ଖୋର୍ଦ୍ଧା: ଜିଲ୍ଲା ନଗର କଂଗ୍ରେସ ପକ୍ଷରୁ ଆଜି(ଶୁକ୍ରବାର) ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିତିଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ନେତୃତ୍ୱରେ ଖୋର୍ଦ୍ଧା ନଗର କଂଗ୍ରେସର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି ।
ମୁଖ୍ୟତଃ ରାସନ କାର୍ଡଧାରୀମାନଙ୍କୁ 10 କିଲୋ ଚାଉଳ ସହିତ ଦୁଇ ହଜାର ଟଙ୍କା, ସହରାଞ୍ଚଳରେ ଥିବା ସମସ୍ତ ଛୋଟ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାକୁ 10 ହଜାର ଟଙ୍କା ପ୍ରଦାନ କରିବା ସହିତ 18 ବର୍ଷରୁ 45 ବର୍ଷ ପର୍ଯ୍ୟନ୍ତ ସମସ୍ତ ନାଗରିକଙ୍କୁ କେବଳ ଆଧାର କାର୍ଡ ଜରିଆରେ କୋଭିଡ ଟିକା ପ୍ରଦାନ କରିବା ଭଳି ଦାବି କରିଛି ଖୋର୍ଦ୍ଧା ନଗର କଂଗ୍ରେସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