ETV Bharat / state

ନବୀନ ଓ ନୀତିଶ ଭେଟଘାଟର କୌଣସି ସୁଫଳ ମିଳିବନି: ନରସିଂହ - ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନୀତିଶ କୁମାର

ଦେଶରେ ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତେବେ ବିଜେପି ବିରୋଧୀ ମେଳି ଦେଶରେ ସଫଳ ହେବ, ହେଲେ ନୀତିଶ-ନବୀନ ଆଲୋଚନା ସଫଳ ହେବନି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଅଧିକ ପଢ଼ନ୍ତୁ

ନବୀନ ଓ ନୀତିଶ ଭେଟଘାଟର କୌଣସି ସୁଫଳ ମିଳିବନି କହିଲେ ନରସିଂହ

author img

By

Published : May 9, 2023, 8:23 PM IST

ନବୀନ ଓ ନୀତିଶ ଭେଟଘାଟର କୌଣସି ସୁଫଳ ମିଳିବନି କହିଲେ ନରସିଂହ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପ୍ରାୟ ଦେଢ଼ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଗଣମାଧ୍ୟମ ଆଗରେ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଥିଲେ ଉଭୟ ମୁଖ୍ୟମନ୍ତ୍ରୀ । କୌଣସି ରାଜନୈତିକ ଚର୍ଚ୍ଚାକୁ ଏଡ଼ାଇ ଯାଇଥିଲେ ନବୀନ ପଟ୍ଟନାୟକ ଓ ନୀତିଶ କୁମାର । ତେବେ ନବୀନ-ନୀତିଶ ସାକ୍ଷାତକୁ ନେଇ କିଛି ଫରକ ପଡିବ ନାହିଁ ବୋଲି କହିଛି ବିଜେପି । ସେପଟେ ବିଜେପି ବିରୋଧୀ ମେଳି ଦେଶରେ ସଫଳ ହେବ, ହେଲେ ନୀତିଶ-ନବୀନ ଆଲୋଚନା ସଫଳ ହେବନି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ।

ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ନୀତିଶଙ୍କ ପ୍ରୟାସ ସର୍ବଭାରତୀୟ ସ୍ତରରେ ସଫଳ ହେବ । ହେଲେ ନବୀନଙ୍କ ସ୍ତରରେ ସଫଳ ହେବନି । ନୀତିଶ ଆସି ଆଲୋଚନା କରିବାରେ କିଛି ବାଧା ନାହିଁ । ନୀତିଶ ନବୀନ ଭେଟଘାଟ ସ୍ବାଗତଯୋଗ୍ୟ । ସୌଜନ୍ୟତା ଦୃଷ୍ଟିରୁ ଜଣେ ମୁଖ୍ୟମନ୍ତ୍ରୀ ଭେଟିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ନବୀନ ଆଗରୁ କହିଛନ୍ତି ସମଦୁରତ୍ବ ରକ୍ଷା କରୁଛି ବିଜେଡି । ଯଦିଓ ନବୀନ ବାବୁ ବିଜେପି ସହ ରହିଛନ୍ତି । ଦିଲ୍ଲୀରେ ମୋଦିଙ୍କ ସହ ମିଶିକି ଅଛନ୍ତି । ତାଙ୍କ ବିରୋଧରେ ସାମ୍ମୁଖ୍ୟ ଗଠନ କରିବେ କି ନାହିଁ ମୋର ସନ୍ଦେହ ହେଉଛି । ସଂସଦରେ ସବୁ କାର୍ଯ୍ୟରେ ବିଜେପିକୁ ସାହାଯ୍ୟ କରୁଛି ବିଜେଡି । ଏପରିକି ଆଦିଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ବିଜେଡି ଓ ବିଜେପି ଏକ ବୋଲି କହିଛନ୍ତି । ତେଣୁ ନୀତିଶଙ୍କ ପ୍ରୟାସ କେତେଦୂର ସଫଳ ହେଉଛି, ତାହା ସମୟ କହିବ ।"

ପ୍ରକାଶ ଥାଉକି, ଏହା ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଉଭୟ ଗଣତନ୍ତ୍ରକୁ ସଶକ୍ତ ଏବଂ ସୁଦୃଢ଼ କରିବାକୁ ଆଲୋଚନା ହୋଇଛି ବୋଲି ଗଣମାଧ୍ୟମ ଆଗରେ କହିଥିଲେ । ନୀତିଶ ମଧ୍ୟ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବ୍ୟନାର୍ଜୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଜାତୀୟ ରାଜନୀତିରେ ନବୀନ ଜଣେ ଦବଦବା ରଖୁଥିବା ନେତା ଭାବେ ନିଜକୁ ପ୍ରତିପାଦନ କରିସାରିଛନ୍ତି । ତେବେ ଉଭୟ ବିଜେପି ଏବଂ କଂଗ୍ରେସ ଠାରୁ ସମଦୂରତା କଥା କହୁଥିବା ନବୀନ ପୂର୍ବରୁ ଯଦିଓ ବିଜେପି ସହ ମେଣ୍ଟରେ ଭାଗୁଆଳି ନାହାନ୍ତି, କିନ୍ତୁ ସଂସଦରେ ସବୁ ବିଲରେ ବିଜେପି ସାଥ ଦେଇଛି ବିଜେଡି । ଆଗକୁ ୨୦୨୪ ସାଧାରଣ ନିର୍ବାଚନରେ ନବୀନ କେଉଁ ଆଭିମୁଖ୍ୟ ଗ୍ରହଣ କରିବେ, ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.