ETV Bharat / state

ମୁଁ ବଞ୍ଚିଥିବା ଯାଏ ମୋ ପୁଅ କଂଗ୍ରେସରୁ ନିର୍ବାଚନ ଲଢ଼ିବେ: ସୁର ରାଉତରାୟ

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ରାଜନୈତିକ ଉତ୍ତରାଧିକାରୀ । କେଉଁ ଦଳରୁ ରାଜନୀତିକୁ ଏଣ୍ଟ୍ରି ମାରିବେ ଜୁନିୟର ରାଉତରାୟ । ଏନେଇ କ'ଣ କହୁଛନ୍ତି ବିଧାୟକ ସୁର ରାଉତରାୟ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

mla Sura Routray
I will be in Congress says mla Sura Routray
author img

By

Published : Jul 9, 2023, 12:57 PM IST

ପୁଅଙ୍କ ରାଜନୀତି କ୍ୟାରିୟର ନେଇ ସୁର ରାଉତରାୟଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ''ମୁଁ ପିଓର କଂଗ୍ରେସ । ମୋତେ କେତେ ପ୍ରଲୋଭନ ଦେଖାଯାଇଛି । ମୁଁ କଂଗ୍ରେସରେ ରହିଛି ଶେଷ ନିଶ୍ବାସ ଯାଏ ରହିବି । ମୁଁ ମରିବି କଂଗ୍ରେସରେ । ହାରିଲେ କାମ କରିଛି ଜିତିଲେ କାମ କରିଛି । 50 ବର୍ଷ ହେବ ମୁଁ ଟିକେ ଏପଟ ସେପଟ ହୋଇନାହିଁ । ମୋ ପୁଅ ଯଦି ନିର୍ବାଚନ ଲଢିବେ ତ କେବଳ କଂଗ୍ରେସରୁ । ମୁଁ ବଞ୍ଚିଥିବା ଯାଏଁ ମୋ ପୁଅ କଂଗ୍ରେସରୁ ହିଁ ନିର୍ବାଚନ ଲଢ଼ିବେ ।'' ଏହା କହିଛନ୍ତି ବିଧାୟକ ସୁର ରାଉତାୟ । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ରାଜନୈତିକ ଉତ୍ତରାଧିକାରୀ କିଏ ହେବେ ? ନିର୍ବାଚନ ରାଜନୀତିରେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନା ସାନ ପୁଅ ମନ୍ମଥ ରାଉତରାୟ ମାରିବେ ଏଣ୍ଟ୍ରି । ତେବେ କେଉଁ ଦଳରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ଜୁନିୟର ରାଉତରାୟ । ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବଡ଼ ଏହିପରି ବୟାନ ଦେଇଛନ୍ତି ସୁର ରାଉତରାୟ ।

ଓଡ଼ିଶା ପ୍ରଦେଶ କଂଗ୍ରେସର ପୋଷ୍ଟର ବୟ ହେଉଛନ୍ତି ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ସୁର ଭାଇ ନାଁ'ରେ ପରିଚିତ ଏହି ବର୍ଷିୟାନ ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିସାରିଛନ୍ତି । ଅର୍ଥାତ ଆସନ୍ତା ନିର୍ବାଚନରେ ସୁରଙ୍କୁ ପ୍ରତିଦ୍ୱନ୍ଦିତା କରୁଥିବାର ଦେଖିବାକୁ ମିଳିବ ନାହିଁ । କିନ୍ତୁ ସେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ସାମାଜିକ ଜୀବନରେ ରହିବେ ବୋଲି କହିଛନ୍ତି । ସୁର ନିର୍ବାଚନ ରାଜନୀତିରୁ ଦୂରେଇବା ପରେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ କିଏ ହେବ ସେନେଇ ଚର୍ଚ୍ଚା ଲାଗି ରହିଛି ।

ବିଦେଶରେ ଏକ ବହୁରାଷ୍ଟ୍ରୀୟ ସଂସ୍ଥାରେ କାର୍ଯ୍ୟରତ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନା ସାନପୁଅ ତଥା ପାଇଲଟ ମନ୍ମଥ ରାଉତରାୟ ! ଉଭୟ ପୁଅ ରାଜନୀତିରେ ପ୍ରବେଶ କରିବା ଲାଗି ଇଚ୍ଛୁକ ଥିବା ମଧ୍ୟ ଘୋଷଣା କରିସାରିଛନ୍ତି । ଜଟଣୀ ଅଞ୍ଚଳରେ ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ମନ୍ମଥଙ୍କୁ ପୂର୍ବରୁ ଦେଖିବାକୁ ମିଳିଛି । ଅଞ୍ଚଳରେ ଅଧିକ ସମୟ ବୁଲିବା ଓ ଲୋକସମ୍ପର୍କ ବଢାଇବା ଲାଗି ସେ ଚାକିରିରୁ ଇସ୍ତଫା ଦେଇସାରିଛନ୍ତି ।

