁ ହଟାଯିବା ପରେ ଆଜି ଦଳରୁ ବହିଷ୍କୃତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 21, 2023, 3:54 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.