ETV Bharat / state

ସୁପ୍ରିମକୋର୍ଟଙ୍କ ବେଦାନ୍ତ ରାୟ, କଂଗ୍ରେସ କହିଲା ସରକାରଙ୍କ ମୁଖା ଖୋଲିଗଲା

author img

By

Published : Apr 13, 2023, 4:33 PM IST

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ସୁପ୍ରିମକୋର୍ଟ ଶୁଣାଇଥିବା ରାୟକୁ ସ୍ବାଗତ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ମୁଖା ଖୋଲିଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉରରାୟ । ଅଧିକ ପଢନ୍ତୁ

mla sura routray on supreme court vedant verdict
ସୁପ୍ରିମକୋର୍ଟଙ୍କ ବେଦାନ୍ତ ରାୟକୁ ନେଇ କଂଗ୍ରେସ ପତିକ୍ରିୟା
g

ଭୁବନେଶ୍ବର: ପୁରୀ-କୋଣାର୍କ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଜମି ଅଧିଗ୍ରହଣକୁ ବେଆଇନ କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କମ୍ପାନୀକୁ ଅନୁକମ୍ପା ପାଇଁ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ସୁପ୍ରିମକୋର୍ଟ ଶୁଣାଇଥିବା ରାୟକୁ ସ୍ବାଗତ କରିଛି କଂଗ୍ରେସ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ । ରାଜ୍ୟ ସରକାରଙ୍କ ମୁଖା ଖୋଲି ଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସୁପ୍ରିମକୋର୍ଟଙ୍କ ବେଦାନ୍ତ ରାୟକୁ ନେଇ ବିଧାୟକ ସୁର ରାଉତରାୟ କହିଛନ୍ତି, '' ରାଜ୍ୟ ସରକାରଙ୍କ ସତ ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟର ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇ ଯେଉଁ ରାୟ ଆସିଛି ତାକୁ ସ୍ୱାଗତ କରୁଛୁ । କର୍ପୋରେଟର ହାଉସମାନଙ୍କୁ କେଉଁ ଭଳି ସରକାର ବ୍ୟବହାର କରୁଛନ୍ତି ତାର ବାସ୍ତବ ଚିତ୍ର ସୁପ୍ରିମକୋର୍ଟଙ୍କ ଏକ ରାୟ ଆଜି ଖୋଲି ଦେଇଛି । ପୁରୀରେ ବେଦାନ୍ତ ଫାଉଣ୍ଡେସନର ଯେଉଁ ବିବାଦୀୟ ପ୍ରକଳ୍ପ ଥିଲା, ସରକାର ତାକୁ ଯେଉଁ ଅହେତୁକ ଅନୁକମ୍ପା ଦେଖାଉଥିଲେ ତାହା ହିଁ ହେଉଛି ସୁପ୍ରିମକୋର୍ଟର ବଡ଼ ଖୁଲାସା। ସରକାର ବେଆଇନ ଭାବେ ଜାଗା ଦେବା,କୌଣସି ନୀତି ନିୟମକୁ ନମାନିବା ସରକାରଙ୍କ ଖାମଖିଆଲି ମନୋଭାବକୁ ପଦାରେ ପକାଉଛି। ପୂର୍ବରୁ ହାଇକୋର୍ଟ ମଧ୍ୟ ଏହି ପ୍ରକଳ୍ପ ଉପରେ ରୋକ ଲଗାଇଥିଲେ। ଏବେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି ବହୁତ ବଢିଆ ।''

ବିଧାୟକ ସୁର ରାଉତରାୟ ଆହୁରି କହିଛନ୍ତି, '' ଏହି ସୁପ୍ରିମ ରାୟ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି। ରାଜ୍ୟ ସରକାର ଧରା ପଡିଯାଇଛନ୍ତି । କୋଟି କୋଟି ଟଙ୍କା ବିଭିନ୍ନ କମ୍ପାନୀମାନଙ୍କଠାରୁ ଆଦାୟ କରିଛନ୍ତି । ଧର୍ମର ଯୁଗେ ଯୁଗେ ଜୟ ହେବ । ଧର୍ମର ଜୟ ହୋଇଛି । ପୁରୀରେ ଯେଉଁ ବେଦାନ୍ତ ବିଶ୍ୱବିଦ୍ୟାଳୟ ନେଇ ରାଜ୍ୟ ସରକାର ଜଗନ୍ନାଥଙ୍କ ଜାଗାକୁ ଟେକି ଦେଉଥିଲେ ତାର ଜବାବ ରଖିଛନ୍ତି ସୁପ୍ରିମକୋର୍ଟ । ''

ସୂଚନା ଅନୁଯାୟୀ 2006ରେ ପୁରୀରେ ବେଦାନ୍ତ ଫାଉଣ୍ଡେସନକୁ 15 ହଜାର ଏକର ଜମି ଦେବାକୁ ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଥିଲେ। ସରକାର ପରିବେଶ ନିୟମ ,କର୍ପୋରେଟ ଆଇନ ନିୟମ ,ଜମି ଅଧିଗ୍ରହଣ ନିୟମକୁ ପାଳନ କରିନଥିଲେ। ଯେଉଁମାନେ ନିୟମ ଖିଲାପ କରିଥିଲେ ସେମାନଙ୍କୁ ହାଇକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେଉଁ ଆଧାରରେ ବେଦାନ୍ତ ଭଳି ଏକ ବେସରକାରୀ ଅନୁଷ୍ଠାକୁ ଏତେ ଜମି ଦେବାକୁ ରାଜି ହୋଇଥିଲେ ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଏହା ସହିତ ବେଦାନ୍ତକୁ 5 ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.