ETV Bharat / state

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡକୁ ୧୫ ବର୍ଷ; କାହିଁକି ସରକାର ରିପୋର୍ଟକୁ ଚାପି ରଖିଛନ୍ତି ପଚାରିଲା କଂଗ୍ରେସ

୨୦୦୮ ସେପ୍ଟେମ୍ବର ୨୩ ତାରିଖ ଜନ୍ମାଷ୍ଟମୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ହତ୍ୟା କରାଯାଇଥିଲା । ଏହି ଘଟଣା ଆଜିକୁ ୧୫ ବର୍ଷ ପୂରିଥିବାବେଳେ ଏହାର ତଦନ୍ତ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡକୁ ୧୫ ବର୍ଷ

author img

By ETV Bharat Odisha Team

Published : Sep 6, 2023, 10:03 PM IST

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡକୁ ୧୫ ବର୍ଷ

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ଘଟଣା ଆଜିକୁ ୧୫ ବର୍ଷ ପୂରିଛି । ଏହି ଘଟଣାର ତଦନ୍ତ ପାଇଁ ଦୁଇ ଦୁଇଟା କମିଶନ ବସିଥିଲା । ହେଲେ ଆଜିକୁ ୧୫ ବର୍ଷ ବିତିଯାଇଥିଲେ ବି ହତ୍ୟାର ରହସ୍ୟ ସାର୍ବଜନୀନ ହୋଇପାରିଲା ନାହିଁ କି କମିଶନଙ୍କ ରିପୋର୍ଟ ୨୦୧୫ ମସିହାରୁ ଦାଖଲ ହୋଇଥିଲେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ନାହିଁ । ଯାହାକୁ ନେଇ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡିଶା ଇତିହାସରେ ସବୁଠୁ ବଡ଼ ଦଙ୍ଗା ପଛରେ କାହାର ହାତ ରହିଛି ସେନେଇ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ବିଜେପି ଦାବି କରିଥିବା ବେଳେ କଂଗ୍ରେସ ମଧ୍ୟ କମିଶନଙ୍କ ରିପୋର୍ଟ କୁ ସାର୍ବଜନୀନ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ।

ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ଲକ୍ଷ୍ମଣାନନ୍ଦ ସରସ୍ଵତୀ ଜ୍ଞାନ ଗାରୀମାର ମନ୍ଦିର । ତାଙ୍କ ହତ୍ୟା ସମୟରେ ବିଜେଡି ବିଜେପିର ମିଳିତ ସରକାର ଥିଲା । ଯଦି ତାଙ୍କ ପାଇଁ ବିଜେପିକୁ କଷ୍ଟ ହେଉଛି ତେବେ ସେତେବେଳେ କଣ ପାଇଁ ସରକାରରୁ ବାହାରି ଗଲେନି ? ତଦନ୍ତ ପାଇଁ କମିଟି ବସାଇଲେ, ସେଥିପାଇଁ ସମସ୍ତେ ଖୁସି । ଏହାରି ଭିତରେ ୧୫ ବର୍ଷ ହୋଇଗଲାଣି । ରିପୋର୍ଟ ରିପୋର୍ଟରେ ରହିଗଲା । କାହିଁକି ସରକାର ରିପୋର୍ଟକୁ ଚାପି ରଖିଛନ୍ତି ? ବିଜେଡି ଏଥିପାଇଁ ବାଃ ବାଃ ନେଉଛି । ବିଧାନସଭାରେ ଆଲୋଚନା ହେଲା । ହେଲେ ରିପୋର୍ଟ ଆସିଲାନି । ସମସ୍ତଙ୍କର ଅଧିକାର ଅଛି ତଦନ୍ତ କଣ ହେଲା ତାକୁ ଜାଣିବା ପାଇଁ, କିନ୍ତୁ ସବୁ ଚୁପ୍ ।" ସମସ୍ତେ ନୀରବ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ।

ଏହା ମଧ୍ୟ ପଢ଼ନ୍ତୁ...ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ

୨୦୦୮ ସେପ୍ଟେମ୍ବର ୨୩ ତାରିଖ ଜନ୍ମାଷ୍ଟମୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କର ହତ୍ୟା କରାଯାଇଥିଲା । ଯାହା ସେତେବେଳେ ରାଜ୍ୟ ରାଜନୈତିକ ପାଣିପାଗକୁ ଦୋହଲାଇ ଦେଇଥିଲା । ବାଲିଗୁଡା ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଜନ୍ମାଷ୍ଟମୀ ପାଳନ ସମୟରେ ସ୍ବାମୀଜୀଙ୍କ ସହ ଆଶ୍ରମର ୪ ଜଣ ଅନ୍ତେବାସୀ ମଧ୍ୟ ଦୁର୍ବୁତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ସେତେବେଳେ ରାଜ୍ୟରେ ବିଜେଡି ଏବଂ ବିଜେପିର ମିଳିତ ସରକାର କ୍ଷମତାରେ ଥିଲା । ପ୍ରଥମେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର ତଦନ୍ତ କମିଶନ ବସାଇଥିଲେ । ତାଙ୍କ ମୃତ୍ୟୁ ପରେ ଜଷ୍ଟିସ ନାଇଡୁ ଏହାର ତଦନ୍ତ କରିଥିଲେ । ୨୦୧୫ରୁ ଜଷ୍ଟିସ ନାଇଡୁ କମିଶନ ତଦନ୍ତ ରିପୋର୍ଟ ଦାଖଲ କରିସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ । ତେବେ ସ୍ଵାମୀଜୀଙ୍କ ହତ୍ୟାର ସତ୍ୟାସତ୍ୟ ରାହସ୍ୟରେ ରହିଯିବ ନା ରିପୋର୍ଟ ପ୍ରକାଶ ପାଇବ, ତାହା ଆଗକୁ ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.