ETV Bharat / state

ମୁଁ କଂଗ୍ରେସରେ ବାଘ ହୋଇ ବଞ୍ଚିବି, କୌଣସି ଦଳକୁ ଯିବିନି: ତାରା ବାହିନୀପତି - ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ନିକଟରେ କଂଗ୍ରେସର ସମସ୍ତ ୯ ବିଧାୟକ ବିଜେଡି ସହ ଯୋଗାଯୋଗରେ ରହିଥିବା କହିଥିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କଂଗ୍ରେସରେ ୯ ବିଧାୟକ ଓ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା କହିଥିଲେ ଚିରଞ୍ଜୀବ ବିଶ୍ବାଳ । ଟିପ୍ପଣୀକୁ ଖଣ୍ଡନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଦଳକୁ ସଙ୍ଗଠିତ କରିବାକୁ ସେ ନିଜେ ଦାୟିତ୍ବ ନେବେ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସକୁ ଏକଜୁଟ କରିବାକୁ ଏଆଇସିସିକୁ ଚିଠି ଲେଖିବେ କହିଲେ ତାରା

author img

By

Published : May 12, 2023, 10:17 PM IST

ଭୁବନେଶ୍ବର: ନିକଟରେ କଂଗ୍ରେସର ବିଦ୍ରୋହୀ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ । ଦଳରେ ବର୍ତ୍ତମାନ ୯ ବିଧାୟକ ଓ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିଥିବା ଖୋଲାମଞ୍ଚରେ କହି ସେ ନିଜ ଦଳକୁ କଟାକ୍ଷ କରିଥିଲେ । ସେପଟେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ କଂଗ୍ରେସର ସମସ୍ତ ୯ ବିଧାୟକ ଏବେ ବିଜେଡି ସହ ଯୋଗାଯୋଗରେ ରହିଛନ୍ତି । ତେବେ ଏହି ସମସ୍ତ ଟିପ୍ପଣୀକୁ ଖଣ୍ଡନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଦଳ ଭିତରେ ମତଭେଦ ରହିଛି ଓ ଏହାକୁ ଦୂର କରିବା ପାଇଁ ସେ ନିଜ ଆଡ଼ୁ ଏଆଇସିସିକୁ ଚିଠି ଲେଖିବେ ବୋଲି କହିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାରା କହିଛନ୍ତି, "କଂଗ୍ରେସର ୯ ଜଣ ବିଧାୟକ ବିଜେଡିରେ ମିଶିବା ସମ୍ପୂର୍ଣ୍ଣ ଭୁଲ୍‌ କଥା । ଭାଲୁ ବାହୀନିପତି ରୟାଲ ଟାଇଗର, କେବେ କେଉଁ ଦଳକୁ ଯିବନାହିଁ । ମୁଁ କୁକୁର ନୁହେଁ, ମୁଁ ବାଘ । ଖାଇବାକୁ ନପାଇ ମରିଯିବି ପଛେ ଘାସ ଖାଇବି ନାହିଁ । ଦଳ ଭିତରେ ମତପାର୍ଥକ୍ୟ ଅଛି, କାହାର କାହ ସହ ପଡୁନାହିଁ । ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଛି । ୨୦ ମୁଖ୍ୟମନ୍ତ୍ରୀ ନୁହେଁ ଜଣେ ମୁଖ୍ୟମନ୍ତ୍ରୀ ହେବେ । ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ବିଜୟ ପଟ୍ଟନାୟକ ହୁଅନ୍ତୁ, ମୋର କିଛି କହିବାର ନାହିଁ । ମୁଁ କହୁଛି ଏଥର ୯ରୁ ୯୦ ହେବ । ଲୋକମାନେ କଂଗ୍ରେସକୁ ଭୋଟ ଦେବେ । ମୁଁ ନିଜ ଆଡୁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବି । ଗୋଷ୍ଠୀ ବିବାଦ ସମାଧାନ ନହେଲେ ଦଳ କ୍ଷତିରେ ପଡିବୁ ।"

ସେ ଆହୁରି ମଧ୍ୟ କହିଛନ୍ତି, "କଂଗ୍ରେସର ୯ ବିଧାୟକ ବିଜେଡିରେ ମିଶିବା ଚର୍ଚ୍ଚା ସମ୍ପୂର୍ଣ୍ଣ ମିଛ । ମୁଁ ଏହାକୁ ବିରୋଧ କରୁଛି । ମୁଁ କଂଗ୍ରେସ ଦଳ ଛାଡି ଆଉ କେଉଁ ଦଳକୁ ଯିବିନାହିଁ । ମୁଁ ବାଘ ହେଇ ବଞ୍ଚିବି । ଦଳକୁ ସଙ୍ଗଠିତ ହେବାର ଆବଶ୍ୟକତା ରହିଛି । ରାହୁଲ ଗାନ୍ଧୀଙ୍କୁ ଦଳର ସ୍ଥିତି ବିଷୟରେ ଚିଠି ଲେଖି ଅବଗତ କରାଇବି । ଦଳକୁ ସଂଗଠିତ କରିବା ପାଇଁ ପ୍ରୟାସ କରିବାକୁ କହିବି । ସେହି ଦାୟିତ୍ବ ମୋତେ ନ୍ୟସ୍ତ କରିବାକୁ ମଧ୍ୟ ଅନୁରୋଧ କରିବି । ମୁଁ ନିଜେ ଦାୟିତ୍ବ ନେବି ।" ଏହି ପରୀପ୍ରେକ୍ଷୀରେ ପୁରୁଣା କଥାକୁ ଦୋହରାଇଲେ ତାରା । କହିଲେ, "ବିଗତ ଦିନରେ ଜାନକୀ ବାବୁ ଓ ବସନ୍ତ ବାବୁଙ୍କ ମଧ୍ୟରେ କଳି ମୁଁ ଦେଖିଛି । ଏକାଠି ବସିଲେ ପୁଣି ସରକାରରେ ଆସିଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.