ETV Bharat / state

JNU ପ୍ରଫେସରଙ୍କୁ ମାଡ଼ ଘଟଣା, ବାଣୀବିହାରରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ

author img

By

Published : Feb 13, 2023, 9:46 PM IST

ଉତ୍କଳରେ JNU ପ୍ରଫେସରଙ୍କୁ ମାଡ଼ ଘଟଣା । ବାଣୀ ବିହାରରେ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

Vani Vihar
Vani Vihar
ବାଣୀବିହାରରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ଉତ୍କଳରେ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU) ପ୍ରଫେସରଙ୍କୁ ମାଡ଼ ଘଟଣା । ବାଣୀବିହାର ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡି । ବିଶ୍ଵବିଦ୍ୟାଳୟରେ ପୂର୍ବତନ ଛାତ୍ରମାନେ ପଶି ସେମିନାର ଚାଲିଥିବା ବେଳେ ପ୍ରଫେସରଙ୍କୁ ମାଡ଼ ମାରିବା ଘଟଣା କୁ ନିନ୍ଦା କରିଛନ୍ତି ଉଭୟ ସଂଗଠନ। ଦୋଷୀଙ୍କୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବାଣୀବିହାର ମୁଖ୍ୟ ଫାଟକ ନିକଟରେ ଉଭୟ ଛାତ୍ର ସଂଗଠନ ପକ୍ଷରୁ ପୃଥକ ଭାବରେ ବିକ୍ଷୋଭ କରାଯାଇଛି। ବିଶ୍ଵବିଦ୍ୟାଳୟରେ ପୂର୍ବତନ ଛାତ୍ରମାନେ ପଶି ସେମିନାର ଚାଲିଥିବା ବେଳେ ପ୍ରଫେସରଙ୍କୁ ମାଡ଼ ମାରିବା ଘଟଣାକୁ ବିକ୍ଷୋଭ କରୁଥିବା ଉଭୟ ସଂଗଠନ ଦୃଢ ନିନ୍ଦା କରିଛି । ଦୋଷୀଙ୍କୁ ଗିରଫ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ଏହାସହିତ ଛାତ୍ର ସଂଗଠନର ଅନେକ ସଦସ୍ୟ ନାରାବାଜି କରିଛନ୍ତି ।

ଏହା ବି ପଢନ୍ତୁ- ବାଣୀବିହାରରେ JNU ପ୍ରଫେସରଙ୍କ ବକ୍ତବ୍ୟକୁ ବିରୋଧ ଘଟଣା, କାର୍ଯ୍ୟନୁଷ୍ଠାନ ଦାବି କଲା ଛାତ୍ର ବିଜେଡି

ସୂଚନା ଥାଉ କି ଗତକାଲି (ରବିବାର) ସିଟିଜେନ ଫୋରମ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ହୋଇଥିଲା ଏକ ଆଲୋଚନା ଚକ୍ର। ଯେଉଁଥିରେ 'ଭାରତୀୟ ସମ୍ବିଧାନ ଏବଂ ଶିକ୍ଷା' ଓ 'ଜାତୀୟ ଶିକ୍ଷାନୀତି-୨୦୨୦' ଦୁଇଟି ବିଷୟବସ୍ତୁ ଉପରେ ଆଲୋଚନା ଚକ୍ରରେ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଫେସର ସୁରଜିତ୍ ମଜୁମ୍‌ଦାର ଯୋଗ ଦେଇଥିଲେ। ଏହି ସମୟରେ କିଛି ଯୁବକ ହଠାତ ଗୃହ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସଭା ବନ୍ଦ କରିବାକୁ ଦାବି କରିଥିଲେ ।

ଏହା ବି ପଢନ୍ତୁ- ଆଲୋଚନା ଚକ୍ର ପାଲଟିଲା ରଣକ୍ଷେତ୍ର, ଉତ୍କଳ ବିଶ୍ବବିଦ୍ୟାଳୟରେ JNU ପ୍ରଫେସରଙ୍କୁ ଆକ୍ରମଣ

ଆୟୋଜକମାନଙ୍କର ସେମାନଙ୍କ ସହିତ କିଛି ସମୟ ଯୁକ୍ତିତର୍କ ହେବାବେଳେ ସେମାନେ ଟେଲିଫୋନ ମାଧ୍ୟମରେ ଆଉ କିଛି ଯୁବକଙ୍କୁ ସଭାଗୃହ ମଧ୍ୟକୁ ଡାକି ମାଡ଼ ମାରିବା ଆରମ୍ଭ କରିଥିଲେ। ଅନ୍ୟମାନଙ୍କୁ ବାହାରକୁ ବାହାର କରି ପ୍ରଫେସର ସୁରେନ୍ଦ୍ର ଜେନା ଏବଂ ସିଟିଜେନ ଫୋରମର ଆବାହକ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକଙ୍କୁ ପଣବନ୍ଦୀ କରି ଅତ୍ୟନ୍ତ ବର୍ବରୋଚିତ ଭାବରେ ଆକ୍ରମଣ କରିଥିଲେ । ଯାହାକୁ ନେଇ ସବୁ ଛାତ୍ର ସଂଗଠନ ନିନ୍ଦା କରିଛି।

ଜେଏନୟୁ ପ୍ରଫେସରଙ୍କୁ ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିଲେ । ଜେଏନୟୁ ପ୍ରଫେସର ଦେଶବିରୋଧୀ ନାରା ଦେଉଥିବାରୁ ଏହି ଆକ୍ରମଣ ହୋଇଥିବା ନେଇ ଉକ୍ତ ସଂଗଠନର ଛାତ୍ରମାନେ କହିଛନ୍ତି । ଦେଶବିରୋଧୀ ନାରା ଦେଲେ ଉକ୍ତ ବ୍ୟକ୍ତି ସହିତ ଏପରି ହେବ ବୋଲି ଉକ୍ତ ନିର୍ଦ୍ଦିଷ୍ଟ ଛାତ୍ରମାନେ କହିଛନ୍ତି । ତେବେ ବାଣୀବିହାରରେ ଏପରି ଘଟଣାକୁ ସାଧାରଣ ଦୃଢ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.