ETV Bharat / state

ଗୃହରେ ପକ୍ଷପାତିତା କରୁଛନ୍ତି ବାଚସ୍ପତି: ସୁର

author img

By ETV Bharat Odisha Team

Published : Sep 29, 2023, 8:42 PM IST

ବିଧାନସଭାରେ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ଡାଲି ଫିିଙ୍ଗା ଘଟଣାରେ ୨ ବିଜେପି ବିଧାୟକ ସସ୍‌ପେଣ୍ଡକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ..

ଗୃହରେ ପକ୍ଷପାତିତା କରୁଛନ୍ତି ବାଚସ୍ପତି : କଂଗ୍ରେସ

ଭୁବନେଶ୍ବର: ଚାଲିଛି ବିଧାନସଭା ଅଧିବେସନ । ଏଥିପାଇଁ ବିଭିନ୍ନ ସମସ୍ୟାକୁ ନେଇ ସରାକାରଙ୍କୁ ଘୋରୁଛନ୍ତି ବିରୋଧୀ । ଗତକାଲି ବାଚସ୍ପତିଙ୍କ ପୋଡ଼ିୟମକୁ ‘ଡାଲି ଫିଙ୍ଗା ପ୍ରସଙ୍ଗ’, ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ଏପଟେ ଆଜି ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ, ଏହାସହ କାଲିର ଡାଲି ଫିିଙ୍ଗା ଘଟଣାରେ ୨ ବିଜେପି ବିଧାୟକ ସସ୍‌ପେଣ୍ଡକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛି ।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଶାସକ ଦଳ ଗୃହରେ ପକ୍ଷପାତିତା କରୁଛି । କଂଗ୍ରେସକୁ କହିବାକୁ ସୁଯୋଗ ଦେଉନାହିଁ ଯାହା ସମ୍ପୂର୍ଣ୍ଣ ଭୁଲ । ବାଚସ୍ପତିଙ୍କ ଉପରକୁ ଡାଲି ପକେଇବା ଉଚିତ ନୁହେଁ । ଆଗରୁ ମଧ୍ୟ ଜୋତା, ଚପଲ, ଧାନ ଭଳି ବିଭିନ୍ନ ସାମଗ୍ରୀ ଫିଙ୍ଗା ଯାଇଛି । ତେଣୁ ବିଜେପି ଉଭୟ ବିଧାୟକ ଯେହେତୁ ବରିଷ୍ଠ ବିଧାୟକ । ତେଣୁ ବାଚସ୍ପତି ପୁନର୍ବାର ଚିନ୍ତା କରି ଉଭୟ ବିଧାୟକଙ୍କୁ ଗୃହରେ ସାମିଲ ହେବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ।" ଏହାସହ ବିଜେପି ବିଧାୟକ ଉଠାଇଥିବା ଅଭିଯୋଗକୁ ମଧ୍ୟ ସହମତି ପ୍ରଦାନ କରି ସୁରେଶ ରାଉତରାୟ କହିଛନ୍ତି ଯେ ଗୃହରେ ବାଚସ୍ପତି ପାତରଅନ୍ତର କରୁଛନ୍ତି । ବିଜେଡି ଦଳର ନିର୍ଦେଶ ଅନୁଯାୟୀ ଗୃହ ଚଳାଉଛନ୍ତି । କଂଗ୍ରେସ ବିଧାୟକଙ୍କୁ ମଧ୍ୟ ମତ ରଖିବାର ସୁଯୋଗ ଦେଉନାହାନ୍ତି ବାଚସ୍ପତି ।

ଏହା ମଧ୍ୟ ପଢନ୍ତୁ...କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇନାହିଁ DPR: ପୂର୍ତ୍ତ ମନ୍ତ୍ରୀ

ସୂଚନାଯୋଗ୍ୟ ଗତକାଲି ଗୃହର ଚାଲିଥିବା ସମୟରେ ବିଜେପିର ୨ ବିଧାୟକ ବାଚସ୍ପତି ଉପରଙ୍କୁ ଡାଲି ଫିଙ୍ଗିଥିଲେ । ଏହି ଘଟଣାରେ ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ଅଧିବେସନରୁ ସସ୍‌ପେଣ୍ଡ କରିଥିଲେ ବାଚସ୍ପତି । ବିଧାୟକ ମୁକେଶ ମହାଳିଙ୍ଗ କହିଥିଲେ, "ସେ ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ ।ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା, ସେ ସେମିତି କରୁନାହାନ୍ତି ।ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ ।ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ, ତାଙ୍କୁ ଡାଲି ଉପହାର ଦେଉଥିଲୁ ।"

ଆଜି ବିଜେପି ସାଂସଦ ବସନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଟାକ୍ଷ କରିଛନ୍ତି । ବାଚସ୍ପତି ଗୃହ ଚଳାଇବାରେ ପକ୍ଷପାତିତା କରୁଛନ୍ତି ବୋଳି ରାଜ୍ୟ ସାରା ଆଲୋଚନା ହେଉଛି । ବିରୋଧୀ ଦଳର ସଦସ୍ୟଙ୍କୁ କହିବାକୁ ସୁଯୋଗ ନଦେବା ଠିକ ନୁହେଁ ।ଡାଲି ଚୋରିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ବାଚସ୍ପତି କରିବା କେତେ ଯଥାର୍ଥ ବୋଲି ପ୍ରଶ୍ନ କରିଛି ବିଜେପି ।

ଏହା ମଧ୍ୟ ପଢନ୍ତୁ....ଯେଉଁଠି ଖେଳାଳି, ସେଇଠି ଷ୍ଟାଡିୟମ; କ୍ରୀଡାର ବିକାଶ ପାଇଁ ଅର୍ଥ ହେବନି ପ୍ରତିବନ୍ଧକ: କ୍ରୀଡା ମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.