ETV Bharat / state

ରାଜ୍ୟରେ ଲୁଟର ଶିକାର ହେଉଛନ୍ତି ବିଜୁଳି ଉପଭୋକ୍ତା: କଂଗ୍ରେସ

author img

By

Published : Feb 7, 2023, 9:58 PM IST

ରାଜ୍ୟରେ OPGC, OCPL, OERC ଓ ରାଜ୍ୟ ସରକାର ମିଳିତ ଭାବେ ବିଜୁଳି ଉପଭୋକ୍ତାଙ୍କୁ ଲୁଟୁଥିବା ଅଭିଯୋଗ ଆଣିଲା କଂଗ୍ରେସ । OPGCକୁ ଆବଣ୍ଟନ ହୋଇ ହୋଇଥିବା ମନୋହରପୁର ଓ ଡିପ ମନୋହରପୁର କୋଲ ବ୍ଲକରୁ କୋଇଲା ଉତ୍ପାଦନ ଦାୟିତ୍ୱ OCPLକୁ ଦିଆଯାଇଛି । ଉତ୍ପାଦନ ପାଇଁ ଟନ ପିଛା ୪୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ OPGC ଠାରୁ OCPL ନେଉଛି ୭୫୮ ଟଙ୍କା । ଫଳରେ ଉପଭୋକ୍ତାଙ୍କ ବିଜୁଳି ଦର ବଢ଼ୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢ଼ନ୍ତୁ

Congress Press Meet
କଂଗ୍ରେସ ସାମ୍ୱାଦିକ ସମ୍ମିଳନୀ
କଂଗ୍ରେସ ସାମ୍ୱାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ବିଜୁଳି ଉପଭୋକ୍ତା ଲୁଟର ଶିକାର ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । OPGC, OCPL, OERC ଓ ରାଜ୍ୟ ସରକାରଙ୍କ ମିଳିମିଶି ଏହି ଲୁଟ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଫଳରେ ବିଜୁଳି ବ୍ୟବହାର ପାଇଁ ଉପଭୋକ୍ତାଙ୍କୁ ଅଧିକ ଅର୍ଥ ଗଣିବାକୁ ପଡ଼ୁଛି ବୋଲି ରାଜ୍ୟ କଂଗ୍ରେସ ଭବନେରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେ ଅଭିଯୋଗ ଆଣିଛନ୍ତି ।

କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ରାଜ୍ୟରେ ଶସ୍ତାରେ ବିଜୁଳି ଯୋଗାଣ ପାଇଁ OPGCକୁ ୯୦୦ ମିଲିୟନ ଟନ କୋଇଲା ମହଜୁଦ ଥିବା ମନୋହରପୁର ଓ ଡିପ ମନୋହରପୁର କୋଲ ବ୍ଲକ ଆବଣ୍ଟନ ହୋଇଛି । ଏହି କୋଇଲା ଖଣିରୁ ଉତ୍ପାଦ ସମସ୍ତ କୋଇଲା କେବଳ OPGC ଦ୍ଵାରା ବିଜୁଳି ଉତ୍ପାଦନ ଲାଗି ବ୍ୟବହାର ହେବା କଥା । ଏହି କୋଇଲା ଖଣିରୁ କୋଇଲା ଉତ୍ପାଦନ ଲାଗି OCPLକୁ ଦାୟିତ୍ୱ ଦିଆଯାଇଛି । ଏଠାରୁ କୋଇଲା ଉତ୍ପାଦନ ପାଇଁ ଟନ ପିଛା ୪୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ OPGC ଠାରୁ OCPL ନେଉଛି ୭୫୮ ଟଙ୍କା । ଏହାଯୋଗୁଁ ବିଜୁଳି ଦର ବଢ଼ାଉଛି OPGC । ଯାହାକି ଉପଭୋକ୍ତାଙ୍କ ମୁଣ୍ଡରେ ଲଦି ଦିଆଯାଉଛି ।"

ଯଦି ଉତ୍ପାଦନ ଖର୍ଚ୍ଚରେ OPGC କୋଇଲା ନିଅନ୍ତା, ବିଜୁଳି ଦର ପାଖାପାଖି ୬୦ ପଇସା କମିଯାନ୍ତା । କିନ୍ତୁ ଏବେ ସେମାନେ ଉପଭୋକ୍ତାଙ୍କ ପଇସାରେ ଲାଭ କରୁଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଯାଏଁ ସଭିଏଁ ଲାଭାଂଶ ଖାଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅନ୍ୟ ପକ୍ଷରେ ଆଗକୁ ନିର୍ବାଚନ ଖର୍ଚ୍ଚ ଉଠାଇବା ପାଇଁ OPGCର ୨୫% ଘରୋଇ କମ୍ପାନୀ ହାତକୁ ଟେକିଦେବାକୁ ସରକାର ଯୋଜନା କରୁଥିବା ପଞ୍ଚାନନ ଅଭିଯୋଗ କରିଛନ୍ତି । ତେଣୁ ପୁଞ୍ଜି ପ୍ରତ୍ୟାହାର ପୂର୍ବରୁ ଏ ସମସ୍ତ ଘଟଣାର ତଦନ୍ତ AGକୁ ହସ୍ତାନ୍ତର ପାଇଁ ଦାବି କରିଛି କଂଗ୍ରେସ । AGଙ୍କ ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବାଯାଏଁ OPGC ପୁଞ୍ଜି ପ୍ରତ୍ୟାହାର ବନ୍ଦ ରଖିବାକୁ କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.