ETV Bharat / state

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଦାବି, 16ରେ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା କରିବ କଂଗ୍ରେସ - ପ୍ରଦେଶ କଂଗ୍ରେସ କମିଟି

ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା। ଅଧିକ ପଢନ୍ତୁ

Congress demands to open Shree Mandir doors

author img

By ETV Bharat Odisha Team

Published : Oct 12, 2023, 7:59 AM IST

Updated : Oct 12, 2023, 12:54 PM IST

Congress demands to open Shree Mandir doors

ଭୁବନେଶ୍ବର: ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ଦାବି । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କଲା କଂଗ୍ରେସ । ଆସନ୍ତା 16 ତାରିଖରେ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା କରିବ ପ୍ରଦେଶ କଂଗ୍ରେସ କମିଟି । ବୁଧବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରକାର ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଏବଂ ଅନୀତି କାର୍ଯ୍ୟକୁ ଘୋର ନିନ୍ଦା କରିଥିଲେ ।

ପିସିସି ସଭାପତି କହିଥିଲେ ଯେ, ବନ୍ଦ ରହିଥିବା ପୁରୀ ମନ୍ଦିରର ଚାରି ଦ୍ୱାରକୁ ସାରା ଓଡ଼ିଶା ଏବଂ ବିଶ୍ୱର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ । ଯାହାଦ୍ୱାରା ଆଗାମୀ କାର୍ତ୍ତିକ ମାସରେ ସେଠାରେ ହବିଷ୍ୟାଳିଙ୍କଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ଦର୍ଶନ ସୁବିଧାରେ ପାଇବେ । ଚାରି ଦ୍ୱାର ଖୋଲିବା ହିଁ ପ୍ରଦେଶ କଂଗ୍ରେସର ଦାବି କରିଥିଲା । ଏ ସଂକ୍ରାନ୍ତରେ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ତା’ର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି । ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସ ଓ ଭାବାବେଗ ସହିତ ନ ଖେଳିବା ପାଇଁ କଂଗ୍ରେସ ଚେତାବନୀ ଦେଇଛି । ସେମାନଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ଲୋକେ ଲମ୍ବା ଧାଡ଼ି କରି ଖରାରେ ଠିଆ ହୋଇଛନ୍ତି । ସାରା ଦେଶ ଏବଂ ବିଶ୍ୱରୁ ଭକ୍ତ ଆସି ଏଥିପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ ଶରତ।

ସେହିପରି ସେ ଆହୁରି ମଧ୍ୟ କହିଥିଲେ ଯେ, ରତ୍ନାଭଣ୍ଡାର ଖୋଲିବା ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରାଯାଉଛି । ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି, ଓ ମରାମତି କାର୍ଯ୍ୟ ତୁରନ୍ତ କରାଯାଉ । ପରିକ୍ରମା ପ୍ରକଳ୍ପ ସହ ଚାରିଦ୍ୱାର ଖୋଲା କାର୍ଯ୍ୟକ୍ରମକୁ ସଂଯୁକ୍ତ କରାନଯାଉ । ଆସନ୍ତା ୧୬ ତାରିଖରେ ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଏବଂ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ସମୟରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏହାପରେ ଜଗନ୍ନାଥ ପ୍ରେମୀଙ୍କ ଦାବି ସେ ସଂପର୍କରେ ଏକ ସ୍ମାରକପତ୍ର ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ । ଦାବି ପୂରଣ ନ ହେଲେ କଂଗ୍ରେସ ଦଳ ଏହାର ପରବର୍ତ୍ତି କାର୍ଯ୍ୟକ୍ରମ ଧାର୍ଯ୍ୟ କରିବ ବୋଲି ପିସିସି ସଭାପତି ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରତ୍ନଭଣ୍ଡାର ଖୋଲିବା ଦାବି, ଭକ୍ତଙ୍କୁ ଜାଗ୍ରତ କରିବାକୁ ଜଗନ୍ନାଥ ସେନାର ଜାଗରଣ ଯାତ୍ରା

