ETV Bharat / state

Jharsuguda ByPoll: କଂଗ୍ରେସର ରଣନୀତି, ଜୋନ୍‌ ଜଗିବେ ବିଧାୟକ - ଉପନିର୍ବାଚନ ପାଇଁ କଂଗ୍ରେସର ରଣନୀତି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ଭୋଟରଙ୍କୁ ପ୍ରଭାବିତ କରିବା ଲାଗି କଂଗ୍ରେସ ଝାରସୁଗୁଡ଼ାର ୪ଟି ଜିଲ୍ଲା ପରିଷଦ ଜୋନରେ ୪ଜଣ ବିଧାୟକଙ୍କୁ ଦାୟିତ୍ବ ଦେଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 10, 2023, 8:08 PM IST

କଂଗ୍ରେସର ରଣନୀତି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଏହା ବହୁ ଗୁରୁତ୍ବ ବହନ କରୁଛି । କାହା ସପକ୍ଷରେ ଯିବ ଜନତାଙ୍କ ମୁଡ୍‌ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି, ବିଜେପି ଏବଂ କଂଗ୍ରେସ ଦଳ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ । ତେବେ ବିଜେଡି ପକ୍ଷରୁ ପ୍ରତି ୱାର୍ଡ, ପଞ୍ଚାୟତ, ବ୍ଲକରେ ନେତାଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ କଂଗ୍ରେସ ମଧ୍ୟ ଝାରସୁଗୁଡ଼ାର ୪ଟି ଜିଲ୍ଲା ପରିଷଦ ଜୋନରେ ୪ଜଣ ବିଧାୟକଙ୍କୁ ଦାୟିତ୍ବ ଦେଇଛି ।

ଝାରସୁଗୁଡ଼ା ମ୍ୟୁନିସପାଲିଟିକୁ ତଦାରଖ କରିବା ସହ କଂଗ୍ରେସ ପାଇଁ ନିର୍ବାଚନ ପରିଚାଳନା କରିବେ ଜଣେ ବରିଷ୍ଠ ବିଧାୟକ । ଏଭଳି ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ମ୍ୟୁନିସପାଲିଟିର ପ୍ରତିଟି ୱାର୍ଡରେ ଜଣେ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ୪୦ଟି ପଞ୍ଚାୟତକୁ ୨-୨ଜଣ ନେତା ଜଗିବେ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା AICC ଚୂଡାନ୍ତ କରିସାରିଛି । ଖୁବଶୀଘ୍ର ଏନେଇ ଘୋଷଣା ହେବ। ପିସିସି ସଭାପତି ଝାରସୁଗୁଡ଼ା ନିର୍ବାଚନରେ ପ୍ରଚାର ମଙ୍ଗ ଧରିବେ । ଦିଲ୍ଲୀରୁ ମଧ୍ୟ AICC ପକ୍ଷରୁ କିଛି ବରିଷ୍ଠ ନେତା ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାର କରିବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ-Jharsuguda By Poll: ଦଳ ନୁହେଁ, ଭୋଟ ଆଣନ୍ତି ପ୍ରାର୍ଥୀ !

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନଙ୍କ ସମେତ ବରିଷ୍ଠ ନେତାମାନେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । କିଛି ସମୟ ପୂର୍ବରୁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ନିକଟରେ ତାଙ୍କ ପିତା ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଥିଲା । ଭୁତପୂର୍ବ ବିଧାୟକ ବୀରେନ୍ଦ୍ର ପାଣ୍ଡେ ୩ଥର ଝାରସୁଗୁଡ଼ାରୁ ବିଧାୟକ ହୋଇଥିଲେ । ୧୯୮୦ରୁ ୧୯୮୫, ୧୯୮୫ରୁ ୧୯୯୦ ଏବଂ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ବୀରେନ୍ଦ୍ର ବିଧାୟକ ଥିଲେ। ଝାରସୁଗୁଡା ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ। ତେଣୁ ତରୁଣ ସିମ୍ପାଥି ଭୋଟ ପାଇପରନ୍ତି।

ଏହା ବି ପଢନ୍ତୁ-Jharsuguda Bye Election: କଂଗ୍ରେସ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଯେଉଁମାନେ କଂଗ୍ରେସରୁ ଯାଇଥିଲେ ନବଙ୍କ ଅବର୍ତ୍ତମାନରେ ସେମାନେ କଂଗ୍ରେସକୁ ଫେରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଥିଲା । ଯାହା କଂଗ୍ରେସ ପାଇଁ ଏକ ଶୁଭ ସଙ୍କେତ । କଂଗ୍ରେସ ପାଖରେ ଅନେକ ମୁଦ୍ଦା ରହିଛି । ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନରେ ଜଣେ ବିଧାୟକ ରହିବେ । ପ୍ରତି ୱାର୍ଡରେ ଭୋଟ ହାତେଇବାରେ ଲକ୍ଷ୍ୟରେ କଂଗ୍ରେସ ରହିଛି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପାଥେୟ କରି ଦଳ ଲଢ଼ିବ ।

ପୂର୍ବରୁ ବିଧାୟକ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରାଯାଇଥିଲା । ବିଧାୟକ ଅଧିରାଜ ପାଣିଗ୍ରାହୀ, ବିଧାୟକ ରାଜେନ ଏକ୍କା, ଅତାବିରା ପୂର୍ବତନ ବିଧାୟକ ନିହାର ମହାନନ୍ଦ ଏହି ଟିମରେ ସାମିଲ ହୋଇଥିଲେ । ବିଭିନ୍ନ ବ୍ଲକ, ମ୍ୟୁନିସପାଲିଟି, ପଞ୍ଚାୟତରୁ ବୁଲି ବୁଲି ମତାମତ ସଂଗ୍ରହ କରିଥିଲେ । ତେବେ ଆଜି AICC ପକ୍ଷରୁ ଆଜି ତରୁଣଙ୍କ ନାଁ ଘୋଷଣା କରାଯାଇଛି । ସେପଟେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେପି ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା ହେବାର ସମ୍ଭାବନା ରହିଛି । ଟଙ୍କଧର ତ୍ରିପାଠୀ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ବିଜେପିର ନିକଟତମ ମହଲରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.