ETV Bharat / state

ବସ୍ତିର ମହିଳା ହେଲେ Chef, ୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ

author img

By

Published : Dec 11, 2022, 12:59 PM IST

Updated : Dec 11, 2022, 4:35 PM IST

ସଫଳ ହେଉଛି ପୋଲିସର ବସ୍ତି ଚାଲ ଅଭିଯାନ । ବସ୍ତିର 30 ମହିଳାଙ୍କୁ କୁକିଙ୍ଗ ଟ୍ରେନିଂ ଦିଆଯାଇ ୧୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଅଧିକ ପଢ଼ନ୍ତୁ

commissionerate police require 10 slum women after cooking training
ବସ୍ତିର ମହିଳା ହେବେ ସେଫ, ୧୦ଜଣଙ୍କୁ ନିଯୁକ୍ତି ପ୍ରଦାନ
ବସ୍ତିର ମହିଳା ହେଲେ Chef, ୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ

ଭୁବନେଶ୍ବର: ଆଉ ଅପରାଧରେ ବଦନାମ ହେବେନି ବସ୍ତି ମହିଳା । ଦୁଇ ପଇସା ରୋଜଗାର କରି ସ୍ବାବଲମ୍ବୀ ହେବେ । ସହାୟକ ହେଉଛି ପୋଲିସର ବସ୍ତି ଚାଲ ଅଭିଯାନ। ଏନେଇ ଗତ କିଛି ଦିନ ତଳେ କମିଶନରେଟ ପୋଲିସ ପକ୍ଷରୁ ବସ୍ତିର କିଛି ମହିଳାଙ୍କୁ ନେଇ କୁକିଙ୍ଗ୍ ଟ୍ରେନିଂ ଆରମ୍ଭ କରାଯାଇଥିଲା । ସୋଏମଆଇ ଫାଉଣ୍ଡେସନ ଜରିଆରେ ରାଜଧାନୀର ବିଭିନ୍ନ ବସ୍ତିର 30 ମହିଳାଙ୍କୁ କୁକିଂ ଟ୍ରେନିଂ ଦିଆ ଯାଇଥିଲା । ଏଥିରେ ୧୦ଜଣ ମହିଳା ସେମାନଙ୍କ ହାତ ରନ୍ଧାରେ କମାଲ କରି ନିଯୁକ୍ତି ଦାତାଙ୍କ ମନ ଜିତିଛନ୍ତି । ଏନେଇ ଭୁବନେଶ୍ୱରରେ ୧୦ଜଣଙ୍କୁ ନିଯୁକ୍ତ ମିଳିଛି ।

କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 10 ମହିଳାଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଯେଉଁମାନେ ନିଯୁକ୍ତ ପାଇଛନ୍ତି, ସେମାନେ କିଛି ରାସ୍ତା କଡ଼ରେ ରହୁଥିବା ଫୁଡ ଷ୍ଟଲ ସମେତ ରିହାବିଲେସନ ସେଣ୍ଟର ଓ ନାଇଟୀ ସେଲଟରର ରୋଷେୟା ଭାବେ କାମ କରିବେ । ୧୦ଜଣ ମହିଳାଙ୍କୁ ନିଯୁକ୍ତି ମିଳିବା ପରେ ପୋଲିସ କମିଶନର କହିଛନ୍ତି," ଯେଉଁଭଳି ବସ୍ତିର ମହିଳା ଅପରାଧ ନେଇ ଚିତ୍ରଣ ହେଉଥିଲେ ତାହା ଏବେ ବଦଳିବ । ମହିଳାମାନେ ସ୍ବାବଲମ୍ବୀ ହେବେ । ଆଗାମୀ ଦିନରେ ଅନେକ ବଡବଡ କାର୍ଯ୍ୟକ୍ରମରେ ରୋଷେଇ କରି‌ବା ସହ ନିଜେ ଫୁଡ ଷ୍ଟଲ ପକାଇ ରୋଜଗାରକ୍ଷମ ହୋଇପାରିବେ ।"

ବିଗତ ଦିନରେ ବସ୍ତିର କିଛି ଝିଅ ଏବଂ ମହିଳାଙ୍କୁ ମେହେନ୍ଦି‌ ଟ୍ରେନିଂ ଦିଆଯାଇଥିଲା । ଯାହା ଫଳରେ ବାହାଘରରେ ମେହେନ୍ଦି କରି ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଏପରିକି କିଛି ପାର୍ଲର ଓ ବ୍ୟୁଟିସିଆନଙ୍କ ପାଖେ କାମ କରୁଛନ୍ତି । ସେପଟେ ମହିଳାଙ୍କୁ ଟ୍ରେନିଂ ଦେଇ ନିଯୁକ୍ତି ଦେଇଥିବା ସଂସ୍ଥା ଆଗାମୀ ଦିନରେ ଅନେକ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷେୟ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 11, 2022, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.