ETV Bharat / state

ନୂଆ ଟିମକୁ ଶରତଙ୍କ ଶୁଭେଚ୍ଛା, ସାଲୁଜା କହିଲେ ପ୍ରଥମ ଥର ପାଇଁ ଭଲ ଟିମ ପାଇଛି ଓପିସିସି

ନୂଆ ପିସିସି କମିଟି ଗଠନ ହେବାପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା । ଏହି କମିଟି ମିଳିତ ଭାବରେ ଆଗାମୀ ନିର୍ବାଚନରେ ବିଜେଡି ସରକାରକୁ କଡ଼ା ଟକ୍କର ଦେବାରେ ସଫଳ ହେବ ବୋଲି କହିଛନ୍ତି ପିସିସି ସଭାପତି ଓ ଦଳର ଅନ୍ୟ ବରିଷ୍ଠ ନେତା । ଅଧିକ ପଢ଼ନ୍ତୁ

author img

By

Published : Apr 25, 2023, 10:20 PM IST

ନୂଆ ଟିମକୁ ଶରତଙ୍କ ଶୁଭେଚ୍ଛା
ନୂଆ ଟିମକୁ ଶରତଙ୍କ ଶୁଭେଚ୍ଛା
ନୂଆ ଟିମକୁ ଶରତଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବାଧିନ ପ୍ରଦେଶ କଂଗ୍ରେସ କମିଟି ଘୋଷଣା ହୋଇଛି । ଏହି ଟିମରେ ସବୁ ବର୍ଗଙ୍କୁ ସାମିଲ କରି ସବୁ ଜିଲ୍ଲାର ପ୍ରତିନିଧିତ୍ବ କରିବାରେ ସକ୍ଷମ ହୋଇଛନ୍ତି ଶରତ । ନୂଆ, ପୁରୁଣା, ଯୁବକ, ମହିଳା, ବରିଷ୍ଠ ସମସ୍ତଙ୍କୁ ସ୍ଥାନ ଦେଇ କଂଗ୍ରେସକୁ ଜନସାଧାରଣଙ୍କ ଅସ୍ଥାଭାଜନ କରିବା ପାଇଁ ପ୍ରୟାସ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଏହି କମିଟି ମିଳିତ ଭାବରେ ଆଗାମୀ ନିର୍ବାଚନରେ ବିଜେଡି ସରକାରକୁ କଡ଼ା ଟକ୍କର ଦେବାରେ ସଫଳ ହେବ ବୋଲି କହିଛନ୍ତି ପିସିସି ସଭାପତି ଓ ଦଳର ଅନ୍ୟ ନେତା ।

ଓପିସିସିର ନୂଆ ଟିମ ଘୋଷଣା କରିଛି ଏଆଇସିସି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ପଦାଧିକାରୀଙ୍କ ନାଁ ଘୋଷଣା ହୋଇଛି । ନୂଆ ତାଲିକାରେ ୫ ଜଣ ବରିଷ୍ଠ ଉପସଭାପତି, ୧୨ ଜଣ ଉପସଭାପତି, ଜଣେ କୋଷାଧ୍ୟକ୍ଷ, ୩୯ ଜଣ ସାଧାରଣ ସମ୍ପାଦକ, ୬୧ ଜଣ ସମ୍ପାଦକ, ୬୭ ଜଣ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ମିଡିଆ ସେଲରେ ୨୭ ଜଣ ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଦଳର ବରିଷ୍ଠ ନେତା ଗଣେଶ୍ବର ବେହେରା, ବିଧାୟକ ତାରା ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ ଏବଂ ସରସ୍ୱତୀ ହେମ୍ବ୍ରମଙ୍କୁ ବରିଷ୍ଠ ଉପସଭାପତି ଭାବେ ଦାୟିତ୍ବ ମିଳିଛି । ସନ୍ତୋଷ ସିଂହ ସାଲୁଜାଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେହିଭଳି ନକୁଳ ନାୟକ, ମମତା ମାଡ଼ି, ବିଧାୟକ ଅଧିରାଜ ପାଣିଗ୍ରାହୀ, ରାଜନ ଏକ୍କା, ବିଭୁତି ମିଶ୍ର ପ୍ରମୁଖଙ୍କୁ ଉପସଭାପତି ଭାବେ ଦାୟିତ୍ବ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ନୂଆ ତାଲିକାରେ ଗଣେଶ୍ବର ବେହେରା ମିଡିଆ ସେଲର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । କାହ୍ନୁ ଲେଙ୍କା, କେପି ସିଂହଦେଓ, ଭକ୍ତ ଚରଣ ଦାଶ ପ୍ରମୁଖଙ୍କୁ କାର୍ଯ୍ୟକାରିଣୀ କମିଟିରେ ମିଳିଛି ସ୍ଥାନ ।

ତେବେ ନୂଆ ଦାୟିତ୍ବ ମିଳିବା ପରେ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, "ଦଳ ଯାହା ଦାୟିତ୍ବ ଦେଇଛି, ତାକୁ ପାଳନ କରିବି । ପ୍ରଥମ ଥର ପାଇଁ ପ୍ରଦେଶ କଂଗ୍ରେସରେ ଏକ ଭଲ କମିଟି ଗଠନ ହୋଇଛି । ସବୁ ବର୍ଗର ନେତା ସାମିଲ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ଅଧିକ କ୍ରିୟାଶୀଳ କରିବାରେ ଏହି କମିଟି ସହାୟକ ହେବ । ଦଳ ଆଗକୁ ଯାହା ଦାୟିତ୍ବ ଦେବ, ତାକୁ ନେଇ ଆଗକୁ ବଢିବ କଂଗ୍ରେସ ।" ସେହିଭଳି ଏହା ଏକ ଭଲ କମିଟି ହୋଇଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଆଗକୁ ନିର୍ବାଚନରେ ଲଢ଼ିବେ କି ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି, "ଏଆଇସିସି ଯାହା ନିଷ୍ପତ୍ତି ନେବେ, ତାକୁ ଗ୍ରହଣ କରିବୁ । ଯଦି ଟିକେଟ ଦେବେ, ନିଶ୍ଚିତ ଦେଖିବି ।" ତେବେ କମିଟି ଘୋଷଣା ହେବା ପରେ ଆଜି କିଛି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଦଳ ଆଗକୁ ସାଧାରଣ ନିର୍ବାଚନ ଲଢ଼ିବ । ତାକୁ ଲକ୍ଷ ରଖି କମିଟି ଗଠନ କରାଯାଇଛି । ଏଆଇସିସିର ନିୟମ ଆଧାରରେ କମିଟି ଗଠନ କରାଯାଇଛି । ଏଥିରେ କୌଣସି ତ୍ରୁଟି ହୋଇନାହିଁ । ସବୁ ବର୍ଗଙ୍କୁ ସାମିଲ କରାଯାଇଛି । ଯଦି କାହାର ବ୍ୟକ୍ତିଗତ ଅସନ୍ତୋଷ ରହିଛି, ଏହା ଆମ କଂଗ୍ରେସ ପରିବାରର କଥା । ଆମେ ଆଲୋଚନା ମାଧ୍ୟମରେ ସମାଧାନ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.