ETV Bharat / state

ସୁଧୁରୁନି କଂଗ୍ରେସ ସ୍ଥିତି, କାରଣ ଖୋଜୁଛନ୍ତି ନିରଞ୍ଜନ

କଂଗ୍ରେସରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ । ପାରଳାଖେମୁଣ୍ଡିର ପୁରୁଖା ନେତା କେ. ସୂରିୟା ରାଓ ଦଳ ଛାଡ଼ିବା ପରେ ଦଳକୁ ଲାଗିଛି ଶକ୍ତ ଧକ୍କା । ସ୍ବାର୍ଥ ପାଇଁ ନେତା ଦଳ ଛାଡ଼ୁଥିବା କହିଛନ୍ତି ପିସିସ ସଭାପତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 12, 2019, 10:57 PM IST

ଭୁବନେଶ୍ବର: କଂଗ୍ରେସ ଉପରୁ ଆସ୍ଥା ହରାଉଛନ୍ତି ନେତା । ଭବିଷ୍ୟତ ପାଇଁ ଚାଲିଛି ଦଳବଦଳ ପର୍ବ । ନିର୍ବାଚନର 6 ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଟ୍ରେଣ୍ଡ ଏବେ ବି ଜାରି ରହିଛି । ଗତକାଲି ଅର୍ଥାତ୍ ମଙ୍ଗଳବାର ପାରଳାଖେମୁଣ୍ଡିର ପୁରୁଖାନେତା କେ. ସୂରିୟା ରାଓ ଦଳ ଛାଡ଼ିବା ପରେ ମନ୍ତବ୍ୟ ରଖିଛନ୍ତି ପିସିସି ସଭାପତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ନେତୃତ୍ୱରେ ଅସନ୍ତୋଷ ପ୍ରକାଶ କରିବା ସହିତ ନିଜ ରାଜନୈତିକ କ୍ୟାରିଅରକୁ ଦେଖି ସୁବିଧାଜନକ ମୂଳଦୁଆ ପକାଇବା ପାଇଁ ଅଣ୍ଟା ଭିଡିଛନ୍ତି ଅନେକ ନେତା । ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ତଥା ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ସୂରିୟା ରାଓ ଇସ୍ତଫା ଦେବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଦଳର ବିପର୍ଯ୍ୟୟରେ ଯିଏ ଦଳ ଛାଡ଼ିବା କଥା ଛାଡ଼ନ୍ତୁ ।

ନିଜର ସୁବିଧାଜନକ ସ୍ଥିତି ପାଇଁ ଯେଉଁମାନେ ଦଳ ଛାଡ଼ୁଛନ୍ତି ଆଗାମୀ ପାଞ୍ଚବର୍ଷ ସେମାନଙ୍କ ପାଇଁ ଉପଯୁକ୍ତ ସମୟ ନୁହେଁ ବୋଲି କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କଂଗ୍ରେସ ଉପରୁ ଆସ୍ଥା ହରାଉଛନ୍ତି ନେତା। ଭବିଷ୍ୟତ ପାଇଁ ଦଳ ଛାଡି ଅନ୍ୟ ଦଳକୁ ଡେଇଁବାରେ ଲାଗିଛନ୍ତି ନେତା। ନିର୍ବାଚନ 6 ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଟ୍ରେଣ୍ଡ ଏବେ ବି ଜାରି ରହିଛି। ନେତୃତ୍ୱରେ ଅସନ୍ତୋଷ ପ୍ରକାଶ କରିବା ସହିତ ନିଜ ରାଜନୈତିକ କ୍ୟାରିୟାରକୁ ଦେଖି ସୁବିଧାଜନକ ମୂଳଦୁଆ ପକାଇବା ପାଇଁ ଅଣ୍ଟା ଭିଡିଛନ୍ତି ନେତା। ଗତକାଲି ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ତଥା ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ ସୂର୍ୟ୍ଯ ରାଓ ଇସ୍ତଫା ଦେବା ପରେ ଏବେ ଦଳର ସ୍ଥିତିକୁ ନେଇ ଅନେକ ଆଶଙ୍କା ଦେଖା ଦେଇଛି। ଏହାକୁ ନେଇ କିନ୍ତୁ ଦଳ ଆଦୌ ସିରିୟାସ ନୁହେଁ। ବିପର୍ଯ୍ୟୟ ରୁ ଦଳ କିଛି ବି ଶିଖିବା ପରି ଲାଗୁ ନାହିଁ। ପିସିସି ସଭାପତି ଇସ୍ତଫା ଦେଇ ଘରେ ବସିଛନ୍ତି। କହିଛନ୍ତି ଯିଏ ଯିବା କଥା ଯାଆନ୍ତୁ। କିଛି ଫରକ ପଡିବ ନାହିଁ।

Body:ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.