ମନ୍ମଥ ରାଉତରାୟ ଅନ୍ୟ କେଉଁ ଦଳରୁ ଲଢିବା ଚର୍ଚ୍ଚା ହେଉଥିବା ବେଳେ ସୁର ରାଉତରାୟ କହିଛନ୍ତି, ''ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ମୁଁ ପିଓର କଂଗ୍ରେସ । ଆଜି ପର୍ଯ୍ୟନ୍ତ ମୋତେ କହି ଟଳେଇ ପାରିନାହାନ୍ତି । 1967ରେ ଜଟଣୀ ବ୍ଲକ ଚେୟାରମ୍ୟାନ ହୋଇଥିଲି । ଦଳୀୟ କନ୍ଦଳରୁ ଆମକୁ କଂଗ୍ରେସରୁ ତଡା ଯାଇଥିଲା । 1980 ମସିହାରେ କଂଗ୍ରେସରେ ଯୋଗ ଦେବାକୁ ହରେକୃଷ୍ଣ ମହତାବ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ମୁଁ କଂଗ୍ରେସରେ ଯୋଗ ଦେଇଥିଲି । ସେହିଦିନଠୁ ମୁଁ କଂଗ୍ରେସରେ ଅଛି । ମୋତେ ଅନେକ ଲୋଭ ଦେଖାଯାଇଛି ହେଲେ ଏପଟ ସେପଟ ହୋଇନାହିଁ । 50 ବର୍ଷର ରାଜନୈତିକ କ୍ୟାରିଅର । ନିର୍ବାଚନ ଜିତିଛି, ହାରିଛି ହେଲେ କାମ କରିଛି । ମୋତେ ପଇସା ଓ ପାୱାରରେ କେହି କିଣି ପାରିବେ ନାହିଁ । ଜଗନ୍ନାଥ, ଲିଙ୍ଗରାଜ ଓ ମା' ଲକ୍ଷ୍ମୀକୁ ଛାଡି ଦେଲେ ମୋର କାହାକୁ ଭୟ ନାହିଁ । କାହାକୁ ଖାତିର କରେନାହିଁ । ''

ଏହା ବି ପଢନ୍ତୁ...ମୁଁ ଆଉ ନିର୍ବାଚନ ଲଢିବେନି, ଏଥର ପୁଅ ଲଢିବ: ସୁର ରାଉତରାୟ

ଏହା ବି ପଢନ୍ତୁ...ଜଟଣୀବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଚାକିରି ଛାଡିଲି: ମନ୍ମଥ ରାଉତରାୟ

ସେ ଆହୁରି କହିଛନ୍ତି ଯେ, ମୁଁ କଂଗ୍ରେସ ଅଛି ଶେଷ ପର୍ଯ୍ୟନ୍ତ କଂଗ୍ରେସରେ ରହିବି । ମୋ ପୁଅ ମଧ୍ୟ କୌଣସି ଦଳ ଆଡେ ଲୋଭେଇ ନାହିଁ । ଜଣେ ଚାକିରିରେ ଅଛି । ଆଉ ଜଣେ ଚାକିରିରୁ ଇସ୍ତଫା ଦେଇଛି । କିନ୍ତୁ ତାହା ଗ୍ରହଣ ହୋଇନାହିଁ । କିନ୍ତୁ ସେମାନେ କଂଗ୍ରେସରୁ ପ୍ରାର୍ଥୀ ହେବେ । ମୁଁ ବଞ୍ଚିଥିବା ଯାଏଁ ମୋ ପୁଅ କଂଗ୍ରେସରୁ ନିର୍ବାଚନ ଲଢ଼ିବେ । ଏ ନେଇ ମୁଁ ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି ।

ମୋର ସବୁ ରାଜନୈତିକ ଦଳ ସହିତ ଭଲ ସମ୍ପର୍କ । ମୋର କାମ ଦରକାର । କାମ ପାଇଁ ମୁଁ ସମସ୍ତଙ୍କ ପାଖକୁ ଯାଏ । ଯଦି ମୋତେ ବଦନାମ କରିବା ଲାଗି କେହି ଚେଷ୍ଟା କରନ୍ତି ତେବେ ମୋ ଜନସାଧାରଣ ତାହାର ଜବାବ ଦେବେ । ମୁଁ ୱାର୍ଣ୍ଣିଂ ଦେଉଛି ଯଦି ମୋ ନାମରେ ଅପପ୍ରଚାର କରାଯାଏ ଶାସନ ଭାର ନିଜ ହାତକୁ ନେଇଯିବି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.