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲନ୍ତୁ । ଚାରି ଦ୍ୱାର ଯଦି ଖୋଲା ନଯାଏଁ ତେବେ ହବିଷ୍ୟାଳିମାନେ ନାହିଁ ନଥିବାର ଅସୁବିଧା ଭୋଗିବେ । ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ପୂର୍ବରୁ ହୋଇଆସିଛି । ୧୮୦୩ ମସିହାରେ ଇଂରେଜମମାନେ ଆସିଲା ପରେ ୧୮୦୫ ମସିହା ରତ୍ନଭଣ୍ଡାରରେ ଥିବା ସମସ୍ତ ଧନରତ୍ନ ଓ ଅଳଙ୍କାରର ତାଲିକା ଅଛି ବୋଲି ଚାର୍ଲସ୍ ଗ୍ରୁମ୍ ରିପୋର୍ଟରେ ଉଲ୍ଲେଖ ଅଛି । ସେହିପରି ୧୯୦୫ ମସିହାର ତାଲିକା ଅଛି । ଭଗବତଦୟାଲ ଶର୍ମା ଯେଉଁ କମିଟି ଗଠନ କରିଥିଲେ ସେମାନେ ମଧ୍ୟ ତାଲିକା କରିଛନ୍ତି ଏବଂ ଶେଷରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ୨୦୧୮ ମସିହାରେ ଯେଉଁ ୧୭ ଜଣିଆ ଦଳ ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଆକଳନ କରିବାକୁ ଯାଇଥିଲେ ସେମାନେ ଭିତରକୁ ପଶିପାରିଲେ ନାହିଁ । କଣ ପାଇଁ ପସିପାରିଲେ ନାହିଁ ? କାରଣ ତାଙ୍କ ପାଖରେ ଭିତରର ଘରର ଚାବି ନଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ସେମାନେ ମନ୍ଦିର ଭିତର ଓ ବାହାର ଭଣ୍ଡାରକୁ ଯିବେ ଢାଞ୍ଚା ଯାଞ୍ଚ କରିବେ । ଛାତରୁ ପାଣି ଗଳିବା, କାନ୍ଥରୁ ପାଣି ଝରିବା ଅଭିଯୋଗ ଥିଲା । ମରାମତି ପାଇଁ ଭାରତୀୟ ପ୍ରତ୍ତ୍ନତତ୍ୱ ବିଭାଗ ବିଶେଷଜ୍ଞ ମଣ୍ଡଳି ଯିବେ । ମରାମତି କିପରି କରାଯିବ । ସେମାନେ ଯାଇଥିଲେ କିନ୍ତୁ ଚାବି ନମିଳିବାରୁ ସେଠାରୁ ସେମାନେ ଫେରିଆସିଲେ । ଆମେ ଜାଣୁ ଶ୍ରୀମନ୍ଦିର ସତ୍ୱଲିପି ଅଛି । ଯେଉଁଥିରେ ତ୍ରିସୁରକ୍ଷା ବାବଦରେ ଉଲ୍ଲେଖ ଅଛି । ତିନୋଟି ଚାବି ଅଛି । ଗୋଟିଏ ପରିଚାଳକ, ଗୋଟିଏ ନିଯୋଗ ନାହାକ ଅନ୍ୟଟି ଭଣ୍ଡାର ମେକାପଙ୍କ ନାଁରେ ଯୋଡ଼ି ହୋଇ ଗୋଟିଏ ଗୁନ୍ଥାରେ ଅଛି । ମାତ୍ର ଚାବି କିପରି ହଜିଲା ତାହା ଅସ୍ପଷ୍ଟ । ସେହିଦିନଠାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କିନ୍ତୁ କାର୍ଯ୍ୟକାରୀ ହେଲାନାହିଁ । ସରକାର ଗୋଟିଏ କମିଶନଅଫ୍‌ ଇନକ୍ୱାରୀ ଆକ୍ଟରେ ନ୍ୟାୟମୂର୍ତ୍ତି ରଘୁବିର ଦାସ କମିଟି ବସାଇଲେ । ତାଙ୍କର ରିପୋର୍ଟକୁ ସାବର୍ଜନୀନ କରାଗଲା ନାହିଁ କିନ୍ତୁ ତାଙ୍କ ରିପୋର୍ଟ ଅନୁସାରେ ସବୁ କାର୍ଯ୍ୟ ଗଠନ କରାଯାଉଛି ବୋଲି କୁହାଗଲା । ଏ କେଉଁ ନୀତି ବୋଲି ପ୍ରସାଦ ପ୍ରଶ୍ନ କରିଛନ୍ତି । ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଯେଉଁଭଳି ଭାବେ ବିଭ୍ରାନ୍ତ କରାଯାଉଛି ତାହା ଅନ୍ଧକୁ ହାତୀ ଦେଖାଇଲା ପରି ଏବଂ କୁହାଯାଉଛି ଯେ ଯେତେବେଳେ ଗୁଣ୍ଡିଚାରୁ ବାହୁଡ଼ା ମଧ୍ୟରେ ଶ୍ରୀମନ୍ଦିର ଖାଲି ଥାଏ ସେତେବେଳ ରତ୍ନ ଭଣ୍ଡାର ଖୋଲାଯାଏ ।

