ETV Bharat / state

ରାଜ୍ୟରେ ଖାଲି ପଡୁଛି ୟୁଜି ଓ ପିଜି ସିଟ୍‌, ଆଗକୁ JEE ଢାଞ୍ଚାରେ ହେବ ନାମଲେଖା ପ୍ରକ୍ରିୟା ! - ପିଜି ନାମଲେଖା ପ୍ରକ୍ରିୟାରେ ସମସ୍ୟା

ରାଜ୍ୟରେ ୟୁଜି ଓ ପିଜି ପାଠ୍ୟକ୍ରମରେ ଖାଲି ପଡୁଛି ଅନେକ ସିଟ । ଏପରିକି କିଛି ପାଠ୍ୟକ୍ରମରେ ଅଧାରୁ ଅଧିକ ସିଟ୍‌ରେ କେହି ନାମ ଲେଖାଇନଥିବା ଜଣାପଡ଼ିଛି । ସେପଟେ ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାକୁ ବଦଳାଇ JEE ଢାଞ୍ଚାରେ କରିବାକୁ ବିଭାଗ ଯୋଜନା କରିଛି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଖାଲି ପଡୁଛି ୟୁଜି ଓ ପିଜି ସିଟ୍‌, JEE ଢାଞ୍ଚାରେ ହେବ ନାମଲେଖା ପ୍ରକ୍ରିୟା

author img

By

Published : Nov 14, 2022, 11:01 PM IST

ଭୁବନେଶ୍ବର: ରାଜ୍ୟରେ ୟୁଜି ଓ ପିଜି ପାଠ୍ୟକ୍ରମରେ ଖାଲି ପଡୁଛି ସିଟ । ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ହଟହଟା ହେଉଛନ୍ତି ଛାତ୍ରଛାତ୍ରୀ । ସେଥିପାଇଁ ତୃତୀୟ ପର୍ଯ୍ୟାୟରେ ନାମଲେଖା ପ୍ରାୟ ସରିଥିଲେ ମଧ୍ୟ ବିଭିନ୍ନ ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗରେ ପିଜି ପାଠ୍ୟକ୍ରମ ସିଟ୍‌ ପୂରଣ ହୋଇନାହିଁ । ବିଭିନ୍ନ ବିଭାଗରେ ଅନେକ ସିଟ୍‌ ଖାଲି ପଡ଼ିଛି । ଏପରିକି କିଛି ପାଠ୍ୟକ୍ରମରେ ଅଧାରୁ ଅଧିକ ସିଟ୍‌ରେ କେହି ନାମ ଲେଖାଇନଥିବା ଜଣାପଡ଼ିଛି । ତେବେ ଏହି ଢାଞ୍ଚାକୁ ବଦଳାଇ JEE ଢାଞ୍ଚାରେ କରିବାକୁ ବିଭାଗ ଯୋଜନା କରିଛି ।

ରାଜ୍ୟରେ ଖାଲି ପଡୁଛି ୟୁଜି ଓ ପିଜି ସିଟ୍‌, JEE ଢାଞ୍ଚାରେ ହେବ ନାମଲେଖା ପ୍ରକ୍ରିୟା

ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି । ଯେଉଁଠି ପଢ଼ିବାକୁ ପିଲାଙ୍କ ଆଗ୍ରହ ରହିଛି, ସେଠାରେ ସିଟ୍‌ ମିଳିନାହିଁ । ଉତ୍କଳରେ ପଢ଼ିବାକୁ ‌ଯୋଗ୍ୟତା ଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଏକ କଲେଜରେ ପଢିବାକୁ ସିଟ୍‌ ମିଳିଛି । ମାଗଣା ଶିକ୍ଷା ଗ୍ରହଣ କରିବାକୁ ଯୋଗ୍ୟ ଥିବା ଗରିବ ମେଧାବୀ ପିଲାଙ୍କୁ ସେଲ୍ଫ ଫାଇନାନ୍ସରେ ସିଟ୍‌ ମିଳିଛି । ଏକକ ପିଜି ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଥିବା ୭୭ଟି ଶିକ୍ଷାନୁଷ୍ଠାନରେ ସିଟ୍‌ ଖାଲି ପଡ଼ିଛି । ଯେଉଁଥିପାଇଁ ଏବେ ପୁଣିଥରେ ନାମଲେଖା ପ୍ରକ୍ରୟା ଚାଲିଛି । ଯାହାକି ଆସନ୍ତା ୨୧ ତାରିଖ ମଧ୍ୟରେ ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ କୁହାଯାଇଛି । ସେହିଭଳି ଯୁକ୍ତ ତିନିରେ ମଧ୍ୟ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଏନେଇ ଶିକ୍ଷାବିତ ଜାଲିଲ ଖାନ କହିଛନ୍ତି, "ଅଗଷ୍ଟ ମାସରୁ ନାମଲେଖା ପକ୍ରିୟା ଆରମ୍ଭ ହେଲାଣି । ବର୍ତ୍ତମାନ ସୁଧା ଅନେକ ପିଲାମାନେ ନାମଲେଖାଇ ପାରିନାହାନ୍ତି । ବିଶେଷ ଭାବରେ ଦେଖାଯାଉଛି ଯୁକ୍ତ ଦୁଇ ବା ଯୁକ୍ତ ତିନି ପରେ ଅନେକ ପିଲା ମାନେ ଡିପ୍ଲୋମା ଏବଂ ଆଇଆଇଟିକୁ ଆଗ୍ରହ ପ୍ରକାଶ କରିଛନ୍ତି । ଯାହା ଫଳରେ ଅନେକ କଲେଜରେ ବିଭିନ୍ନ ବିଭାଗରେ ସିଟ ଖାଲି ପଡୁଛି ।"

ସେହିଭଳି ଅଭିଭାବକ ବାସୁଦେବ ଭଟ୍ଟ କହିଛନ୍ତି, "ନାମଲେଖା ପ୍ରକ୍ରିୟାରେ ସମସ୍ୟା ହୋଇଛି । ଫଳରେ ପିଲାମାନେ ନାମଲେଖାଇ ପାରୁନାହାନ୍ତି । ପିଲାମାନଙ୍କୁ ଆଉ ଥରେ ସୁଯୋଗ ଦେବା ଆବଶ୍ୟକ । ଯୁକ୍ତ ଦୁଇ ପରେ ପିଲାମାନେ ଅନ୍ୟ କ୍ୟାରିଅରକୁ ଅପଣାଉଛନ୍ତି ।"

ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଆଉ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ ନାହିଁ । ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପଦ୍ଧତିରେ ପରିବର୍ତ୍ତନ କରାଯିବ । କିନ୍ତୁ କେଉଁ ପଦ୍ଧତିରେ ନା‌ମଲେଖା ହେବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନଥିଲେ ମଧ୍ୟ ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେଉଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଢାଞ୍ଚାରେ କରିବାକୁ ବିଭାଗ ଯୋଜନା କରିଛି । ଏଥିପାଇଁ ରାଜ୍ୟର ୩ ଜଣ କୁଳପତିଙ୍କୁ ନେଇ ଗଠନ ହୋଇଛି ଏକ କମିଟି । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.