ETV Bharat / state

Assembly Monsoon Session: ରାଜ୍ୟରେ କୃଷିର ବିକାଶ ନେଇ ପ୍ରଶ୍ନ ଉଠାଇଲେ ସୁର

author img

By ETV Bharat Odisha Team

Published : Sep 27, 2023, 5:06 PM IST

ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ରାଜ୍ୟରେ କୃଷିର ବିକାଶ ପାଇଁ ବିଧାନସଭାରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ରାଜ୍ୟରେ କୃଷିର ବିକାଶ ନେଇ ପ୍ରଶ୍ନ ଉଠାଇଲେ ସୁର

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ରାଜ୍ୟରେ କୃଷିର ବିକାଶ ପାଇଁ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଜଳସେଚନର ସୁବିଧା କରିବା ପାଇଁ ପ୍ରସ୍ତାବ। ସେପଟେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ତେବେ ସୁର କହିଛନ୍ତି, "ଆମ ରାଜ୍ୟର କୃଷି ବିଭାଗ ଏମିତି କାର୍ଯ୍ୟ କରୁଛି ଯେ ପର ଉପରେ ଆମେ ସବୁବେଳେ ନିର୍ଭର କରୁଛୁ। ଆଳୁ ଆସୁଛି ପଶ୍ଚିମବଙ୍ଗରୁ, ପିଆଜ ଆସୁଛି ନାସିକରୁ, ଡାଲି ଆସୁଛି ଉତ୍ତରପ୍ରଦେଶ, ହରୟାଣା ଓ ପଞ୍ଜାବରୁ, ଫୁଲ ଆସୁଛି କଲିକତା, ଆନ୍ଧ୍ର ଏବଂ ତାମିଲନାଡୁରୁ, କଦଳୀ ଆସୁଛି ଆନ୍ଧ୍ରପ୍ରଦେଶରୁ ସେହିପରି ଲଙ୍କା ଆସୁଛି ବିହାରରୁ। ତେଣୁ ରାଜ୍ୟରେ କୃଷିର ବିକାଶ ପାଇଁ ଜଳସେଚନର ସୁବିଧା କରିବା ଓ କୃଷି ଜାତୀୟ ଯନ୍ତ୍ରପାତି ଚାଷୀମାନଙ୍କୁ ଯୋଗାଇବା ନେଇ ଗୃହରେ ସରକାରଙ୍କୁ ପ୍ରଶ୍ନ କରିଛୁ। ଏହାସହ ଜଳସେଚନର ସୁବିଧା ପାଇଁ ମହାନଦୀ ତଳମୁଣ୍ଡରେ ଏକ ବନ୍ଧ ପକାଇ କୃଷିର ବିକାଶ ପାଇଁ ପ୍ରସ୍ତାବ ଦେଇଛୁ। ଏନେଇ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ସବୁ ଶୁଣିଲେ। କହିଲେ ଆମେ ଖୁବ ଶୀଘ୍ର ଜଳସେଚନର ବିକାଶ କରିବୁ।"

ଏହା ମଧ୍ୟ ପଢ଼ନ୍ତୁ....Assembly Monsoon Session: ଦାବି ଉଠାଇବ କଂଗ୍ରେସ, ଗୃହ ଉଠିବ ପଡ଼ିବ କହିଲେ ସୁର

ତେବେ ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁରୁ ହଟ୍ଟଗୋଳ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସେପଟେ ଅଧିବେଶନର ଦୀର୍ଘ 3 ଦିନ ପରେ କିଛି ସମୟ ପାଇଁ ଗୃହ ସ୍ୱାଭାବିକ ଚାଲିଥିଲା । ପରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସଚିବଙ୍କ ହେଲିକ୍ୟାପ୍ଟର ବୁଲା ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷେ ବିଜେପି ଓ ବିଜେଡି ଭିତରେ ବୁଝାମଣା ହୋଇଛି ବୋଲି ଅଭିଯୋଗ ଆଣିଥିଲା କଂଗ୍ରେସ । ଏହାସହ କଂଗ୍ରେସ ପକ୍ଷରୁ ଆଜି ଶିକ୍ଷକ ଆନ୍ଦୋଳନ ନେଇ ପ୍ରଶ୍ନ କରିବାର ଥିଲା। କିନ୍ତୁ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ କହିବାର ସୁଯୋଗ ଦିଆ ଗଲାନାହିଁ। ବିରୋଧୀ ଦଳ ନେତାଙ୍କ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉଠି କହିବାରୁ କଂଗ୍ରେସ ପକ୍ଷରୁ ବାଧାନସଭାରେ ହଟ୍ଟଗୋଳ କରାଯାଇଥିଲା। ସେପଟେ ବିଜେପି ସଭ୍ୟ ମାନେ ମଧ୍ୟ ନିଜ ସ୍ଥାନରୁ ଉଠି ହୋହଲ୍ଲା ଆରମ୍ଭ କରିଥିଲେ। ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା ହୋଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.