ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଲୁଚାଇବାକୁ କରାଯାଉଛି ଯୋଜନା: କଂଗ୍ରେସ - ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ନେଇ କଂଗ୍ରେସର ପ୍ରଶ୍ନ

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗରେ ନେଇ ପୁଣି ପ୍ରଶ୍ନ ଉଠାଇଲା କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମରୁ ଦୂରେଇ ରଖା ଯାଉଥିବା କହି ବିଜେଡି ଉପରେ ବର୍ଷିଲା । ଅଧିକ ପଢ଼ନ୍ତୁ

congress targets bjd
ବିଜେଡି ଉପରେ ବର୍ଷିଲା କଂଗ୍ରେସ
author img

By

Published : Aug 20, 2023, 7:07 AM IST

ବିଜେଡି ଉପରେ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗ ନେଇ ପୁଣି ପ୍ରଶ୍ନ ଉଠାଇଲା କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମରୁ ଦୂରେଇ ରଖା ଯାଉଥିବା କହି ବିଜେଡି ଉପରେ ବର୍ଷିଲା । ନାଁ ନେଇ ଅମଲାତନ୍ତ୍ରରଙ୍କ ହାତରେ ଶାସନ ଭାର ଚାଲୁଥିବା କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ।

କଂଗ୍ରେସର କହିବା ଅନୁଯାୟୀ, ରାଜ୍ୟ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନ ପଡ଼ିଆ ଭିତରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାତ୍ର ୧୦ ମିନିଟ ମଧ୍ୟରେ କାର୍ଯ୍ୟକ୍ରମକୁ ସମାପନ କରି ଚାଲିଯାଇଥିଲେ । ପ୍ରଶାସନିକ ଅଧିକାରୀମାନେ ପ୍ରଦର୍ଶନୀ ପଡ଼ିଆ ଭିତରକୁ ଜନସାଧାରଣ ଏବଂ ବିଶେଷ କରି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଛାଡ଼ିନଥିଲେ । ଲୋକଙ୍କ ଠାରୁ ଦୂରେଇବା ରଖିବା ପାଇଁ ବନ୍ଦ ପଡିଆ ଭିତରେ ଆୟୋଜନ କରାଗଲା । ଦେଶର ସ୍ୱାଧୀନତା ଦିବସ ପର୍ବ ପାଳିତ ହେଉଥିବା ବେଳେ ଜନସାଧାରଣଙ୍କୁ ଏହି ପର୍ବରେ ସାମିଲ କରିବା ପରିବର୍ତ୍ତେ ତାଙ୍କୁ ଦୂରେଇ ଦେବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖ ଦାୟକ ବୋଲି କଂଗ୍ରେସ କହିଛି ।

ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିପାରିନାହାନ୍ତି । ସ୍କୁଲ ପିଲାମାନେ ଏନସିସି, ସ୍କାଉଡ୍‌ ଓ କଲେଜ ଛାତ୍ରଛାତ୍ରୀ କାହିଁକି ପ୍ୟାରେଡ଼ରେ ଅଂଶ ଗ୍ରହଣ କରିନଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏନେଇ କଂଗ୍ରେସ ନେତା ରଜନୀ ମହାନ୍ତି କହିଛନ୍ତି, " ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମ ଠାରୁ ଦୂରେଇ ରଖା ଯାଉଛି । କୌଣସି କାର୍ଯ୍ୟକ୍ରମକୁ ସେ ଯିବା ପରିବର୍ତ୍ତେ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଅଛି ତ?" ମୁଖ୍ୟମନ୍ତ୍ରୀଙ୍କ ଶାରିରୀକ ଅସୁସ୍ଥତା ନେଇ ରାଜ୍ୟବାସୀ ଜାଣିବାର ଅସୁବିଧା କେଉଁଠି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: 5T ସଚିବଙ୍କୁ କାଳିମାଡ଼ ଶାସକ ଦଳର ପ୍ରାୟୋଜିତ: କଂଗ୍ରେସ

ଅନ୍ୟପଟେ କଂଗ୍ରେସ 18 ତାରିଖରେ ଯେଉଁ ବ୍ଲକ ଘେରାଉ ଡାକରା ଦେଇଥିଲା ସାଧାରଣ ଲୋକଙ୍କ ପ୍ରଚୁର ସମର୍ଥନ ମିଳିଛି ବୋଲି କଂଗ୍ରେସ କହିଛି l ଏହା ପ୍ରମାଣ କରୁଛି କଂଗ୍ରେସ ଆଗକୁ ବିଜୟ ଯାତ୍ରା ଜାରି ରଖିବ l 23 ବର୍ଷ ଧରି ଲୋକ ଏହି ସରକାରଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇଗଲେଣି l ପୋଲିସ ମନମାନି ବଢ଼ିଚାଲିଛି ଓ ଅମଲାତନ୍ତ୍ରିକ ଶାସନ ବଢ଼ିଛି l ଲେଜିସଲେଟିଭ ମାଧ୍ୟମରେ ଯେଉଁ କ୍ଷମତା ଜନ ପ୍ରତିନିଧିଙ୍କୁ ମିଳିବା କଥା ତାହା ମଧ୍ୟ ମିଳୁନାହିଁ l 1971-1977 ମସିହାରେ ଯାହା ହୋଇଥିଲା ତାହାର ପୁଣି ପୁନରାବୃତ୍ତି ହେବ l ଆଗାମୀ ନିର୍ବାଚନରେ ଲୋକ ଜବାବ ଦେବେ ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.