ETV Bharat / state

କଂଗ୍ରେସ କ୍ଷମତାକୁ ଆସିଲେ ଖାଇବା ତେଲ, ଚାଉଳ ଲୁଣ ଦେବ: ଗଣେଶ୍ବର ବେହେରା

author img

By

Published : Jan 11, 2023, 7:53 AM IST

ଗଣେଶ୍ୱର ଅଭିଯୋଗ କରିଛନ୍ତି ଚଳିତବର୍ଷ ପ୍ରଥମ ମାସରୁ ଗରିବ କଲ୍ୟାଣ ଯୋଜନାର ଅନ୍ତ ଘଟିଲା ବୋଲି ଘୋଷଣା କଲେ କେନ୍ଦ୍ର ସରକାର । ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ଦିଆଯିବ । ପୂର୍ବ ବର୍ଷ ୧୦ କେଜି ଚାଉଳ ପାଉଥିଲେ ହିତାଧିକାରୀ । କଂଗ୍ରେସ ଏହାକୁ ଉପହାର ବଦଳରେ ଉପହାସ କହିବ । ଅଧିକ ପଢନ୍ତୁ

କଂଗ୍ରେସ କ୍ଷମତାକୁ ଆସିଲେ ଖାଇବା ତେଲ, ଚାଉଳ ଲୁଣ ଦେବ: ଗଣେଶ୍ବର ବେହେରା
କଂଗ୍ରେସ କ୍ଷମତାକୁ ଆସିଲେ ଖାଇବା ତେଲ, ଚାଉଳ ଲୁଣ ଦେବ: ଗଣେଶ୍ବର ବେହେରା
କଂଗ୍ରେସ କ୍ଷମତାକୁ ଆସିଲେ ଖାଇବା ତେଲ, ଚାଉଳ ଲୁଣ ଦେବ: ଗଣେଶ୍ବର ବେହେରା

ଭୁବନେଶ୍ବର: ଗତ ୨୦୧୯ ମସିହା ନିର୍ବାଚନି ଇସ୍ତାହାରକୁ ପୁଣି ଥରେ ଦୋହରାଇଲା ପ୍ରଦେଶ କଂଗ୍ରେସ । ୨୦୨୪ ନିର୍ବାଚନ ଜିତିଲେ ୩ କୋଟି ୩୩ ଲକ୍ଷ ୯ ହଜାର ଲୋକଙ୍କୁ ମାସିକ ୫ କିଲୋ ଚାଉଳ ,ଖାଇବା ତେଲ ଓ ଲୁଣ ଯୋଗାଇ ଦେବ କଂଗ୍ରସ । ଏହାସହ ମାଗଣା ଯୋଜନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଦଳ ଅଭିଯୋଗ କରିଛି ନୂଆ ବର୍ଷରେ ଉପହାର ପାଇବା ପରିବର୍ତ୍ତେ ଉପହାସିତ ହୋଇଛନ୍ତି ଉଭୟ ଦେଶବାସୀ ଓ ରାଜ୍ୟବାସୀ । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି କଂଗ୍ରେସ ଗଣମାଧ୍ୟମ ମୁଖ୍ୟ ଗଣେଶ୍ୱର ବେହେରା ।

