ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗ, ଶୋକବାର୍ତ୍ତା ଜଣାଇଲେ ରାଜ୍ୟର ମନ୍ତ୍ରୀ ଓ ବିଧାୟକ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ବାଚସ୍ପତି ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jan 30, 2023, 6:37 AM IST

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ମନ୍ତ୍ରୀ ଓ ବିଧାୟକଙ୍କ ଶୋକବାର୍ତ୍ତା

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀମାନେ ଏନେଇ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ସେହିପରି ବାଚସ୍ପତି ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ବିକ୍ରମ କେଶରୀ ଆରୁଖ, ବାଚସ୍ପତି: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ବାଚସ୍ପତି କହିଛନ୍ତି, "ପଶ୍ଚିମ ଓଡ଼ିଶାର ଏହି ଆଗଧାଡ଼ିର ରାଜନେତା ସ୍ୱର୍ଗତ ନବ କିଶୋର ଦାସଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶା ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି । ମନ୍ତ୍ରୀ ଓ ବିଧାୟକ ଭାବେ ତାଙ୍କ କାର୍ଯ୍ୟ ଉତ୍ତରପିଢ଼ିର ରାଜନେତାଙ୍କ ପାଇଁ ଅନୁକରଣୀୟ ରହିବ ।" ବାଚସ୍ପତି ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ: "ମୋର ଅତି ପ୍ରିୟର ବନ୍ଧୁ ବରିଷ୍ଠ ନେତା ତଥା ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ ଏବଂ ସ୍ତବ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି । ଏହି ଘଡିସନ୍ଧି ମୁହୁର୍ତ୍ତରେ ଶୋକସନ୍ତପ୍ତ ପରିବାର ବର୍ଗ ଓ ପ୍ରିୟଜନଙ୍କୁ ମୋର ଗଭୀର ସମବେଦନା । ଏହି ନିର୍ମମ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଅନୁରୋଧ କରୁଛି ।"

ପ୍ରତାପ ଦେବ, ଶକ୍ତି, ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ: ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ବିୟୋଗରେ ମନ୍ତ୍ରୀ ଦିବଙ୍ଗତ ମନ୍ତ୍ରୀଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହାସହ ତାଙ୍କ ଭଳି ଜଣେ ବରିଷ୍ଠ ଓ ଦକ୍ଷ ରାଜନେତାଙ୍କୁ ଅବେଳରେ ହରାଇବା ଓଡ଼ିଶାର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ସେ କହିଛନ୍ତି, "କୋଭିଡ ମହାମାରୀ ବେଳେ ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସେ ତାଙ୍କର ଦକ୍ଷତା ପ୍ରମାଣିତ କରିଛନ୍ତି ।" ଏହାସହ ରାଜ୍ୟ ତଥା ନିଜ ଅଞ୍ଚଳର ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ମରଣ କରି ମନ୍ତ୍ରୀ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ତାଙ୍କ ଶୋକ ବାର୍ତ୍ତାରେ ଜଣାଇଛନ୍ତି ।

ପ୍ରଦୀପ କୁମାର ଅମାତ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ: ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ମନ୍ତ୍ରୀ ପ୍ରଦୀପ ଅମାତ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି ପ୍ରକାଶ କରିବା ସହ ତାଙ୍କ ଭଳି ଜଣେ ଦକ୍ଷ ରାଜନେତାଙ୍କୁ ହରାଇବା ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ନିଜ ଅଞ୍ଚଳର ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ସମୀର ରଞ୍ଜନ ଦାଶ, ଗଣଶିକ୍ଷା ମନ୍ତ୍ରୀ: ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି, "ସ୍ବର୍ଗତ ନବ ଦାସ ଜଣେ ନିଷ୍ଠାପର ରାଜନେତା, ଦକ୍ଷ ସଂଗଠକ ଓ ଉତ୍ତମ ସମାଜସେବୀ ଥିଲେ । ତାଙ୍କ ବିୟୋଗରେ ରାଜ୍ୟର ଅପୂରଣୀୟ କ୍ଷତି ଘଟିଛି ।" ମନ୍ତ୍ରୀ ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ଟୁକୁନି ସାହୁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ: ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଏପରି ଅକାଳ ବିୟୋଗରେ ମନ୍ତ୍ରୀ ଗଭୀର ଦୁଃଖିତ ଓ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିଛନ୍ତି । ଜଣେ ବରିଷ୍ଠ, ଟାଣୁଆ ଓ ଦକ୍ଷ ରାଜନେତା ଭାବେ ସ୍ବର୍ଗତ ଦାସଙ୍କର ଲୋକପ୍ରିୟତା ରହିଥିଲା ବୋଲି ମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କୁ ହରାଇବା ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।

