ETV Bharat / state

ସରକାର କହିଥିଲେ ୨୦ ହଜାର କୋଟି ଖର୍ଚ୍ଚ ହୋଇଛି, ତେବେ ଭିତ୍ତିଭୂମି ଦୁର୍ବଳ କାହିଁକି: ଶରତ - ଅଘୋଷିତ ବିଦ୍ୟୁତ୍ କାଟ୍

ବିଜୁଳି ବିଭ୍ରାଟ ନେଇ ବିଜେପି ଆଜିଠାରୁ ୨ ଦିନିଆ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ କଂଗ୍ରେସ ମଧ୍ୟ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଛି । ଆସନ୍ତା ୧୯ ତାରିଖରେ କଂଗ୍ରେସ ଭୁବନେଶ୍ବର ଗ୍ରୀଡ୍‌କୋ କାର୍ଯ୍ୟାଳୟ ଘେରିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଡ଼ନ୍ତୁ

୧୯ ତାରିଖରେ ଭୁବନେଶ୍ବର ଗ୍ରୀଡ୍‌କୋ କାର୍ଯ୍ୟାଳୟ ଘେରିବ କଂଗ୍ରେସ

author img

By

Published : Jun 14, 2023, 9:56 PM IST

୧୯ ତାରିଖରେ ଭୁବନେଶ୍ବର ଗ୍ରୀଡ୍‌କୋ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ୍ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ରାଜ୍ୟ ସରକାର ଓ ବିଦ୍ୟୁତ୍‌ ବିତରଣ ସଂସ୍ଥା ଟାଟା ପାୱାର୍‌କୁ ବାରମ୍ବାର ଘେରୁଛନ୍ତି ବିରୋଧୀ । ଆଜିଠାରୁ ବିଜେପି ରାଜ୍ୟର ସମସ୍ତ ଗ୍ରୀଡ୍‌କୋ ଅଫିସ୍‌ ସମ୍ମୁଖରେ ୨ ଦିନିଆ ଧାରଣାରେ ବସିଛି । ସେପଟେ କଂଗ୍ରେସ ମଧ୍ୟ ୧୯ ତାରିଖରେ ଭୁବନେଶ୍ବରସ୍ଥିତ ଗ୍ରୀଡ୍‌କୋ ଅଫିସ ଘେରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପରେ ଏହି ଆନ୍ଦୋଳନକୁ ସମସ୍ତ ଜିଲ୍ଲା ଗୁଡିକରେ ବ୍ୟାପକ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ପିସିସି ସଭାପତି ।

ପିସିସି ସଭାପତି କହିଛନ୍ତି, "ଯେତେବେଳେ ସାରା ରାଜ୍ୟରେ ଅସହ୍ୟ ତାତି, ସେତେବେଳେ ଅଘୋଷିତ ବିଜୁଳି କାଟ୍‌କୁ ସହି ହେଉନି । ଶକ୍ତିମନ୍ତ୍ରୀ କହୁଛନ୍ତି ଭିତ୍ତିଭୂମି ଦୁର୍ବଳ, ତେବେ ବିଜୁଳି ଭିତ୍ତିଭୂମି ସଜାଡିବାକୁ ରାଜ୍ୟ ସରକାର ୧୩ ହଜାର କୋଟି ଟଙ୍କା ଓ କେନ୍ଦ୍ର ସରକାର ୭ ହଜାର କୋଟି ଟଙ୍କା ଦେଇଛନ୍ତି । ଏଥି ମଧ୍ୟରୁ ୫ ହଜାର କୋଟି ଟଙ୍କା ଟାଟାକୁ ଦିଆଯାଇଛି । ଆଉ ୧୫ ହଜାର କୋଟି କୁଆଡେ ଗଲା ? ସେହି ୧୫ ହଜାର କୋଟି ଖର୍ଚ୍ଚ ହୋଇଥିଲେ ହୁଏତ ସ୍ଥିତି ସୁଧୁରି ଥାଆନ୍ତା । ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ କାଟ୍‌ ସ୍ଥିତି ଅସମ୍ଭାଳ । ସରକାର ଶ୍ବେତପତ୍ର ଜାରି କରନ୍ତୁ, କେଉଁଠି କେତେ ଟଙ୍କା ଖର୍ଚ୍ଚ ହୋଇଛି । ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି । ଭିନ୍ନ ଭିନ୍ନ ତାରିଖରେ ବିଲ ସଂଗ୍ରହ କରି ଚଞ୍ଚକତା କରୁଛି ଟାଟା ପାୱାର । ବିଜୁଳି କାଟିବାର ଧମକ ଦେଖାଇ ଲୋକଙ୍କୁ ଶୋଷଣ କରାଯାଉଛି । ଏହା ତୁରନ୍ତ ବନ୍ଦ କରି ଗୋଟିଏ ତାରିଖରେ ବିଲ ସଂଗ୍ରହ କରାଯାଉ । ସରକାର ବିଧାନସଭାରେ ଉତ୍ତର ରଖିଥିଲେ ଗତ ୧୦ ବର୍ଷରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଭିତ୍ତିଭୂମି ପାଇଁ ଖର୍ଚ୍ଚ ହୋଇଛି । ଯଦି ଖର୍ଚ୍ଚ ହୋଇଛି, ତାହେଲେ ଭିତ୍ତିଭୂମି ଦୁର୍ବଳ କାହିଁକି ?"

ତେବେ ବିଜୁଳି ବିଭ୍ରାଟ ନେଇ ବିଜେପିର ଆନ୍ଦୋଳନକୁ ଚେକ୍‌ ଦେବାପାଇଁ ଉଜ୍ବଳା ଯୋଜନାରେ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିଛି ବିଜେଡି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଜନତାଙ୍କ ସହ ଛଳନା କରୁଛନ୍ତି ଉଭୟ ଦଳ । ବିଜୁଳି କଥା ଉଠିଲେ କିଏ ଉଜ୍ବଳା କଥା ଉଠାଉଛି । ଯଦି ଉଜ୍ବଳା ଯୋଜନାରେ କେନ୍ଦ୍ର ସରକାର ଗ୍ୟାସ ଦର ବୃଦ୍ଧି କରିଛି, ତେବେ ବିଜେଡି କୁମ୍ଭୀର କାନ୍ଦଣା ନକାନ୍ଦି ୫୦୦ ଟଙ୍କା ସବ୍‌ସିଡିରେ ଗ୍ୟାସ ଦିଅନ୍ତୁ । ଯଦି ବିଜେଡି ସତରେ ଓଡ଼ିଶାର ମାଆ ମାନଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରୁଛି, ତାହେଲେ ୫୦୦ ଟଙ୍କାରେ ଗ୍ୟାସ ଦେଉ ବିଜେଡି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.