ETV Bharat / state

AICC ଓ PCC ସଦସ୍ୟ ତାଲିକାରେ ରହିଛି ତ୍ରୁଟି, କଂଗ୍ରେସ ଭିତିରି ମହଲରେ ଅସନ୍ତୋଷ

author img

By

Published : Jan 26, 2023, 8:05 AM IST

AICC ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବା ପୂର୍ବରୁ ଦଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । କଂଗ୍ରେସର ବହୁ ନେତା ଓ କର୍ମୀଙ୍କ ଅଭିଯୋଗ ତାଙ୍କ ନାଁକୁ ପିସିସି ସଦସ୍ୟ ତାଲିକାରୁ କାଟି ଦିଆଯାଇଛି । ସେପଟେ AICC ସଦସ୍ୟ ତାଲିକାରେ ତ୍ରୁଟି ରହିଥିବା ମଧ୍ୟ ସ୍ବୀକାର କରିଛନ୍ତି କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ

AICC ଓ PCC ସଦସ୍ୟ ତାଲିକାରେ ତ୍ରୁଟି ନେଇ କଂଗ୍ରେସରେ ଅସନ୍ତୋଷ

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୨୪ରୁ ୨୬ ତାରିଖ AICC ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସାରା ଦେଶରୁ ପ୍ରାୟ ୯ ହଜାର ଡେଲିଗେଟସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡିଶାରୁ ପ୍ରାୟ ୭୦ ଜଣ AICC ସଦସ୍ୟଙ୍କ ନାମ ଘୋଷଣା ହେବ । 400ରୁ ଊର୍ଦ୍ଧ୍ବ ପିସିସି ସଦସ୍ୟ ରହିଛନ୍ତି । ତେବେ କଂଗ୍ରେସର ବହୁ ନେତା ଓ କର୍ମୀଙ୍କ ଅଭିଯୋଗ ତାଙ୍କ ନାଁକୁ ପିସିସି ସଦସ୍ୟ ତାଲିକାରୁ କାଟି ଦିଆଯାଇଛି । ଯାହାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସେପଟେ AICC ସଦସ୍ୟ ତାଲିକାରେ ତ୍ରୁଟି ରହିଥିବା ମଧ୍ୟ ସ୍ବୀକାର କରିଛନ୍ତି କଂଗ୍ରେସ ନେତ ।

କଂଗ୍ରେସ ଦଳକୁ ଆଗକୁ ନେବାକୁ ଦଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସଂକଳ୍ପ ରହିଛି । ହେଲେ ଏବେ କଂଗ୍ରେସର ସମ୍ବିଧାନରେ ତ୍ରୁଟି ବିଚ୍ୟୁତି ଦେଖିବାକୁ ମିଳିଛି । AICC ସଦସ୍ୟ ଏବଂ ପିସିସି ସଦସ୍ୟ ତାଲିକାରେ ନାଁ ଆଉ ବାରକୋଡ୍‌ରେ ତାଳମେଳ ନାହିଁ । ଯାହାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । AICC ଅଧ୍ୟକ୍ଷ ନିର୍ବାଚନକୁ ୩ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡାନ୍ତ AICC ସଦସ୍ୟ ତାଲିକା ପ୍ରକାଶ ପାଇପାରିଲା ନାହିଁ । ସେହିଭଳି ରାଜ୍ୟରେ ମଧ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ଦାୟିତ୍ୱ ନେବା ୬ ମାସରୁ ଊର୍ଦ୍ଧ୍ବ ବିତିଲାଣି । ତଥାପି ରାଜ୍ୟରେ ଚୂଡାନ୍ତ ପିସିସି ସଦସ୍ୟ ତାଲିକା ଘୋଷଣା ହୋଇପାରିଲା ନାହିଁ ।

