ETV Bharat / state

Dhamnagar ByPoll: ଟଙ୍କା ବାଣ୍ଟୁଛି ବିଜେଡି ! କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଧାମନଗର ଉପନିର୍ବାଚନ (Dhamnagar ByPoll) ଲାଗି ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି କଂଗ୍ରେସ । ଏହାପୂର୍ବରୁ ସମାନ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲା ବିଜେପି । ଅଧିକ ପଢ଼ନ୍ତୁ

author img

By

Published : Oct 26, 2022, 9:26 PM IST

Dhamnagar ByPoll: ଟଙ୍କା ବାଣ୍ଟୁଛି ବିଜେଡି ! କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
Dhamnagar ByPoll: ଟଙ୍କା ବାଣ୍ଟୁଛି ବିଜେଡି ! କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar ByPoll) ଲାଗି ଚାଲିଛି ଜୋରଦାର ପ୍ରଚାର । ଆସନ୍ତା ୩ ତାରିଖରେ ହେବ ଭୋଟ ଗ୍ରହଣ । ତେବେ ଧାମନଗରରେ ବିଜେଡି ପାଇଁ SHG ମହିଳା ଟଙ୍କା ବାଣ୍ଟୁଥିବା ବିରୋଧୀ ଦଳ ଗୁଡ଼ିକ ବାରମ୍ବାର ଅଭିଯୋଗ କରିଛନ୍ତି । ଏନେଇ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିବା ବେଳେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ଟଙ୍କା ଛଡ଼େଇବାକୁ ଆନ୍ଦୋଳନାତ୍ମକ ରାସ୍ତା ଆପଣେଇବ ବୋଲି ଚେତାବନୀ ଦେଇଛି ।

ଧାମନଗର ବିଧାୟକ ଥିବା ବିଜେପିର ବରିଷ୍ଠ ନେତା ବିଷ୍ଣୁ ସେଠୀଙ୍କର ଦେହାନ୍ତ ପରେ ସେହି ଆସନ ଖାଲି ପଡ଼ିଥିଲା । ଆସନ୍ତା ନଭେମ୍ବର ୩ ତାରିଖରେ ଏହି ଆସନ ଲାଗି ଭୋଟ ଗ୍ରହଣ ହେବାକୁ ଥିବାବେଳେ ମୈଦାନକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ୫ ପ୍ରାର୍ଥୀ । ତେବେ ଏନେଇ ଜୋରଦାର ପ୍ରଚାର ଚାଲିଥିବାବେଳେ ଶାସକ ଦଳ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧି ଦଳ । ଲୋକଙ୍କ ଭୋଟ ହାତେଇବା ପାଇଁ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଏନେଇ ପୂର୍ବରୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ମଧ୍ୟ ହୋଇଥିଲା ।

ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଲିକା ଦେଖି, ଗୋଟି ଗୋଟି କରି ନାଁ ପଢ଼ି, କହୁଛନ୍ତି ୩ ଜଣଙ୍କ ମଧ୍ୟରେ ଟଙ୍କା ବାଣ୍ଟି ନେବ । ଧାମନଗର ଉପନିର୍ବାଚନରେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଶାସକ ଦଳ ଏହିପରି ଟଙ୍କା ବଣ୍ଟା ଆରମ୍ଭ କରିଥିବା ବିରୋଧି ଦଳ ପକ୍ଷରୁ ଅଭିଯୋଗ ହେଉଛି । ଧାମନଗର ଏନଏସି ଚେୟାରମ୍ୟାନ ଏହି ଟଙ୍କା ପଠାଇଥିବା ବାଣ୍ଟୁଥିବା ମହିଳା ଜଣକ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି । ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହେବା ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...Dhamnagar By-Poll: ଶାସକ ଦଳ ପାଇଁ SHG ମହିଳା ବାଣ୍ଟୁଛନ୍ତି ଟଙ୍କା !

ସେପଟେ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ଦ୍ଵାରା ସ୍ଵତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ନହେଲେ ବିରୋଧ କରି କଂଗ୍ରେସ ଟଙ୍କା ଛଡ଼ାଇବ ବୋଲି କହିଛନ୍ତି କଂଗ୍ରେସ ନେତା । ଆଟାଜ୍ ଧରି ଘର ଘର ବୁଲି ମନ୍ତ୍ରୀ ଓ ବିଧାୟକ ଟଙ୍କା ବାଣ୍ଟୁଥିବାବେଳେ ସରକାରୀ କର୍ମଚାରୀମାନେ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତେଇବାକୁ କାମ କରୁଥିବା ଦଳ ଅଭିଯୋଗ କରିଛି । ଏସଏଚଜି ଗୋଷ୍ଠୀ ଜରିଆରେ ପଇସା ବଣ୍ଟା ହେଉଛି । ଯୁବକ ସଙ୍ଘ ଗୁଡ଼ିକ ଜରିଆରେ ଯୁବକ ମାନଙ୍କୁ ଟଙ୍କା ବଣ୍ଟା ଯାଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ତେବେ ଏଭଳି ପରିସ୍ଥିତିକୁ କଂଗ୍ରେସ ସାମ୍ନା କରିବାକୁ ପ୍ରସ୍ତୁତ ଅଛି, ହେଲେ ବିରୋଧ କଲେ ଗଣ୍ଡଗୋଳ ହେବ । ତେଣୁ ନିର୍ବାଚନ କମିଶନ ସ୍ବତନ୍ତ୍ର ଟିମ ପଠାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ଦଳ । ନହେଲେ କଂଗ୍ରେସ ଟଙ୍କା ଛଡାଇବ ଆଉ କିଛି ଅପ୍ରୀତିକର ସ୍ଥିତି ଉପୁଜିଲେ ଏଥିପାଇଁ ସରକାର ଓ ନିର୍ବାଚନ କମିଶନ ଦାୟୀ ରହିବେ ବୋଲି କହିଛି କଂଗ୍ରେସ । ଯେଉଁମାନେ ଟଙ୍କା ବାଣ୍ଟୁଛନ୍ତି ତାଙ୍କୁ ଶୀଘ୍ର ଗିରଫ କରିବାକୁ ଦୋବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଯଦି ଅଛି ତାହେଲେ କାହିଁକି ଶାସକ ଦଳ ଗଣ୍ଡା ଗଣ୍ଡା ମନ୍ତ୍ରୀ ବିଧାୟକଙ୍କୁ ଲଗାଇ ଟଙ୍କା ବାଣ୍ଟୁଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.