ଅତନୁ ସବ୍ୟସାଚୀ ନାୟକ, ସମବାୟ ମନ୍ତ୍ରୀ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି, "ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗ ଖବର ପାଇ ଗଭୀର ମର୍ମାହତ । ତାଙ୍କ ଭଳି ଜଣେ ବରିଷ୍ଠ, ଟାଣୁଆ ତଥା ଦକ୍ଷ ରାଜନେତାଙ୍କୁ ହରାଇବା ଏକ ଅପୁରଣୀୟ କ୍ଷତି । ଅନନ୍ୟ ସାଂଗଠନିକ ଦକ୍ଷତା ତାଙ୍କ ବ୍ୟକ୍ତିତ୍ୱର ଏକ ବିଶଷେତ୍ୱ ଥିଲା । ତାଙ୍କର ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେବା ସହିତ ନୂତନ ରାଜନୈତିକ ପିଢି ଏକ ସଫଳ ନେତୃତ୍ୱକୁ ହରାଇଲା । ଅମର ଆତ୍ମାର ସଦଗତି କାମନା କରିବା ସହିତ ଏହି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୌର୍ଯ୍ୟ ପ୍ରଦାନ କରନ୍ତୁ ।"

ଅଶ୍ୱିନୀ ପାତ୍ର, ପର୍ଯ୍ୟଟନ ମନ୍ତ୍ରୀ: ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ବିୟୋଗରେ ମନ୍ତ୍ରୀ ଗଭୀର ଦୁଃଖିତ ଓ ମର୍ମାହତ ବୋଲି ପ୍ରକାଶ କରିଛନ୍ତି । ଏହାସହ ତାଙ୍କ ଭଳି ଜଣେ ବରିଷ୍ଠ ଓ ଦକ୍ଷ ରାଜନେତାଙ୍କୁ ହରାଇବା ଓଡ଼ିଶାର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ସେ ତାଙ୍କର ଦକ୍ଷତା ପ୍ରମାଣିତ କରିବା ସହ ରାଜ୍ୟ ତଥା ନିଜ ଅଞ୍ଚଳର ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।"

ଶ୍ରୀକାନ୍ତ ସାହୁ, ଶ୍ରମ ମନ୍ତ୍ରୀ: "ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ ଓ ମର୍ମାହତ । ତାଙ୍କ ଭଳି ଜଣେ ବରିଷ୍ଠ ଟାଣୁଆ, ଦକ୍ଷ ଓ ସୁରାଜନେତାଙ୍କୁ ହରାଇବା ଖବର ଓଡ଼ିଶାର ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।"

ଉଷା ଦେବୀ, ନଗର ଉନ୍ନୟନ ମନ୍ତ୍ରୀ: ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଶୋକ ପ୍ରକାଶ । ସେ କହିଛନ୍ତି, "ପଶ୍ଚିମ ଓଡିଶାର ଲୋକପ୍ରିୟ ରାଜନେତା, ନବ ଦାସଙ୍କ ବିୟୋଗରେ ଓଡ଼ିଶା ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି । ମନ୍ତ୍ରୀ ତଥା ବିଧାୟକ ଭାବେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ।" ଏହାସହ ଦିବଙ୍ଗତ ଆତ୍ମାର ସଦଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ପ୍ରୀତିରଞ୍ଜନ ଘଡ଼େଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ: ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି, "ସ୍ୱାସ୍ଥ୍ୟମନ୍ତ୍ରୀ ଜଣେ ଦକ୍ଷ ଓ ବରିଷ୍ଠ ରାଜନେତା ଥିଲେ । ତାଙ୍କର ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ନବ ଦାସଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି ।" ଏହାସହ ଦିବଙ୍ଗତ ଆତ୍ମାର ସଦଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।

ଇଟିଭି ଭାରତ, ଭୁନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.