ETV Bharat / state

ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର, ହେବ ଆଇନଗତ ଲଢେଇ: କଂଗ୍ରେସ - ପିସିସି ସଭାପତି ଶରତ ପଟ୍ଟନାୟକ

ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା ଯୋଜନାର ବିଜ୍ଞାପନରେ ବ୍ୟବହାର ହେଉଛି ଶଙ୍ଖ ଚିହ୍ନ । ଯାହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଅଧିକ ପଢନ୍ତୁ

ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର
ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର
author img

By ETV Bharat Odisha Team

Published : Nov 11, 2023, 10:11 PM IST

ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ବିଜ୍ଞାପନରେ ରହିଛି ଶଙ୍ଖ ଚିହ୍ନ । ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ବିରୋଧ ଜୋର ଧରିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କଂଗ୍ରେସ । ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାରକୁ ବିରୋଧ କରିବା ସହ ଏନେଇ ଆଇନଗତ ଲଢେଇ ଲଢିବା ସହ କୋର୍ଟଙ୍କ ଦ୍ବାରସ୍ଥ ହେବା ନେଇ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବିଜେଡି ଦଳର ମୁଖିଆଙ୍କ ପାଦ ତଳୁ ମାଟି ଖସିବା ଆରମ୍ଭ ହେଲାଣି । ସରକାରୀ ଯୋଜନାରେ ଶଙ୍ଖ ଚି଼ହ୍ନ ଲଗାଇବା ନେଇ ଆମେ ରାଜ୍ୟପାଳଙ୍କୁ ଭେଟି ସାରିଛୁ । ଏବେ କେମିତି ଲୋକଙ୍କୁ ଆକୃଷ୍ଟ କରିବେ ସେ ଚିନ୍ତା କରୁଛନ୍ତି ସରକାର । ଲିଗାଲ ଆଡ଼ଭାଇଜରଙ୍କ ସହ ଆଲୋଚନା ପରେ ଆଗାମୀ ପନ୍ଥା ଆପଣେଇବ କଂଗ୍ରେସ ।"

ଏହାମଧ୍ୟ ପଢନ୍ତୁ..ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ: କଂଗ୍ରେସ

ସେ ଆଉ ମଧ୍ୟ କହିଛନ୍ତି," ବିଜେଡିର ନୂଆ ଯୋଜନା ନିର୍ବାଚନରେ ପ୍ରଭାବ ପକାଇବ ନାହିଁ । ଯେତେ ସାଇକେଲ ବାଣ୍ଟି ରଙ୍ଗ ମାରିଲେ ବି ସେ ରଙ୍ଗ ଆଗାମୀ ନିର୍ବାଚନରେ ଛାଡିଯିବ । ବିଜେଡିର ମିଶନ 130 କେବେ ସଫଳ ହେବ ନାହିଁ । ଏଥର ପରିବର୍ତ୍ତନ ସୁନିଶ୍ଚିତ ।"

ତେବେ ଏହା ପୂର୍ବରୁ "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନା ସମ୍ବିଧାନ ଓ ପଞ୍ଚାୟତ ବ୍ୟବସ୍ଥା ବିରୋଧୀ ବୋଲି ଦର୍ଶାଇ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲା କଂଗ୍ରେସ l ଯାଚିକରେ ଦଳ ଦର୍ଶାଇଥିଲା ଯେ ଏହି ଯୋଜନାରେ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଲେଖାଏଁ ଟଙ୍କା ଖର୍ଚ୍ଚ ହେବାର ନିଷ୍ପତ୍ତି ସରକାର ନେଇଛନ୍ତି l ମାତ୍ର ଏହି ଯୋଜନା କାର୍ଯ୍ୟକାରୀ କଲାବେଳେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ପ୍ରତିନିଧି କିମ୍ବା ଗ୍ରାମସଭାକୁ ସଂଶ୍ଳିଷ୍ଟ କରାଯାଇନାହିଁ l ଏହା ସମ୍ବିଧାନର ୭୩ ତମ ସଂଶୋଧନ ଆଇନର ବିରୁଦ୍ଧାଚରଣ କରୁଛି l ତେଣୁ ସେଥିରେ ରୋକ ଲଗାଇବାକୁ କଂଗ୍ରେସ ଆବେଦନ କରିଥିଲା l ହାଇକୋର୍ଟ ଏହି ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ଏବଂ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ l"

ହାଇକୋର୍ଟରେ ଶୁଣାଣି ପୂର୍ବରୁ ପୁଣି ସରକାରୀ ଯୋଜନା ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ପୁଣି ମୁଣ୍ଡ ଟେକିଛି ବିରୋଧାଭାଷ । ଏପଟେ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.