ETV Bharat / state

ହକିରୁ ବାହାରି ଚାଷୀଙ୍କ କଥା ବୁଝନ୍ତୁ ସରକାର: ସୁର - କଂଗ୍ରେସ ବିଧାୟକ ସୁର ରାଉତରାୟ

ନବନିର୍ମାଣ କୃଷକ ସଂଗଠନର ନବୀନ ନିବାସ ଘେରାଓ ଉଦ୍ୟମ ବେଳେ ଚାଷୀଙ୍କୁ ପୋଲିସ ଉଠାଇନେବା ଘଟଣାକୁ ନିନ୍ଦା କଲା କଂଗ୍ରେସ । ତୁରନ୍ତ ଚାଷୀଙ୍କ ସମସ୍ୟା ସମାଧାନ କରାଯାଉ ବୋଲି ଦାବି କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଚାଷି ସମସ୍ୟା ନେଇ ଏମିତି କହିଲେ ସୁର
ଚାଷି ସମସ୍ୟା ନେଇ ଏମିତି କହିଲେ ସୁର
author img

By

Published : Jan 9, 2023, 9:53 PM IST

ଚାଷି ସମସ୍ୟା ନେଇ ଏମିତି କହିଲେ ସୁର

ଭୁବନେଶ୍ବର: ରାଜ୍ୟରେ ଉତ୍କଟ ଚାଷୀ ସମସ୍ୟା ନେଇ ଏକାଠି ହେଉଛନ୍ତି ଚାଷୀ ସଂଗଠନ । ରାଜ୍ୟରେ କୃଷି ଓ କୃଷକର ବ୍ୟାପକ ସମସ୍ୟା ନେଇ ସରକାରଙ୍କୁ ଅବଗତ କରେଇବା ପାଇଁ ଆଜି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ନବୀନ ନିବାସ ଘେରାଓ ପାଇଁ ଉଦ୍ୟମ କରାଯାଇଥିଲା । ଏହି ସମୟରେ ପୋଲିସ ଚାଷୀମାନଙ୍କୁ କାବୁ କରିଛି । ପୋଲିସର ଏଭଳି ପଦକ୍ଷେପକୁ ନିନ୍ଦା କରିଛି କଂଗ୍ରେସ । ତୁରନ୍ତ ଚାଷୀଙ୍କ ସମସ୍ୟା ସମାଧାନ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଓଡିଶା ଏକ କୃଷି ପ୍ରବଣ ରାଜ୍ୟ । ରିପୋର୍ଟ ଆଧାରରେ ଓଡ଼ିଶାରେ ଚାଷୀର ଆୟ ଜାତୀୟସ୍ତର ଅପେକ୍ଷା କମ ରହିଛି । ଧାନ ମଣ୍ଡିରେ ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ଅଭାବୀ ବିକ୍ରି ଏବେ ରାଜ୍ୟରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଯାହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଭଳି ସମୟରେ ମଣ୍ଡି ସମସ୍ୟା, କୃଷି ଉତ୍ପାଦକ ସାମଗ୍ରୀ ମୂଲ୍ୟ ବୃଦ୍ଧି, ଏମ୍‌ଏସ୍‌ପି ବୃଦ୍ଧି ଏବଂ ବିଭିନ୍ନ ଦାବି ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଦ୍ୟମ କରିଥିଲା ନବନିର୍ମାଣ କୃଷକ ସଂଗଠନ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇ ନିଜ କାବୁକୁ ନେଇଛି । ତେବେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ କୃଷି ଏବଂ କୃଷକର ଉନ୍ନତି ପାଇଁ ସରକାର ଆଗେଇ ଆସନ୍ତୁ ବୋଲି କଂଗ୍ରେସ କହିଛି ।

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଚାଷୀମାନେ ଯାହା କରିଛନ୍ତି ଭଲ କରିଛନ୍ତି । ଉପଯୁକ୍ତ ମୂଲ୍ୟ ମିଳୁନଥିବାରୁ ଆଜି ନବୀନ ବାବୁଙ୍କୁ ପଚାରିବାକୁ ଯାଇଥିଲେ । ରାଜ୍ୟ ସରକାର କେବଳ ହକିରେ ରହିଛନ୍ତି । ଆଉ ତାଙ୍କୁ କିଛି ଦେଖାଯାଉନି । ମଣ୍ଡିରୁ ଧାନ କିଣା ହଉନି, ଧାନ ବିକ୍ରି ହୋଇପାରୁନି, ଏମଏସପି ଚାଷୀ ପାଉନାହାଁନ୍ତି । ଏପଟେ କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ଫଟୋ ବାହାରିଲାନି ବୋଲି ଦୋଷ ଲଦାଲଦି ହେଉଛନ୍ତି । ପୋଲିସ ସରକାରଙ୍କ ହାତବାରିଶି, ସେମାନଙ୍କୁ ଉଠାଇନେଲା ।" ତେବେ ସେମାନଙ୍କ କଥା ତୁରନ୍ତ ବୁଝିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.