ETV Bharat / state

ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ: ନରସିଂହ କହିଲେ ରାଜ୍ୟ ସରକାର କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ନ୍ତୁ

ମହାନଦୀ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲେ ନରସିଂହ । ରାଜ୍ୟ ସରକାର ସମସ୍ୟାର ସମାଧାନ କରିବାକୁ ଆଗ୍ରହୀ ନଥିବା ଅଭିଯୋଗ ଆଣିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । ଅଧିକ ପଢ଼ନ୍ତୁ

author img

By

Published : Mar 19, 2023, 6:43 PM IST

ମହାନଦୀ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲେ ନରସିଂହ

ଭୁବନେଶ୍ବର: ଛିଡୁନି ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ । ଓଡିଶା ଓ ଛତିଶଗଡ ମଧ୍ୟରେ ବର୍ଷବର୍ଷ ଧରି ଚାଲିଥିବା ମହାନଦୀର ଜଳ ବିନିମୟ ବିବାଦ ତୁଟିବାର ନାଁ ଧରୁନି । ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ରାଜ୍ୟ ପାଇଁ ଜରୁରୀ ପ୍ରସଙ୍ଗରେ ସରକାରଙ୍କ ବେପରୁଆ ନୀତିକୁ ନିନ୍ଦା କରିଛନ୍ତି ନରସିଂହ ମିଶ୍ର । ରାଜ୍ୟ ସରକାର ସମସ୍ୟାର ସମାଧାନ କରିବାକୁ ଆଗ୍ରହୀ ନଥିବା ଅଭିଯୋଗ ଆଣିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର ।

ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାର ହସ୍ତକ୍ଷେପ ଲୋଡିଥିଲେ ସମାଧାନର ବାଟ ବାହାରି ପାରିଥାନ୍ତା ବୋଲି କହିଛନ୍ତି ନରସିଂହ ମିଶ୍ର । କେନ୍ଦ୍ର ସରକାର ସମସ୍ୟାର ସମାଧାନ କରି ପରିଥାନ୍ତେ ବୋଲି ସେ ମତ ପ୍ରକାଶ କରିଛନ୍ତି । ନରସିଂହ ମିଶ୍ର କହିଛନ୍ତି, ‘‘ମହାନଦୀ ସମସ୍ୟା ଏକ ଜଟିଳ ସମସ୍ୟା ଓ ଏହା ଓଡିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ । ବହୁ ବର୍ଷ ଧରି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ସବୁବେଳେ ବିରୋଧୀ ଦଳକୁ ବିଶ୍ୱାସରେ ନିଅନ୍ତୁ, ରାଜ୍ୟର ସବୁ ଦଳ ସହ ଆଲୋଚନା କରନ୍ତୁ, ବିଶେଷଜ୍ଞ, ସିଭିଲ ସୋସାଇଟି,ଏନଜିଓମାନଙ୍କୁ ଡାକି ଏହି ପ୍ରସଙ୍ଗରେ ମିଳିତ ଆଲୋଚନା କରାଯାଉ । ହେଲେ ମୁଖ୍ୟମନ୍ତ୍ରୀ କିଛି ଉତ୍ତର ଦିଅନ୍ତି ନାହିଁ ।’’

ଏହାସହ ଯେଉଁ ସମୟରେ ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ମୁଖ୍ୟମନ୍ତ୍ରୀ । ସେ ଲିଖିତ ଭାବେ ଉତ୍ତର ଦେଇଥିଲେ ଯେ ଅଣମୌସୁମୀ ସମୟରେ ଆଗରୁ ଯେତେ ପାଣି ହୀରାକୁଦକୁ ଆସୁଥିଲା ତା ଠୁ ଅଧିକ ଆସୁଛି । ତେବେ ସରକାର ଯଦି ଏପରି ସପକ୍ଷବାଦୀ ଉତ୍ତର ଦିଆନ୍ତି, ଟ୍ରିବ୍ୟୁନାଲରେ ଆମ ପରାଜୟ ନିଶ୍ଚିତ ବୋଲି ନରସିଂହ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ନରସିଂହ ମିଶ୍ର କହିଛନ୍ତି, ‘‘ଆମେ କହୁଛୁ ଅଣମୌସୁମୀ ସମୟରେ ପାଣି ଆସୁନି, ମହାନଦୀ ଶୁଖିଲା ରହୁଛି, ସରକାର କହୁଛନ୍ତି ବେଶି ପାଣି ଆସୁଛି । ସରକାରଙ୍କ ଇଚ୍ଛା ଶକ୍ତି ନାହିଁ, ସମ୍ପୂର୍ଣ୍ଣ ଉଦାସୀନ, ମହାନଦୀ ଶୁଖିଯାଇଛି, ଓଡ଼ିଶାର କ୍ଷତି ହେଉଛି, ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ।" ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ, କେନ୍ଦ୍ର ସରକାର ଚାହିଁଥିଲେ ହସ୍ତକ୍ଷେପ କରି ସମାଧାନର ବାଟ ବାହାର କରି ପାରିଥାନ୍ତେ, ବିଜେଡି ସବୁଥିରେ ବିଜେପିକୁ ସପୋର୍ଟ ଦେଉଛି ପାର୍ଲାମେଣ୍ଟ ଉଭୟ ଗୃହରେ, କେଉଁଠି ବିରୋଧ କରୁନି, ଏଠି ଲୋକ ଦେଖାଣିଆ ଲଢେଇ ଚାଲିଛି ବୋଲି କହିଛନ୍ତି ନରସିଂହ ମିଶ୍ର ।

ମହାନଦୀ ଜଳ ବିବାଦ ଦୀର୍ଘଦିନ ଧରି ପଡି ରହିଛି । ଜଳ ଆବଣ୍ଟନ ନେଇ ଓଡିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଉପୁଜିଛି । କେନ୍ଦ୍ରୀୟ ଜଳ ଆୟୋଗରେ ଉଭୟ ରାଜ୍ୟ ପକ୍ଷ ରଖିଥିଲେ । ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମୟରେ ମହାନଦୀ ଉପରେ ଏକାଧିକ ବ୍ୟାରେଜ ନିର୍ମାଣ ହୋଇଥିଲା। ହେଲେ ରାଜ୍ୟ ସରକାର ଏନେଇ ପ୍ରୋଆକ୍ଟିଭ ପଦକ୍ଷେପ ନେଉ ନଥିବାରୁ ଓଡିଶା ନ୍ୟାୟ ପାଇବାରେ ବିଳମ୍ବ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.