ETV Bharat / state

ସ୍କୁଲରେ ତାଲା ପକାଇ ଧାରଣାରେ ଗ୍ରାମବାସୀ, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ - 5T ଅଧୀନରେ ଥିବା ନୃସିଂହନାଥ ଉଚ୍ଚ ବିଦ୍ୟାଳୟ

ଭୁବନେଶ୍ବର କଲ୍ୟାଣପୁର ପଞ୍ଚାୟତରେ 5T ଅଧୀନରେ ଥିବା ନୃସିଂହନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ତାଲା ପକାଇଛନ୍ତି । ଆଜି ଆନ୍ଦୋଳନରତ ଗ୍ରାମବାସୀଙ୍କୁ ଭେଟି ସେମାନଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛି କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ଅଧିକ ପଢ଼ନ୍ତୁ

ସ୍କୁଲରେ ତାଲା ପକାଇ ଧାରଣାରେ ଗ୍ରାମବାସୀ
ସ୍କୁଲରେ ତାଲା ପକାଇ ଧାରଣାରେ ଗ୍ରାମବାସୀ
author img

By ETV Bharat Odisha Team

Published : Aug 25, 2023, 10:55 PM IST

Updated : Aug 25, 2023, 11:01 PM IST

ସ୍କୁଲରେ ତାଲା ପକାଇ ଧାରଣାରେ ଗ୍ରାମବାସୀ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତରେ 5T ଅଧୀନରେ ଥିବା ନୃସିଂହନାଥ ଉଚ୍ଚ ବିଦ୍ୟାଳୟକୁ ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ତାଲା ପକାଇଛନ୍ତି । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢୁଛନ୍ତି । ପାଖାପାଖି ୨୦୦ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି । ତେବେ ୨୦୦ ଛାତ୍ରଛାତ୍ରୀଙ୍କୁ ୫ ଜଣ ଶିକ୍ଷକ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ କିରାଣୀ କାମ (ଅଫିସ କାର୍ଯ୍ୟ) କରୁଛନ୍ତି ଓ ବଳକା ୪ ଜଣ ପାଠ ପଢ଼ାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍କୁଲରେ ଦୀର୍ଘ ଦିନ ଧରି ତାଲା ପକାଇଛନ୍ତି ଗ୍ରାମବାସୀ । ତେବେ ଏଠାରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ଗ୍ରାମବାସୀଙ୍କ ଦାବି ପୂରଣ ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

କିଛିଦିନ ତଳେ 5T ଅଧୀନରେ ସ୍କୁଲ କାମ କରାଯାଇଥିଲେ ବି ଦୀର୍ଘ ଦିନ ଧରି ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ନଥିବାରୁ ପିଲାମାନଙ୍କ ପଢ଼ିବାରେ ବହୁ ଅସୁବିଧା ହେଉଛି । ଗ୍ରାମବାସୀମାନେ ସ୍କୁଲରେ ତାଲା ପକାଇବା ପରେ କିଛି ପିଲା (୫୦ ଜଣ) ସ୍କୁଲ ପାଖ ମନ୍ଦିର ବାରଣ୍ଡାରେ ବସି ପାଠ ପଢୁଥିବାବେଳେ ଆଉକିଛି ପିଲା ସ୍କୁଲକୁ ଆସୁନାହାନ୍ତି । ସଂସ୍କୃତ ଶିକ୍ଷକ ପାଳି ଅନୁସାରେ ୩ଟି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଏନେଇ ଗ୍ରାମବାସୀମାନେ ଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ଆପଣଙ୍କ ଅଞ୍ଚଳର ବିଧାୟକଙ୍କୁ ଜଣାନ୍ତୁ ବୋଲି ମନ୍ତ୍ରୀ କହିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ସ୍କୁଲର ଅଭିଯୋଗ ନେଇ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଏପରିକି ସରକାରୀ ଅଧିକାରୀ ସ୍କୁଲ ବନ୍ଦ କରିଦେବା ଧମକ ଗ୍ରାମବାସୀଙ୍କୁ ଦେଇଥିବା ଅବିଯୋଗ ହୋଇଛି । ତେଣୁ ଅନ୍ୟ ଉପାୟ ନପାଇ ଗ୍ରାମବାସୀମାନେ ସ୍କୁଲ୍‌ରେ ନୋଟିସ ମାରିବା ସହ ତାଲା ପକାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅକ୍ଟୋବରରେ ଓଡିଶା ଆସିବେ ରାହୁଲ ଗାନ୍ଧୀ: ସୁର

ଏହି ଘଟଣା ପରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଉକ୍ତ ସ୍କୁଲ ପରିଦର୍ଶନ କରିଛନ୍ତି । ପ୍ରତିନିଧି ମଣ୍ଡଳୀ ଉକ୍ତ ସ୍କୁଲର ଶିକ୍ଷକ, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ବିଶେଷ କରି 5T ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଶୀଘ୍ର ସ୍କୁଲ ଖୋଲିବା ସହ ଉକ୍ତ ସ୍କୁଲକୁ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ପ୍ରଦାନ କରିବା ପାଇଁ ଦାବି କରିଛି କଂଗ୍ରେସ ପ୍ରତିନିଧି ମଣ୍ଡଳୀ । ନଚେତ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ବିଶ୍ବଜିତ ଦାସ କହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରରେ ବିଶ୍ବଜିତ ଦାସଙ୍କ ସମେତ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ପିସିସି ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର, ବିସ୍ମୟ ମହାପାତ୍ର, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ମୁଖପାତ୍ର ରଜନୀ ମହାପାତ୍ର, ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, କୁସୁମ ପ୍ରଧାନ, ମୋହନ ଜେନା, ପ୍ରସନ୍ନ ନାୟକ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 25, 2023, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.