ETV Bharat / state

ସିକିଲ ସେଲ ନିରାକରଣ ପାଇଁ ପଦକ୍ଷେପ, ରାଜ୍ୟରୁ ବ୍ଲକ ପର୍ଯ୍ୟନ୍ତ ଅନୁଷ୍ଠାନିକ ବ୍ୟବସ୍ଥା: ସ୍ୱାସ୍ଥ୍ୟ ସଚିବ

author img

By

Published : Jan 1, 2023, 10:33 AM IST

ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ସିକିଲ ସେଲ ରୋଗ ନିରାକରଣ ନିମନ୍ତେ ରାଜ୍ୟରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି । ତଦନୁଯାୟୀ ରାଜ୍ୟସ୍ତରୀୟ ସବ-କମିଟି, ଜିଲ୍ଲା କମିଟି ଏବଂ ବ୍ଲକ କମିଟି ଗଠନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ କମିଟି ସିକିଲ୍ ସେଲ୍ ବିଷୟରେ ସଚେତନତା, ଚିହ୍ନଟ ଏବଂ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରିବେ । ଅଧିକ ପଢନ୍ତୁ

ସିକିଲ ସେଲ ନିରାକରଣ ପାଇଁ ପଦକ୍ଷେପ, ରାଜ୍ୟରୁ ବ୍ଲକ ପର୍ଯ୍ୟନ୍ତ ଅନୁଷ୍ଠାନିକ ବ୍ୟବସ୍ଥା: ସ୍ୱାସ୍ଥ୍ୟ ସଚିବ
ସିକିଲ ସେଲ ନିରାକରଣ ପାଇଁ ପଦକ୍ଷେପ, ରାଜ୍ୟରୁ ବ୍ଲକ ପର୍ଯ୍ୟନ୍ତ ଅନୁଷ୍ଠାନିକ ବ୍ୟବସ୍ଥା: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ବର: ଉତ୍ତମ ଜନସ୍ବାସ୍ଥ୍ୟ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ବରୁପ ରାଜ୍ୟ ସରକାର ରକ୍ତ-ଶିକୁଳୀ ବା ସିକିଲ ସେଲ ରୋଗର ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ଗତକାଲି ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଆଦେଶନାମାରୁ ଏହା ଜଣାପଡିଛି ।

ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ‘‘ସିକିଲ ସେଲ ରୋଗ ନିରାକରଣ ନିମନ୍ତେ ରାଜ୍ୟରୁ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି । ତଦନୁଯାୟୀ ରାଜ୍ୟସ୍ତରୀୟ ସବ-କମିଟି, ଜିଲ୍ଲା କମିଟି ଏବଂ ବ୍ଲକ କମିଟି ଗଠନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ କମିଟି ସିକିଲ୍ ସେଲ୍ ବିଷୟରେ ସଚେତନତା, ଚିହ୍ନଟ ଏବଂ ଚିକିତ୍ସା ଆଦି କାର୍ଯ୍ୟକ୍ରମର ପରିଚାଳନା କରିବେ । ରାଜ୍ୟ ସ୍ତରୀୟ ସବ-କମିଟି, ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଏଥିରେ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ନିର୍ଦେଶକ ସହ-ଅଧ୍ୟକ୍ଷ ଅଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ମାନଙ୍କୁ ଏଥିରେ ସଦସ୍ୟ ଭାବେ ନିଆଯାଇଛି ।’’

ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବିଶେଷଜ୍ଞ, ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି । ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ ଏବଂ ଭୁବନେଶ୍ବର ଆଂଚଳିକ ଭେଷଜ ଗବେଶଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ବୈଷୟିକ ସହଯୋଗୀ ଭାବେ କମିଟିରେ ଗ୍ରହଣ କରାଯାଇଛି । ରକ୍ତ-ନିରାପତ୍ତା ନିର୍ଦେଶକ କମିଟିର ଆବାହକ ସଦସ୍ୟ ଭାବେ କାର୍ଯ୍ୟ କରିବେ ।

ସେହିପରି ଜିଲ୍ଲା ସ୍ତରୀୟ କମିଟି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ସଂପୃକ୍ତ ସାଂସଦ କମିଟିର ସ୍ବତନ୍ତ୍ର ଅତିଥି ସଦସ୍ୟ ରହିବେ । ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଦୁଇଟି ଶକ୍ଷାନୁଷ୍ଠାନର ବିଶେଷଜ୍ଞ ପ୍ରତିନିଧି ଏବଂ ସିକିଲ ସେଲ ବିଷୟରେ କାର୍ଯ୍ୟରତ ତିନିଟି ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧି ଜିଲ୍ଲାସ୍ତରୀୟ କମିଟିର ସଦସ୍ୟ ଭାବେ କାର୍ଯ୍ୟକରିବେ । ବ୍ଲକସ୍ତରୀୟ କମିଟି ବ୍ଲକ ମେଡିକାଲ ଅଫିସରଙ୍କ ଅଧ୍ୟକ୍ଷତାରେ କାମ କରିବ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସହ-ଅଧ୍ୟକ୍ଷ ରହିବେ । ବ୍ଲକ ଶିକ୍ଷା ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ସଂପୃକ୍ତ ଅଂଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଥିବା ତିନିଟି ସ୍ବେଚ୍ଚାସେବୀ ସଂଗଠନର ପ୍ରତିନିଧିମାନେ ଏବଂ କମିଟିର ସଦସ୍ୟ ରହିବେ ।

ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ରକ୍ତ-ନିରାପତ୍ତା ନିର୍ଦ୍ଦେଶକ ସିକିଲ ସେଲ ମିଶନର ନୋଡ଼ାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ । ସିକିଲ ସେଲ ରୋଗର ଚିହ୍ନଟ, ନିରାକରଣ ନିମନ୍ତେ କାର୍ଯ୍ୟ ଯୋଜନା ପ୍ରସ୍ତୁତି, ବିଭିନ୍ନ ସୁତ୍ରରୁ ଉପଲବ୍ଧ-ଯୋଗ୍ୟ ଅର୍ଥର ଆହରଣ, ସଂପୃକ୍ତ ସଂସ୍ଥା, ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ରମାନଙ୍କ ସହ ସଂଯୋଗ, ଟେଲି-ପରାମର୍ଶ ବ୍ୟବସ୍ଥା ଆଦି ଦିଗରେ ନୋଡ଼ାଲ ଅଧିକାରୀ କାର୍ଯ୍ୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.