ETV Bharat / state

G20 Meet: କମିଶନରେଟ ପୋଲିସର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁତୟନ ହେବେ ୨୨ ପ୍ଲାଟୁନ ଫୋର୍ସ

author img

By

Published : Apr 25, 2023, 10:07 PM IST

Updated : Apr 25, 2023, 10:20 PM IST

ଗତ ୨୩ ତାରିଖରୁ ରାଜଧାନୀରେ ଆୟୋଜିତ ହେଉଛି G20 ସମ୍ମିଳନୀ । ଏନେଇ କମିଶନରେଟ ପୋଲିସ ଗୁରୁତ୍ବପୂର୍ଣ୍ଣ ବୈଠକ କରି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Commissionerate police holds meeting
Commissionerate police holds meeting
G20 Meet: କମିଶନରେଟ ପୋଲିସର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁତୟନ ହେବେ ୨୨ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହେଉଥିବା G20 ସମ୍ମିଳନୀ ପାଇଁ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଏଥିଲାଗି କମିଶନରେଟ ପୋଲିସ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକି ସିକ୍ୟୁରିଟି ବ୍ୟବସ୍ଥା ଉପରେ ଆଲୋଚନା କରିଛି । ବିଶେଷକରି ଡେଲିଗେଟଙ୍କୁ ସୁରକ୍ଷା ଦେବା ସହ କିପରି ଉତ୍ତମ ବ୍ୟବହାର ଦେଖାଇ ପାରିବେ ତା ଉପରେ ଗୁରୁତ୍ବ ରହିବ ବୋଲି କହିଛି କମିଶନରେଟ ପୋଲିସ ।

ଏନେଇ ପୋଲିସ କମିଶନର ସୌମେନ୍ଦ୍ର କହିଛନ୍ତି, "G-୨୦ ପାଇଁ ସିକ୍ୟୁରିଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିଗ । ତେଣୁ ଯେଉଁ ସବୁ ପ୍ରୋଟୋକଲ ରହିଛି, G-୨୦ ସିକ୍ୟୁରିଟି ଅଫିସରେ ଆଲୋଚନା କରାଯାଉଛି । ଏଥିରେ ଡେଲିଗେଟମାନଙ୍କର ଆସିବାଠାରୁ ଯିବା ପର୍ଯ୍ୟନ୍ତ ଓ ସେମାନଙ୍କର ସମ୍ପୂର୍ଣ୍ଣ ଚାଲିଚଳନ, ସମସ୍ତ ସିକ୍ୟୁରିଟି ଆରେଞ୍ଜମେଣ୍ଟ ଉପରେ ଗୁରୁତ୍ବ ଦିଆଯିବ । ଯେହେତୁ ବିଶ୍ବର ବିଭିନ୍ନ ଦେଶରୁ ଡେଲିଗେଟ ଆସୁଛନ୍ତି । ସେଥିପାଇଁ ବିଶେଷକରି ଅତିଥିଙ୍କୁ ସୁରକ୍ଷା ଦେବା ସହ କିପରି ଉତ୍ତମ ବ୍ୟବହାର ଦେଖାଇ ପାରିବେ ତା ଉପରେ ଗୁରୁତ୍ବ ରହିବ ।"

ଏହି G-୨୦ ସମ୍ମିଳନୀ ପାଇଁ ମୋଟ ୨୨ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୧୨ରୁ ଅଧିକ ଅଫିସର ମୁତୟନ ରହିବେ। ଏହାସହିତ ନୋଡାଲ ଏଜେନ୍ସି ସହ ପ୍ରପର କୋଡିନେସନ ରହିଛି ବୋଲି କୁହାଯାଇଛି । ଜି-୨୦ର ଏହି ଗୁରୁ ଦାୟିତ୍ବକୁ ନେଇ ସବୁ ପ୍ରୋଟୋକଲ ପାଳନ ସହିତ G20 ସୁରକ୍ଷା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ। ଦାୟିତ୍ବରେ ଥିବା ଅଫିସରଙ୍କୁ କଣ କରିବାକୁ ହେବ ସେମାନଙ୍କର ଆଚାର ବ୍ୟବହାର କଣ ହେବା ଦରକାର ଏ ନେଇ ଟିକିନିଖି କରି ବୁଝାଇଛନ୍ତି ଖୋଦ ପୋଲିସ କମିଶନର।

ଏହା ବି ପଢନ୍ତୁ- G20 Meet: ଭାରତ ଓ ସିଙ୍ଗାପୁର ମଧ୍ୟରେ ୱାର୍କସପ, ଶିକ୍ଷାକୁ ନେଇ ବଦଳିବ ଢାଞ୍ଚା

ସୂଚନା ଥାଉ କି ଭୁବନେଶ୍ବରରେ G-୨୦ ସମ୍ମିଳନୀ ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ୩୦ ତାରିଖରେ ଶେଷ ହେବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର ଅତିଥିମାନେ ଯୋଗଦେବେ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସମ୍ମିଳନୀ ହେବା ସ୍ତଳଠୁ ଆରମ୍ଭ କରି ହୋଟେଲ ବିମାନବନ୍ଦର ବୈଠକସ୍ଥଳୀ ସବୁଠି କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି । ଅସ୍ଥାୟୀ କଣ୍ଟ୍ରୋଲ ରୁମ ମନିଟରିଂ ସହ ସିସିଟିଭି ଉପରେ କଡା ନଜର ସହ ବିନା ଅନୁମତିରେ ବୈଠକ ସ୍ଥଳୀକୁ କାହାକୁ ଛଡାଯାଉନାହିଁ ।

ଭୁବନେଶ୍ବର ୬ଟି ସ୍ଥାନରେ ନାକାବନ୍ଦୀ କରାଯାଇ ଚେକିଂ ମଧ୍ୟ କରାଯାଇଛି । ଅତିଥିମାନଙ୍କ ଅତିଥେୟକୁ ଯେଭଳି କୌଣସି ବ୍ୟତିକ୍ରମ ନ ହେବ ସେଥିପାଇଁ ସମସ୍ତ ଦିଗକୁ କମିଶନରେଟ ପୋଲିସ ତନ ତନ କରି ପରଖିଛି । ଆଉ ଏହି କାର୍ଯ୍ୟକୁ ସୁଚାରୁରୂପେ ତ୍ଵରାନିତ୍ଵ କରିବା ପାଇଁ ସମସ୍ତ ଅତିଥିଙ୍କୁ ସୁରକ୍ଷାର ସହ ପୋଲିସ ବୈଠକ ସ୍ଥାନରେ ନେଇ ଛାଡ଼ୁଛି ବୋଲି କହିଛନ୍ତି ପୋଲିସ କମିଶନର ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 25, 2023, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.