ଏଭଳି ସ୍ଥଳେ ପିସିସି ସଦସ୍ୟ ତାଲିକାରୁ ନାଁ କାଟି ଦିଆଯାଇଥିବା ନେଇ କଂଗ୍ରେସର ବହୁ ନେତା ଓ କର୍ମୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । କିଛି ନେତା ଦଳରେ କୌଣସି ଅନୁଶାସନ ନଥିବା ଦର୍ଶାଇ ଦଳକୁ ବାୟ ବାୟ ମଧ୍ୟ କରିଛନ୍ତି । ମିଡିଆ ସେଲର ସଂଯୋଜକ ସତ୍ୟ ପ୍ରକାଶ ନାୟକ ଦଳରୁ ଇସ୍ତଫା ମଧ୍ୟ ଦେଇଛନ୍ତି । AICC ସଦସ୍ୟ ତାଲିକାରେ ତ୍ରୁଟି ରହିଛି ବୋଲି ଦଳର ବରିଷ୍ଠ ନେତା ତଥା AICC ସଦସ୍ୟ ଶରତ ରାଉତ ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ସ୍ୱୀକାର କରିଛନ୍ତି । ସେ ନିଜେ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି କହିଛନ୍ତି । ଯେଉଁମାନେ ଏଭଳି ଅସୁବିଧାରେ ପଡୁଛନ୍ତି ସେମାନେ ତୁରନ୍ତ AICCର ଦୃଷ୍ଟି ଆକର୍ଷଣ କରନ୍ତୁ ଏହାର ସମାଧାନ ହେବ ବୋଲି ସେ କହିଛନ୍ତି । AICC ସଦସ୍ୟ ମନୋନୀତ କରିବା ପାଇଁ ପିସିସି ପକ୍ଷରୁ ଏକ ରେଜ୍ୟୁଲେସନ କରି ଦିଆଯାଇଛି । ପିସିସି ସଭାପତି AICC ସଦସ୍ୟ ଓ ପିସିସି ସଦସ୍ୟ ମନୋନୀତ କରିପାରିବେ ବୋଲି ତାଙ୍କୁ ସେ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ଶରତ ରାଉତ ।

ସେପଟେ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା ମଧ୍ୟ ତ୍ରୁଟିକୁ ନେଇ ସତ ମାନିଛନ୍ତି । ସେ କହିଛନ୍ତି, "ପିସିସି ସଦସ୍ୟଙ୍କ ତାଲିକାରେ ତ୍ରୁଟି ଅଛି । ଏଥିରେ ମୁଦ୍ରଣ ଜନିତ ତ୍ରୁଟି ରହିଛି । ମୁଁ ନିଜେ AICC ଦାୟିତ୍ୱରେ ଥିବା ନେତାଙ୍କୁ ଭେଟିଥିଲି । ସେ କହିଲେ ଏହା ତ୍ରୁଟି ହୋଇଛି କିନ୍ତୁ ଏହାକୁ ଠିକ କରାଯାଇପାରିବ । AICCର ଚୂଡାନ୍ତ ତାଲିକା ମଧ୍ୟ ଖୁବଶୀଘ୍ର ପ୍ରକାଶ ପାଇବ ।" ତେବେ ୨୦୨୪ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ କଂଗ୍ରେସକୁ ଏକ ନୂଆ ଦିଗ ଦେଖାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରାୟ 30 ବର୍ଷ ପରେ କଂଗ୍ରେସର ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ, ଅଣଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ନିର୍ବାଚିତ କରିବା ଓ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ସାରା ଭାରତକୁ ଏକ ସୂତ୍ରରେ ଯୋଡିବା ପାଇଁ ଭାରତ ଯୋଡୋ ପଦଯାତ୍ରା କରିବା କେତେଦୂର କଂଗ୍ରେସକୁ ଜନସାଧାରଣଙ୍କ ପାଖରେ ଆସ୍ଥାଭାଜନ ହେବାର ସହାୟକ ହେଉଛି, ତାହା ସମୟ କହିବ । କଂଗ୍ରେସର ଭିତିରି ମହଲରେ ଏଭଳି ତ୍ରୁଟି ବିଚ୍ୟୁତି, ପିସିସି ଏବଂ AICC ସଦସ୍ୟ ତାଲିକା ଚୟନ ପ୍ରକ୍ରିୟାରେ ବଡ଼ ଭୁଲ ରହିଛି ବୋଲି ଦଳ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହେଲାଣି । ତେବେ ଏଭଳି ସ୍ଥଳେ କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ ସମାଧାନ କରି ଦଳକୁ ଆଗକୁ ନେବାକୁ କି ପ୍ରୟାସ କରୁଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.