ETV Bharat / state

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ବିରୋଧ, ମୋଦିଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ ଭୁବନେଶ୍ବରରେ କଂଗ୍ରେସର ବିକ୍ଷୋଭ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନରେ ଦଳର ବରିଷ୍ଠ ନେତା ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ । ଅଧିକ ପଢ଼ନ୍ତୁ

ମୋଦିଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ
ମୋଦିଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ
author img

By

Published : Mar 25, 2023, 6:48 AM IST

ମୋଦିଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ନେତୃବୃନ୍ଦ ଏକତ୍ରିତ ହୋଇ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନଠାରେ ପ୍ରତିବାଦ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଛନ୍ତି, "ରାହୁଲ ଗାନ୍ଧୀ ଡରିଯିବାର ନେତା ନୁହନ୍ତି । ଭୟ ଦେଖାଇ ତାଙ୍କ ସ୍ବରକୁ କେହି ଚାପି ପାରିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ପ୍ରଥମ ଥର ପାଇଁ ଭାରତ ବର୍ଷର ସଂସଦକୁ ଦୀର୍ଘଦିନ ଧରି ଅଚଳ କରି ରଖିଲେ । ସଂସଦରେ ରାହୁଲ ଗାନ୍ଧୀ ଯେଉଁ ମୋଦି-ଆଦାନୀ ସମ୍ପର୍କିତ ଝଡ଼ ବୁହାଇଲେ, ସେ ଝଡ଼କୁ ଭାରତୀୟ ଜନତା ପାର୍ଟିର ସାଂସଦ ଏବଂ ଖୋଦ ପ୍ରଧାନମନ୍ତ୍ରୀ ସାମ୍ନା କରିବାର ସତ୍‌ସାହସ ଦେଖାଇ ପାରିଲେ ନାହିଁ । ଭାରତ ବର୍ଷର ବ୍ୟାଙ୍କଗୁଡ଼ିକ ପାଖରୁ ହଜାର ହଜାର କୋଟି ଟଙ୍କା ଲୁଟ କରି ଆଜି ଲଳିତ ମୋଦି, ନୀରବ ମୋଦି, ମେହୁଲ ଚୋକ୍ସି ଏ ସମସ୍ତେ ଦେଶ ଛାଡ଼ି ପଳାୟନ କରିଛନ୍ତି । ଏହି ପ୍ରଶ୍ନ ଉତ୍‌ଥାପନ କରିବା ଜଣେ ରାଜନୈତିକ ନେତାର ପ୍ରଥମ ଏବଂ ଶେଷ କର୍ତ୍ତବ୍ୟ ।

ରାହୁଲ ଗାନ୍ଧୀ ସତ୍ୟ ଓ ଅହିଂସା ପଥରେ ଚାଲିଛନ୍ତି । ତାଙ୍କୁ କେହି ଡରାଇ ପାରିବେ ନାହିଁ । ସେ ଭାରତବର୍ଷର ନୀରବି ଯାଇଥିବା ଜନତାଙ୍କର ସ୍ବର । ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅତୁଟ ରଖିବା ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସର୍ବୋପରି ବଦ୍ଧପରିକର । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଏବଂ ଯେଉଁ ଗୁଜୁରାଟ ସେସନ କୋର୍ଟ ମାନହାନୀ କେସରେ ଦଣ୍ଡାଦେଶ ଶୁଣାଇଛନ୍ତି, ତାହା ବିରୋଧରେ କଂଗ୍ରେସ ଦଳ ଏକ ଆଇନଗତ ଲଢ଼େଇ ଲଢ଼ିବ । ସାରା ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତା ବିରୋଧରେ ଏକ ରାଜନୈତିକ ଲଢ଼େଇ ଲଢ଼ିବ ।"

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ପ୍ରତିବାଦ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରିବା ସହିତ ନାରାବାଜି କରିଥିଲେ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, "ଇତିହାସରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଭୟରେ ବିରୋଧିଙ୍କ ସ୍ବରକୁ ଚାପି ଦେବାପାଇଁ ଆମର ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ କରିଛନ୍ତି । ଏହାର ପ୍ରତିବାଦ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଆହ୍ବାନରେ ଆମେ ଏକାଠି ହୋଇଛୁ । ଆସନ୍ତା ଦିନରେ ଦଳ ଅଧିକ ଶକ୍ତିଶାଳୀ ହେବ ଏବଂ ଗଣତନ୍ତ୍ର ବିରୋଧି ସରକାରକୁ ପରାସ୍ତ କରିବ ।" ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଶରତ ରାଉତ, ଲଲାଟେନ୍ଦୁ ମହାପାତ୍ର ଓ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.