ETV Bharat / state

ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ୪ ଜିଲ୍ଲା ବୁଲିବ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା' - ରାହୁଲ ଗାନ୍ଧି ଓଡ଼ିଶା ଗସ୍ତ

Rahul Gandhi will visit Odisha in February: ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । 'ଭାରତ ଯୋଡ଼ ନ୍ୟାୟ ଯାତ୍ରା'ରେ ୪ ଜିଲ୍ଲା ବୁଲିବେ ରାହୁଲ । ରାଜ୍ୟ କଂଗ୍ରେସ ପକ୍ଷରୁ ଦିଆଯାଇଛି ଏହି ସୂଚନା । ଅଧିକ ପଢ଼ନ୍ତୁ,

ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ୪ ଜିଲ୍ଲା ବୁଲିବ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା'

author img

By ETV Bharat Odisha Team

Published : Jan 11, 2024, 2:49 PM IST

Updated : Jan 11, 2024, 5:39 PM IST

ଫେବ୍ରୁଆରିରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ୪ ଜିଲ୍ଲା ବୁଲିବ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା'

ଭୁବନେଶ୍ବର: ଭାରତ ଜୋଡ ଯାତ୍ରାର ସଫଳତା ପରେ, କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବ ରାହୁଲଙ୍କ ଯାତ୍ରା ୨.୦ । ଏହି ଯାତ୍ରା ସମୟରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ଏହି ଯାତ୍ରା ପ୍ରଥମ ପର୍ଯାୟରେ ରାଜ୍ୟର ୪ଟି ଜିଲ୍ଲାରେ ଦେଇ ଅତିକ୍ରମ କରିବ । ଏହାସହ ଅଧିକ ୨ଟି ଜିଲ୍ଲା ଯାତ୍ରା କରିବାକୁ ମଧ୍ୟ ପ୍ରସ୍ତାବ ଦେବ ରାଜ୍ୟ କଂଗ୍ରେସ । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରତ ନ୍ୟାୟ ଯାତ୍ରା କରିବେ ରାହୁଲ । ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛି ରାଜ୍ୟ କଂଗ୍ରେସ । ଏଆଇସିସି ସଂପାଦକ ଶରତ ରାଉତ ଏବଂ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସାମ୍ବାଦିକ ସମ୍ମିଳନରେ ଏହି ସୂଚନା ଦେଇଛନ୍ତି । ଜାନୁଆରୀ ୧୪ ତାରିଖରୁ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧି । ଏନେଇ ଦଳ ପକ୍ଷରୁ ଲୋଗୋ ଉନ୍ମୋଚନ କରାଯାଇଛି। ଶରତ ରାଉତ ଏବଂ ପଞ୍ଚାନନ କାନୁନଗୋ କହିଛନ୍ତି, "ଭାରତ ନ୍ୟାୟ ଯାତ୍ରା"ରେ ରାହୁଲ ପୁଣି ସାରା ଭାରତକୁ ଯୋଡ଼ିବାକୁ ପ୍ରୟାସ କରିବେ। ଦେଶର ଗଣତନ୍ତ୍ର ଏବେ ବିପଦରେ। ଦେଶର ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭାରତରେ ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ପୁଣି ବୁଲିବେ ଭାରତବର୍ଷ।"

ଏହା ମଧ୍ୟ ପଢ଼ନ୍ତୁ: ଓଡିଶା ଆସିବେ ରାହୁଲ; ରାଜନୈତିକ ବୟାନବାଜି ଆରମ୍ଭ

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ 10 ଜିଲ୍ଲା ବୁଲିବେ ରାହୁଲ, ପ୍ରସ୍ତାବ ଦେବାକୁ ଦିଲ୍ଲୀରେ ପିସିସି ସଭାପତି

ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ମୁମ୍ବାଇରେ ଶେଷ ହେବ । ରାହୁଲଙ୍କ ଯାତ୍ରା ୨.୦ ମୋଟ 6୭୧୩ କିଲୋମିଟର ଅତିକ୍ରମ କରି ଶେଷରେ ମହାରାଷ୍ଟ୍ରରେ ପରିସମାପ୍ତି ହେବ। ରାହୁଲ ୬୬ ଦିନରେ ୧୫ ରାଜ୍ୟର 110ଟି ଜିଲ୍ଲା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାରେ ସାମିଲ ହେବେ ନେତା, କର୍ମୀ ଏବଂ ସାଧାରଣ ଜନତା। ଏହି ଯାତ୍ରାର ମୂଳ ଉଦେଶ୍ୟ ହେଉଛି ଭାରତବର୍ଷର ଯୁବକ, ମହିଳା, କୃଷକ, ଶ୍ରମିକ ମଧ୍ୟବିତ୍ତ ଏବଂ ଗରିବଙ୍କୁ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ନ୍ୟାୟ ପ୍ରଦାନ କରିବା ।

ଭାରତ ଯୋଡ଼ ନ୍ୟାୟ ଯାତ୍ରା ଲୋଗୋ ଉନ୍ମୋଚିତ:

ଭାରତ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚିତ ହୋଇଛି । ରାହୁଲଙ୍କ ପଦଯାତ୍ରାରେ ସାଧାରଣ ଜନତା ମଧ୍ୟ ସାମିଲ ହୋଇ ପାରିବେ । ଏଥିପାଇଁ ସେମାନେ 9891802024 ନମ୍ବରରେ ମିସ୍ କଲ୍ କରି ଯାତ୍ରାରେ ସାମିଲ ହୋଇପାରିବେ। ଆଗକୁ ନିର୍ବାଚନ ଆସୁଥିବାରୁ ଭାରତ ନ୍ୟାୟ ଯାତ୍ରାର ପ୍ରଭାବ ସାରା ଓଡ଼ିଶାରେ ପଡ଼ିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି । ଭାରତ ନ୍ୟାୟ ଯାତ୍ରାରେ ଓଡ଼ିଶାବାସୀଙ୍କୁ ଯୋଗଦେବାକୁ କଂଗ୍ରେସ ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ସବୁ ଶ୍ରେଣୀ ଏବଂ ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ ହେବାକୁ ଦଳ ପକ୍ଷରୁ ଆହ୍ବାନ ଦିଆଯାଇଛି । ରାହୁଲ ଗାନ୍ଧି ପୂର୍ବରୁ ଭାରତଯୋଡ଼ ଯାତ୍ରାରେ କନ୍ୟାକୁମାରୀରୁ କାଶ୍ମୀର ପଦଯାତ୍ରା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 11, 2024, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.