ETV Bharat / state

ଝାମୁ ଯାତ୍ରାରେ ଗଣ୍ଡଗୋଳ, କେରଙ୍ଗରେ 2 ଗୋଷ୍ଠୀ ମୁହାଁମୁହିଁ

author img

By

Published : Apr 14, 2022, 9:48 AM IST

ସାମାନ୍ୟ କଥାକୁ ଦେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଆଦର୍ଶ ଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମରେ ମେରୁ ଯାତ୍ରା ସମୟରେ ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ

ଝାମୁ ଯାତ୍ରାକୁ ନେଇ କେରଙ୍ଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଖୋର୍ଦ୍ଧା: ସାମାନ୍ୟ କଥାକୁ ଦେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଝାମୁ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା । ଆଦର୍ଶ ଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମରେ ମେରୁ ଯାତ୍ରା ସମୟରେ ସାମାନ୍ୟ କଥାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏ ସମ୍ପର୍କରେ ଦିବ୍ୟସିଂହପୁର ଗ୍ରାମର କେତକ ଲୋକ ଥାନାରେ ଅଭିଯୋଗ କରିବା ପରେ ମେରୁ ଓ ଦଣ୍ଡଯାତ୍ରାକୁ ଶୃଙ୍ଖଳିତ କରିବାକୁ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡ଼ି କରାଯାଇଥିବା ଜଣାପଡ଼ିଛି ।

ସୂଚନାଅନୁସାରେ, ବୁଧବାର କେରଙ୍ଗ ପଞ୍ଚାୟତ ଗୋଟିଏ ଗ୍ରାମରେ ମେରୁଯାତ୍ରା ଚାଲିଥିଲା । ଉକ୍ତ ସମୟରେ ଦଣ୍ଡୁଆ ଝାମୁ ଚାଲିବା ଚିହ୍ନଟ ସ୍ଥାନରେ ଜଣେ ଯୁବକ ପ୍ରବେଶ କରିବାରୁ ତାଙ୍କୁ ଉକ୍ତ ସାହିର କେତକ ସ୍ୱେଚ୍ଛାସେବୀ ଠେଲାପେଲା କରିଥିଲେ । ପରବର୍ତ୍ତି ସମୟରେ ଝାମୁଯାତ୍ରା କାର୍ଯ୍ୟକ୍ରମ ସ୍ୱାଭାବିକ ଭାବେ ଅନୁଷ୍ଠିତ ହେଉଥିବାବେଳେ ଅନ୍ୟ ଏକ ସାହିର ଶୋଭାଯାତ୍ରା ଯାଉଥିଲା । ଏ ସମୟରେ ଗୋଟିଏ ଗୋଷ୍ଠୀର କେତେକ ଯୁବକ ଅନ୍ୟ ଗୋଷ୍ଠୀର କିଛି ଯୁବକଙ୍କୁ ଅଟକାଇ ଗଣ୍ଡଗୋଳ କରିଥିଲେ । ଫଳରେ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାବେଳେ ଦିବ୍ୟସିଂହପୁର ଗ୍ରାମର ଲୋକ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଖବରପାଇ ଆର୍ଦଶ ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ କେରଙ୍ଗ ଗ୍ରାମକୁ ଯାଇ ଉଭୟ ଗୋଷ୍ଠୀ ସହିତ ଆଲୋଚନା କରିଥିବା ସୂଚନା ରହିଛି । ତେବେ ମେରୁ ଓ ଝାମୁଯାତ୍ରା ସୁରୁଖୁରୁରେ ଶେଷ କରିବାକୁ କେରଙ୍ଗ ଗ୍ରାମରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟ ପାର୍ଶ୍ବରେ ଘଟଣା ପରେ କେରଙ୍ଗ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.