୨୦୧୮ ମସିହାରେ ଉଚ୍ଚନ୍ୟାୟଳଙ୍କ ନିର୍ଦ୍ଦେଶ ସତ୍ୱେ ତାହା କାହିଁକି ଖୋଲାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରସାଦ ହରିଚନ୍ଦନ । ସରକାର ଶ୍ରୀ ମନ୍ଦିର ପରିକଳ୍ପନା ଯୋଜନା ନାଁରେ ଯେଉଁ ମଠ, ମନ୍ଦିର କଳାପାହାଡ ଭଳି ଭାଙ୍ଗିଛନ୍ତି ତାର ପୂର୍ନବସତି ଏପର୍ଯ୍ୟନ୍ତ କାହିଁକି ସରକାର କରିନାହାନ୍ତି ଏବଂ କେବେ କରିବେ ତାହା ମଧ୍ୟ ସ୍ପଷ୍ଟ କରନ୍ତୁ । ୨୦୧୮ ମସିହା ମାର୍ଚ୍ଚ ତାରିଖ ପଂଚାୟତିରାଜ ଦିବସରେ ଆମ ଗାଁ ଆମ ବିକାଶ ଯୋଜନା କରାଗଲା । ଏ ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରତ୍ୟେକ ଗାଁ ସଶକ୍ତି ହେବ ବୋଲି କହିଲେ କିନ୍ତୁ ଦୁଃଖର କଥା ୫ ବର୍ଷପରେ ଏ ଯୋଜନାର ଫଳ କଣ ? କାହିଁକି ଏ ଯୋଜନାର ଗାଁ ସଶକ୍ତ ହେଲା ନାହିଁ ତାର ଉତ୍ତର ସରକାର ବା ବିଜୁଜନତା ଦଳ ଉତ୍ତର ଦେବା ସକ୍ଷମ ନୁହଁନ୍ତି । ଆମ ଗାଁ ଆମ ବିକାଶ ଯୋଜନାର ନାମକୁ ପରିବର୍ତ୍ତନ କରି ପୁଣି ଆଉ ଏକ ଭେଳିକି ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଏଇ କେଇଦିନ ହେଲା ଘୋଷଣ କଲେ । ଯୋଜନା ପରେ ଯୋଜନା କିନ୍ତୁ ଗୋଟିଏବି ଯୋଜନା ଓଡ଼ିଶାର ବିକାଶର ସହାୟକ କାହିଁକି ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୁପ୍ରିମକୋର୍ଟର ନିଷ୍ପତ୍ତି ଆଳରେ ପୁରୀର ୮୦ ହଜାର ପରିବାରଙ୍କୁ ତାଙ୍କ ଜମିର ସ୍ୱତ ଅଧିକାର ତୁରନ୍ତ ପ୍ରଦାନ କରନ୍ତୁ । ବର୍ଷ ବର୍ଷ ଧରି ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ତାଙ୍କୁ ପଟା ଦିଆଯାଉ ନାହିଁ କାହିଁକି? ବେଦାନ୍ତକୁ ଜମି ଯୋଗାଇ ଦିଆଯାଉଛି, ଟାଟାକୁ ହୋଟେଲ କରିବାକୁ ଜମି ଯୋଗାଇ ଦିଆଯାଉଛି କିନ୍ତୁ ଗରିବ ଭୂମିହୀନ ସେବାୟତମାନଙ୍କୁ ଜମି ଚାଖଣ୍ଡେ ଯୋଗାଇ ଦିଆଯାଇ ପାରୁ ନାହିଁ । ଏ ହେଉଛି ଏ ସରକାରଙ୍କର ରାଜ୍ୟବାସୀଙ୍କ ପ୍ରତି କର୍ତ୍ତବ୍ୟ ଓ ଉତ୍ତର ଦାୟିତ୍ୱ ।

ପୁରୀ ଜିଲ୍ଲାର ଚାଷୀ ଭାଇ ମାନଙ୍କ ପାଖରୁ ବେଦାନ୍ତ ଯେଉଁ ଜମି ଅଧିଗ୍ରହଣ କରିଛି ସେ ସମସ୍ତ ଜମିକୁ ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କୁ ଫେରାଇବାର ସସସ୍ତ ଦାୟିତ୍ୱ ନିଅନ୍ତୁ । ଅତି ଦୁଃଖର କଥା ଯେଉଁ କମ୍ପାନୀ ଗୋଟିଏ ସ୍କୁଲ୍‌ କରି ନାହିଁ ସେ କମ୍ପାନୀ ପାଇଁ ଏ ରାଜ୍ୟ ସରକାର ଜମି ଦଲାଲି କାହିଁକି କରୁଥିଲେ ? ଏହା କ’ଣ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଥିଲା କି ? ଏହାର ଉତ୍ତର ସରକାର ରଖନ୍ତୁ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ । ଉପରୋକ୍ତ ଦାବିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଏବଂ ପୁରୀ ଜିଲ୍ଲା ପକ୍ଷରୁ ଆସନ୍ତା ୧୬ ତାରିଖ ଦିନ ପୁରୀରେ ଶୋଭାଯାତ୍ରା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 12, 2023, 12:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.