ETV Bharat / state

ମହିଳା ବିରୋଧୀ ହିଂସାରେ ସଂପୃକ୍ତ ଅନେକ ବିଜେଡି ନେତା, ମହିଳା କମିଶନଙ୍କୁ ଭେଟିଲା ମହିଳା କଂଗ୍ରେସ - ନେତା ଓ ବିଧାୟକଙ୍କ ବିରୋଧରେ ନାରୀ ନିର୍ଯାତନା ଅଭିଯୋଗ

ନିକଟରେ ଅନେକ ବିଜେଡି ନେତା ଓ ବିଧାୟକଙ୍କ ବିରୋଧରେ ନାରୀ ନିର୍ଯାତନା ଅଭିଯୋଗ ଆସିଛି । ତେବେ ଏମାନଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଥିବାରୁ ପୋଲିସ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛି କଂଗ୍ରେସ । ତେବେ ଏଭଳି ମହିଳା ବିରୋଧୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମହିଳା କମିଶନଙ୍କୁ ଭେଟିଛି ମହିଳା କଂଗ୍ରେସ । ଅଧିକ ପଢ଼ନ୍ତୁ

ମହିଳା କମିଶନଙ୍କୁ ଭେଟିଲା ମହିଳା କଂଗ୍ରେସ
ମହିଳା କମିଶନଙ୍କୁ ଭେଟିଲା ମହିଳା କଂଗ୍ରେସ
author img

By

Published : May 22, 2023, 10:42 PM IST

ମହିଳା କମିଶନଙ୍କୁ ଭେଟିଲା ମହିଳା କଂଗ୍ରେସ

ଭୁବନେଶ୍ବର: ବଲାଙ୍ଗୀର ରାଜପରିବାର ପରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ଭଳି ବିଜେଡି ନେତାଙ୍କ ବିରୋଧରେ ପାରିବାରିକ ହିଂସା ଅଭିଯୋଗକୁ ନେଇ ମହିଳା କମିଶନଙ୍କୁ ଭେଟିଛି ମହିଳା କଂଗ୍ରେସ । ଶାସକ ଦଳର ବଡ଼ ବଡ଼ ନେତାମାନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ମହିଳା କମିଶନଙ୍କ ଦ୍ବାରସ୍ଥ ହୋଇଛି ମହିଳା କଂଗ୍ରେସ । ଏହା ସହିତ ରାଜ୍ୟରେ ନାରୀ ହିଂସା ନେଇ ଯେଉଁ ସବୁ କେସ ପଡ଼ିରହିଛି, ସେସବୁ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳା କମିଶନଙ୍କୁ ଭେଟି ଦାବି ଜଣାଇଛି ମହିଳା କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ।

ଏଥିରେ ପିସିସି ମୁଖପାତ୍ର ଅପର୍ଣ୍ଣା ଧୀର ସିଂହ କହିଛନ୍ତି, "ବିଜେଡି ସରକାରର ମାଆକୁ ସମ୍ମାନ ଏକ ଫମ୍ପା ଆହ୍ବାନ ଏବଂ ବିଜେଡି ସରକାରର ୨୩ ବର୍ଷରେ ରାଜ୍ୟର ମହିଳା ଅତି ଶୋଚନୀୟ ଭାବେ ଉପେକ୍ଷିତ ଓ ଅତ୍ୟାଚାରିତ । ବିଜେଡିର ଚରିତ୍ର ମାଆକୁ ନିର୍ଯାତନା । ବଲାଙ୍ଗୀର ଜିଲ୍ଲାର ଶାସକ ଦଳର ତୁଙ୍ଗ ନେତା ପୂର୍ବତନ ମନ୍ତ୍ରୀ, ତାଙ୍କ ପୁଅ ପୂର୍ବତନ ସାଂସଦଙ୍କ ବରୋଧରେ ବଧୂ ନିର୍ଯାତନା ଅଭିଯୋଗ ହୋଇ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲୁଛି । କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ବିରୋଧରେ ବଧୂ ନିର୍ଯାତନା ଅଭିଯୋଗ ହୋଇ ବାଙ୍କୀ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଛି । ଜଗତସିଂହପୁର ଜିଲ୍ଲାର ଜଣେ ବିଧାନସଭା ସଦସ୍ୟ, ତାଙ୍କ ବିରୋଧରେ ଜଣେ ଭଉଣୀର ଯୌନଉତ୍ପୀଡ଼ନ ଅଭିଯୋଗ ରହିଛି । ଏଭଳି ତମାମ ଅଭିଯୋଗ ଗୁଡ଼ିକରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ତୁରନ୍ତ ଏଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ମହିଳା କମିଶନଙ୍କୁ ଭେଟିଲୁ ।"

ପିପିଲିର ବେବିନା, ବ୍ରହ୍ମଗିରୀର ମାଧବୀଲତା, ଟିକିରୀ ଶିକ୍ଷୟିତ୍ରୀ ଇତିଶ୍ରୀ, ଧର୍ମଶାଳାର ସ୍ମିତାରାଣୀ, କୁନ୍ଦୁଲୀ ଛାତ୍ରୀ, ନୟଗଡ଼ର ପରୀ ଓ ବଲାଙ୍ଗୀର ମମିତା ମେହେରଙ୍କ ପରି ଶହ ଶହ ପରିବାରକୁ ଦୀର୍ଘ ୨୩ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେଇପାରିଲେ ନାହିଁ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଏହିସବୁ ଘଟଣାରେ ଶାସକ ଦଳର ବିଧାୟକ, ମନ୍ତ୍ରୀ, ସାଂସଦ ଓ ନେତା ସଂପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଣ୍ଟ ଘୋଡାଉଥିବା କହିଛି କଂଗ୍ରେସ । କଂଗ୍ରେସ ଦଳ ସଦାସର୍ବଦା ମହିଳାମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ଆଗେଇ ଆସିଥାଏ । ସୁତରାଂ ଯଦି ଉପରୋକ୍ତ ସଦ୍ୟ ଘଟିତ ଏବଂ ଅନ୍ୟାନ୍ୟ ମହିଳା ନିର୍ଯାତନା ଓ ଦୁଷ୍କର୍ମ ଉପରେ ସରକାର ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ମହିଳା କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛି ।

ଏହି ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ପ୍ରଦେଶ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ତୋଷାଳୀ ପ୍ଲାଜାସ୍ଥିତ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ମହିଳା କଂଗ୍ରେସ ତରଫରୁ ସ୍ମାରକପତ୍ର ଗ୍ରହଣ କରିବା ସହ ପ୍ରତିନିଧି ମଣ୍ଡଳୀଙ୍କ ସହ ବିସ୍ତୃତ ଆଲୋଚନା କରି ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ଅପର୍ଣ୍ଣା ଧୀର ସିଂହ, ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ମଧୁସ୍ମିତା ଆଚାର୍ଯ୍ୟ, ଅମିତା ବିଶ୍ବାଳ, ପ୍ରଭାବତୀ ପଟ୍ଟନାୟକଙ୍କ ସମେତ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ବ୍ଲକ କଂଗ୍ରେସ ସଭାପତି ଅଶୋକ ଦାସ, ଶିଳ୍ପିଶ୍ରୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.