ETV Bharat / state

ସୌମ୍ୟଙ୍କ ଉପରେ ବିଜେଡି ଆକ୍ସନ, ତାରା କହିଲେ ଆଗକୁ ଦେଖ ଖବରକାଗଜ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ?

ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବିଦା କରିବା ପରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 12, 2023, 3:52 PM IST

Updated : Sep 12, 2023, 4:52 PM IST

ଆଗକୁ ଦେଖ ଖବରକାଗଜ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି

ଭୁବନେଶ୍ବର: ଜନ୍ମଦିନରେ ସମ୍ପାଦକୀୟ ଲେଖି 5T ସଚିବ ଓ ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ସୌମ୍ୟଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ତାଙ୍କୁ ଦଳର ଉପସଭାପତି ପଦରୁ ହଟାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସୌମ୍ୟଙ୍କ ଉପରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଇଛି । ଆଗାମୀ ଦିନରେ ଦଳ ଆଉ କଣ କଣ ପଦକ୍ଷପ ଦଳ ଉପରେ ନେଉଛି ସେଇଟା ଦେଖିବାର କଥା ।

ଆଜି ଚର୍ଚ୍ଚାର ଅବସାନ ଘଟିଛି । ସୌମ୍ୟଙ୍କୁ ପଦରୁ ବିଦା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ଉପରେ ବିଜେଡିର ବଡ଼ ଆକ୍ସନ ନେଇଛନ୍ତି ଦଳର ମୁଖ୍ୟ । ଆଜି ତାଙ୍କୁ ବିଜେଡିର ଉପସଭାପତି ପଦରୁ ହଟାଯାଇଛି । ଏହା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ସୌମ୍ୟଙ୍କ ଉପରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଇଛି । ଆଗକୁ ଦେଖିବାର କଥା ତାଙ୍କ ଖବରକାଗଜ, ଟେଲିଭିଜନ ଏବଂ ଘର ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହୁଏତ ତାଙ୍କୁ ଦଳରୁ ମଧ୍ୟ ବହିଷ୍କାର କରିପରେ ବିଜେଡି ଦଳ । ତେଣୁ ଆଗାମୀ ଦିନରେ ଦଳ ଆଉ କଣ କଣ ପଦକ୍ଷପ ଦଳ ଉପରେ ନେଉଛି ସେଇଟା ଦେଖିବାର କଥା ।"

ଏହା ବି ପଢନ୍ତୁ- ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ, କଟାକ୍ଷ କଲେ ବବି ଦାସ

ଦୁଇ ଦିନ ତଳେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିକୁ ଟାର୍ଗେଟ କରି କହିଥିଲେ, "ଜଣେ ଲୋକ କଣ ସିଏମଓ କଥା ବୁଝୁଛି । ଦଳୀୟ ନେତା କଣ ସିଏମଓକୁ ଭେଟି ପାରୁଛନ୍ତି । ସାଧାରଣ ନେତା କଣ ନାହାନ୍ତି ଯଦି ରାଜନୀତି କରିବାର ଅଛି ସେ ଇସ୍ତଫା ଦେଇ ରାଜନୀତିକୁ ଆସନ୍ତୁ । ଆମ ଦଳରେ କଣ କେହି ନାହାନ୍ତି ? ମତ କଣ ବଦଳେ ନାହିଁ । ବିଜେଡି ଦଳରେ କଣ କିଛି ନେତା କଂଗ୍ରେସରୁ ଆସି ନାହାନ୍ତି କି ? ତାଙ୍କର ଅସହାୟତା ଦେଖି ମୁଁ ଦୁଃଖିତ । ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ଯାହା ଲୋକପ୍ରିୟତା ଥିଲା ତାହା କମୁଛି ଯାହା ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିଲା ।"

ସୂଚନା ଥାଉ କି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟ ପୃଷ୍ଠାରେ ବ୍ୟାକ୍‌ ଟୁ ବ୍ୟାକ୍‌ 5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ତାଙ୍କୁ ଦଳୀୟ ନେତାମାନେ କଟାକ୍ଷ କରିବା ଆରମ୍ଭ କରିଥିଲେ । ସୌମ୍ୟ ଦଳରେ ରହି ଅନୁଶାସନ ଭଙ୍ଗ କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ଆଣିଥିଲେ । ସୌମ୍ୟ ନିଜ ସମ୍ପାଦକୀୟ କିମ୍ବା ଦଳ ମଧ୍ୟରୁ ଗୋଟିଏ ବାଛିବାକୁ କହିଥିଲେ । ଅନ୍ୟପଟେ ବିରୋଧୀ ସୌମ୍ୟଙ୍କୁ ସାଧୁବାଦ ଜଣାଇଥିଲେ । ସୌମ୍ୟ ସତସାହସ ରଖି ଦଳରେ ରହି ମଧ୍ୟ ନିଜ ସ୍ବର ଉତ୍ତୋଳନ କରିଛନ୍ତି ବୋଲି କହିଥିଲେ । ତେବେ ଆଜି ସୌମ୍ୟଙ୍କ ବିରୋଧରେ ଦଳର ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2023, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.