ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ - ଖୋର୍ଦ୍ଧା ଖବର

ଗାନ୍ଧୀ ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବା ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

author img

By

Published : Jun 17, 2022, 2:01 PM IST

ଖୋର୍ଦ୍ଧା: କଂଗ୍ରେସ ମୁଖ୍ୟାଳୟ ଭିତରେ ପଶି ଦିଲ୍ଲୀ ପୋଲିସ କରିଥିବା ଦମନଲୀଳା ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗାନ୍ଧୀ ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବା ପ୍ରତିବାଦରେ କଂଗ୍ରେସ ବିକ୍ଷୋଭ ଜାର ରହିଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛି କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକଙ୍କ ନେତୃତ୍ବରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଯେଉଁ ଭଳି ଭାବରେ ରାହୁଲ ଗାନ୍ଧୀ ଏବଂ ସୋନିଆଙ୍କ ଗାନ୍ଧୀଙ୍କ ବିରୋଧରେ କେନ୍ଦ୍ର ସରକାର ଏବଂ ତାଙ୍କ ସରକାର ଦିଲ୍ଲୀ ପୋଲିସ୍ ଓ ଇଡ଼ି ମାଧ୍ୟମରେ ଆକ୍ରୋଶମୂଳକ, ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ କାର୍ଯ୍ୟକଳାପ କରାଉଛନ୍ତି ତାକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ସମନ ଜାରି କରିଛି । ଲାଗାତର 3 ଦିନ ହେବ ରାହୁଲ ଗାନ୍ଧୀଙ୍କୁ ଜେରା କରିଛି । ଏହାର ପ୍ରତିବାଦରେ ବିଶାଳ ରାଲି କରିଛି କଂଗ୍ରେସ ।

ସବୁ ରାଜ୍ୟରେ କଂଗ୍ରେସ ରାଜରାସ୍ଥାକୁ ଓହ୍ଲାଇଛି। ଅନେକ କଂଗ୍ରେସ ନେତାଙ୍କୁ ପୋଲିସ ଅଟକ ରଖିଥିଲା । ବିଜେପି ସରକାରର ପ୍ରତିଶୋଧ ରାଜନୀତି ଓ ପୋଲିସ ବର୍ବରତା ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା କଂଗ୍ରେସ କମିଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.