ETV Bharat / state

ଭୁବନେଶ୍ୱରରେ କଂଗ୍ରେସର ବିକ୍ଷୋଭ, ପିସିସି ସଭାପତିଙ୍କ ସମେତ ଅନ୍ୟ ନେତା ଓ କର୍ମୀ ଅଟକ - ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରତିବାଦରେ ଭୁବନେଶ୍ବରରେ କଂଗ୍ରେସର ହଲ୍ଲାବୋଲ । AG ଛକରେ ଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଗଣତନ୍ତ୍ର ସୁରକ୍ଷା ଦାବିରେ ଧାରଣା । ବିଧାନସଭା ଆଡ଼କୁ ଯାଉଥିବା ସମୟରେ ପିସିସି ସଭାପତିଙ୍କ ସମେତ ଅନ୍ୟ ନେତା ଓ କର୍ମୀଙ୍କୁ ଅଟକ ରଖିଲା ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ୱରରେ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱରରେ କଂଗ୍ରେସର ବିକ୍ଷୋଭ
author img

By

Published : Apr 2, 2023, 5:55 PM IST

ଭୁବନେଶ୍ୱରରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦର ପ୍ରତିବାଦ ଓ ଗଣତନ୍ତ୍ର ସୁରକ୍ଷା ଦାବିରେ ଭୁବନେଶ୍ବରରେ କଂଗ୍ରେସର ହଲ୍ଲାବୋଲ । AG ଛକରେ ଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ତଳେ ବରିଷ୍ଠ ନେତାଙ୍କ ଧାରଣା । ଏହାପରେ ପିସିସି ସଭାପତିଙ୍କ ନେତୃତ୍ବରେ ପଦଯାତ୍ରାରେ ବିଧାନସଭା ଆଡ଼କୁ ଯାଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ, ବରିଷ୍ଠ ବିଧାୟକ ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଜୟଦେବ ଜେନାଙ୍କ ସହ ଅନ୍ୟ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ପୋଲିସ ।

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନେଇ ମୋଦି ସରକାରକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ପ୍ରଦେଶ କଂଗ୍ରେସର SC, ST, OBC ସହ ସଂଖ୍ୟାଲଘୁ ସେଲ ପକ୍ଷରୁ ଆଜି ଆମ୍ବେଦକର ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରାଯାଇଛି । ଏନେଇ ପିସିସି ସଭାପତି କହିଛନ୍ତି, "ଭାରତ ବର୍ଷରେ ଗଣତନ୍ତ୍ର ସୁରକ୍ଷିତ ନାହିଁ । ସମ୍ବିଧାନ ଭାଙ୍ଗିବାକୁ ନରେନ୍ଦ୍ର ମୋଦି ଉଦ୍ୟମ କରୁଛନ୍ତି । ରାହୁଲଙ୍କ ମାଇକ ବନ୍ଦ କରିବାକୁ ଯାଇ ସଂସଦକୁ ମ୍ୟୁଟ କରିଛନ୍ତି ମୋଦି । ଆଦାନୀଙ୍କ ୨୦ ହଜାର କୋଟି ଟଙ୍କାର ହିସାବ ମାଗିବାରୁ ରାହୁଲଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ତାଙ୍କଠାରୁ ବାସଭବନ ମଧ୍ୟ ଛଡ଼ାଇ ନିଆଯାଇଛି । ଯେଉଁଭଳି ଭାବରେ ମାମଲାକୁ ଗୁଜୁରାଟରେ ପହଞ୍ଚାଇ ୧୧ ମିନିଟ ମଧ୍ୟରେ ସଭ୍ୟ ପଦ ରଦ୍ଦ କରିଛନ୍ତି, ତାହା ପ୍ରମାଣ କରୁଛି ମୋଦି ରାହୁଲଙ୍କୁ ଭୟ କରୁଛନ୍ତି ।" ତେବେ ଯେ ପର୍ଯ୍ୟନ୍ତ ମୋଦି ହଟିନାହାନ୍ତି ଏ ଆନ୍ଦୋଳନ ଦେଶବ୍ୟାପୀ ଏମିତି ଜାରି ରଖିବେ ବୋଲି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ବରିଷ୍ଠ ନେତା ଓ କର୍ମୀ ପ୍ରତିଜ୍ଞା କରିଛନ୍ତି ।

AG ଛକ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନକଟରୁ ଧାରଣାରୁ ଉଠି ବିଧାନସଭା ଆଡ଼କୁ ଯାଉଥିବ ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ, ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ପୋଲିସ ଦ୍ଵାରା ଅଟକ ରହିଛନ୍ତି । ଗଣତନ୍ତ୍ର ବଞ୍ଚାଅ ନାରା ଦେଇ ପ୍ରତିବାଦ କରି ବିଧାନ ସଭା ଓ ସଚିବାଳୟ ଅଭିମୁଖେ ଯାଉଥିବା ସମୟରେ ସୂଚନା ଭବନ ପାଖରେ ଅଟକାଇଲା ପୋଲିସ । ପୋଲିସ ସହିତ କଂଗ୍ରେସ କର୍ମୀ ଓ ନେତାଙ୍କ ଭିତରେ କିଛି ସମୟ ଧାସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଏଜି ଛକରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ ଏକାଠି ହୋଇଥିଲେ SC, ST ଓ ସଂଖ୍ୟାଲଘୁ ଫୋରମର ସଦସ୍ୟ । ଏହାପରେ ସଚିବାଳୟ ଓ ବିଧାନସଭା ମୁହାଁ ହୋଇଥିଲେ କଂଗ୍ରେସର ଏହି ଫୋରମ୍ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.