ETV Bharat / state

Survey Report: ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ, କଂଗ୍ରେସ କହିଲା ପ୍ରାୟୋଜିତ ସର୍ଭେ - congress lashes out against odisha cm

କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଛନ୍ତି ସରକାରଙ୍କ ଦ୍ବାରା ଏହା ପ୍ରାୟୋଜିତ ସର୍ଭେ । ଏଥିରେ ଉଲ୍ଲସିତ ହେବାର ନାହିଁ। ସର୍ଭେ ରିପୋର୍ଟ କହୁଛି ଦିନକୁ ଦିନ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହ୍ରାସ ପାଉଛି। ପ୍ରାୟୋଜିତ ସର୍ଭେରେ ଯଦି ହ୍ରାସ ପାଉଛି, ନିରପେକ୍ଷ ଆକଳନ ଯଦି ହୁଏ ତାହେଲେ ନବୀନଙ୍କ ଲୋକପ୍ରିୟତା ଭୟଙ୍କର ଭାବେ ହ୍ରାସ ପାଇବ। ଦୁଃଖ ହେଉଛି ବାସ୍ତବତା କେବେ ପ୍ରତିଫଳିତ ହେଉନାହିଁ। ଅଧିକ ପଢନ୍ତୁ

ସର୍ଭେ ରିପୋର୍ଟ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ, କଂଗ୍ରେସ କହିଲା ପ୍ରାୟୋଜିତ ସର୍ଭେ

author img

By ETV Bharat Odisha Team

Published : Aug 26, 2023, 10:03 PM IST

ସର୍ଭେ ରିପୋର୍ଟ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ, କଂଗ୍ରେସ କହିଲା ପ୍ରାୟୋଜିତ ସର୍ଭେ

ଭୁବନେଶ୍ବର: ରାଜ୍ୟରେ ଖସିବାରେ ଲାଗିଛି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା । ପ୍ରାୟୋଜିତ ସର୍ଭେ କରି ଜନମତକୁ ପ୍ରଭାବିତ କରିବାକୁ ସରକାର ଉଦ୍ୟମ କରିଛନ୍ତି । ପ୍ରାୟୋଜିତ ସର୍ଭେରେ ଯଦି ଲୋକପ୍ରିୟତା ହ୍ରାସ ପାଉଛି ତେବେ ନିରପେକ୍ଷ ସର୍ଭେ ହେଲେ ସ୍ଥିତି କଣ ହେବ? ‘ଇଣ୍ଡିଆ ଟୁଡେ’ ସର୍ଭେ ‘ମୁଡ ଅଫ ଦ ନେସନ’ ର ରିପୋର୍ଟକୁ ନେଇ ଏଭଳି କଡା ସମାଲୋଚନା କରିଛି ରାଜ୍ୟ କଂଗ୍ରେସ ।

କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଛନ୍ତି ସରକାରଙ୍କ ଦ୍ବାରା ଏହା ପ୍ରାୟୋଜିତ ସର୍ଭେ । ଏଥିରେ ଉଲ୍ଲସିତ ହେବାର ନାହିଁ। ସର୍ଭେ ରିପୋର୍ଟ କହୁଛି ଦିନକୁ ଦିନ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହ୍ରାସ ପାଉଛି। ପ୍ରାୟୋଜିତ ସର୍ଭେରେ ଯଦି ହ୍ରାସ ପାଉଛି, ନିରପେକ୍ଷ ଆକଳନ ଯଦି ହୁଏ ତାହେଲେ ନବୀନଙ୍କ ଲୋକପ୍ରିୟତା ଭୟଙ୍କର ଭାବେ ହ୍ରାସ ପାଇବ। ଦୁଃଖ ହେଉଛି ବାସ୍ତବତା କେବେ ପ୍ରତିଫଳିତ ହେଉନାହିଁ।

ଏହାବି ପଢନ୍ତୁ- ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ, ଜନଜାତିଙ୍କ ବିକାଶରେ ସୃଷ୍ଟି କରିବ ନୂଆ ମାଇଲଷ୍ଟୋନ: ମୁଖ୍ୟମନ୍ତ୍ରୀ

ସେହିପରି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅଧିକ କମିବ। ସେ ବାହାରକୁ ଯାଉ ନାହାଁନ୍ତି। ମୁଖ୍ୟମନ୍ତ୍ରୀ ଜଣେ ସଚିବଙ୍କୁ ପଠାଉଛନ୍ତି । ଜଣେ ଅଧିକାରୀ ରାଜ ପ୍ରତିନିଧି ଭାବେ ସଭା କରୁଛନ୍ତି। ଲୋକଙ୍କ ଭିତରେ ଏକ ପ୍ରତିକୂଳ ଧାରଣା ସୃଷ୍ଟି ହେଲାଣି। ଆଗକୁ ସେ ଆହୁରି ଅଧିକ ଲୋକପ୍ରିୟତା ହରାଇବେ ।

ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଇଣ୍ଡିଆ ଟୁଡେ ନିଜର ସର୍ଭେ ‘ମୁଡ ଅଫ ନେସନ’ ରେ ପ୍ରକାଶିତ କରିଛି । ଏଥିରେ ୬୧.୩ ପ୍ରତିଶତ ସହ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ଦର୍ଶାଇଛି । କିନ୍ତୁ 78 ପ୍ରତିଶତ ରୁ 73 ପ୍ରତିଶତ କୁ ଖସିଆସିଛି ତାଙ୍କ ଲୋକପ୍ରିୟତା ବୋଲି ସର୍ଭେ ଦର୍ଶାଇଛି। ସେହିପରି ନବୀନଙ୍କ ପରେ ଦ୍ବିତୀୟରେ ୫୯.୧ ପ୍ରତିଶତ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଅଛନ୍ତି । ତୃତୀୟରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ୫୭.୭ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଭୁପେନ୍ଦ୍ର ଙ୍କୁ ୫୫.୩ ପ୍ରତିଶତ ଲୋକେ ପସନ୍ଦ କରୁଥିବା ବେଳେ ହିମନ୍ତଙ୍କୁ ୪୯.୨ ଲୋକେ ପସନ୍ଦ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.