ଗଣେଶ୍ୱର ଅଭିଯୋଗ କରିଛନ୍ତି ଚଳିତବର୍ଷ ପ୍ରଥମ ମାସରୁ ଗରିବ କଲ୍ୟାଣ ଯୋଜନାର ଅନ୍ତ ଘଟିଲା ବୋଲି ଘୋଷଣା କଲେ କେନ୍ଦ୍ର ସରକାର । ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ଦିଆଯିବ । ପୂର୍ବ ବର୍ଷ ୧୦ କେଜି ଚାଉଳ ପାଉଥିଲେ ହିତାଧିକାରୀ । କଂଗ୍ରେସ ଏହାକୁ ଉପହାର ବଦଳରେ ଉପହାସ କହିବ । ସରକାର କହିଛନ୍ତି ଆମେ ହିତାଧିକାରୀଙ୍କୁ ଚାଉଳ ଦେଉଛୁ । ଏହା ଦ୍ଵରା ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଟଙ୍କା କେନ୍ଦ୍ର ସରକାର ସଞ୍ଚୟ କଲେ । ଅନ୍ତର୍ଜାତୀୟ ହଙ୍ଗର ସର୍ଭେ ଅନୁସାରେ ୮୦ ପ୍ରତିଶ୍ରତ ଲୋକେ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି । ହଙ୍ଗର ୱାର୍ଲଡ ଇଣ୍ଡେକ୍ସର ସର୍ଭେ ଅନୁଯାୟୀ ୧୨୧ ଟି ଦେଶ ମଧ୍ୟରଉ ଭାରତର ସ୍ଥାନ ହେଉଛି ୧୦୭ । ଭାରତରେ ଦରିଦ୍ର, ଅଭାବ ଓ କ୍ଷୁଧା ଅଛି । ବିଜେପି କହୁଛି ଆମେ ଐତିହାସିକ ନିଷ୍ପତି ନେଲୁ । କ୍ଷୁଧାମୁକ୍ତ ପାଇଁ ଖାଦ୍ୟ ନିରାପତା ଆଇନକୁ ୨୦୧୩ ମସିହାରେ ୟୁପିଏ ସରକାର ଆଣିଥିଲେ ।

ସେ ସମୟରେ ଏବେର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଇନକୁ ସମାଲୋଚନା କରିଥିଲେ। କିନ୍ତୁ ଆଜି ଏହି ଆଇନକୁ ନିଜେ ପ୍ରଣୟନ କରି ପ୍ରଂଶସା କରୁଛନ୍ତି । ଗରିବ କଲ୍ୟାଣ ଯୋଜନା ବନ୍ଦ କରିବା ଦୁର୍ଭାଗ୍ୟଜନକ । ୮୧ କୋଟି ୩୫ ଲକ୍ଷ ହିତାଧିକାରୀ ଏଥିରେ କ୍ଷତି ସହିବେ। କାହିଁକି ନାଁ ଯଦି ଗୋଟେ ପରିବାର ମାସିକ ୧୦ କେଜି ଚାଉଳ ପାଉଥିଲା । କିନ୍ତୁ ତାହା ୫ କିଲୋକୁ ଖସି ଆସିଲା । ତେବେ ତାହା କେବଳ କେନ୍ଦ୍ର ସରକାରଙ୍କ ପାଇଁ ଲାଭ ହୋଇପାରେ କିନ୍ତୁ ଲୋକଙ୍କ ପାଇଁ ନୁହେଁ। ରାଜ୍ୟ ସରକାର ମଧ୍ୟ ଏହି ଆଇନ ପ୍ରଣୟନ କରିଛନ୍ତି । ସେ ମଧ୍ୟ କହିଛନ୍ତି ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଦିଆଯିବ । ଏହି ସବୁ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ମିଛ ବାଃ ବାଃ ନେଉଛନ୍ତି ।

ଗଣେଶ୍ବର ଆହୁରି କହିଛନ୍ତି କି, ‘‘୩ କୋଟି ୨୫ ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ଉପେକ୍ଷା କରିଛନ୍ତି । ଜାତୀୟ ସର୍ବେକ୍ଷଣ ସଂସ୍ଥାର ସର୍ଭେ ଅନୁଯାୟୀ ଚାଷୀମାନଙ୍କର ମାସିକ ଆୟ ୫ ହଜାର ୧୧୨ ଟଙ୍କା । ଏଥିରୁ ଜଣା ପଡୁଛି ଓଡ଼ିଶାର ଦାରିଦ୍ୟ ହାର କେତେ ଅଛି । ଦିନକୁ ୧୭୦ ଟଙ୍କା ଯଦି ଜଣେ ଆୟ କରିବ ତାର ପରିବାର କିପରି ଚଳିବ । ତୁରନ୍ତ ରାଜସ୍ୱ ସଂଗ୍ରହ କରି ରାଜ୍ୟ ସରକାର ୩ କୋଟ ୩୩ ଲକ୍ଷ ନ ହଜାର ଲୋକଙ୍କୁ ମାସିକ ଚାଉଳ ,ଖାଇବା ତେଲ ଓ ଲୁଣ ଯୋଗାଇ ଦିଅନ୍ତୁ’’ ବୋଲି କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.