ETV Bharat / state

Hockey World Cup 2023: ଅତିଥିଙ୍କୁ ଉତ୍ତମ ସେବା ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରଦାନକାରୀଙ୍କ ସହ କମିଶନରେଟ ପୋଲିସର ଆଲୋଚନା

author img

By

Published : Dec 19, 2022, 3:32 PM IST

ହକି ବିଶ୍ବକପ ନେଇ ଆଗୁଆ ପ୍ରସ୍ତୁତ ହେଲା କମିଶନରେଟ ପୋଲିସ । ଦେଶ ତଥା ଦେଶ ବାହାରୁ ଆସିବାକୁ ଥିବା ଅତିଥିଙ୍କୁ ଉତ୍ତମ ଅନୁଭୂତି ଦେବାପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରଦାନକାରୀ ଆଲୋଚନା କରିଛି ପୋଲିସ। ଅଧିକ ପଢ଼ନ୍ତୁ

commissionerate police held meeting for hockey world cup
ହକି ବିଶ୍ବକପ 2023 ନେଇ କମିଶନରେଟ ପୋଲିସର ବୈଠକ
ଅତିଥିଙ୍କୁ ଉତ୍ତମ ଅନୁଭୂତି ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରଦାନକାରୀ କମିଶନରେଟ ପୋଲିସର ଆଲୋଚନା

ଭୁବନେଶ୍ବର: ହକି ବିଶ୍ବକପ ବେଳେ ଅତିଥି ସତ୍କାର ଚିନ୍ତା । ଖରାପ ନୁହେଁ ଭଲ ଆତିଥ୍ୟ ଅନୁଭବ ଦେବା ପାଇଁ ପ୍ରୟାସ କରାଯାଉଛି । ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ । ଏନେଇ ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରଦାନକାରୀଙ୍କ ସହ ପୋଲିସ ଆଲୋଚନା କରିଛି ।

ଆଗକୁ ଆସୁଛି ହକି ବିଶ୍ବକପ । ରାଜ୍ୟ ତଥା ସାରା ବିଶ୍ବରୁ ଛୁଟିବ ହକିପ୍ରେମୀଙ୍କ ସୁଅ । ଅତିଥି ଯେପରି ଭଲ ଅନୁଭୂତି ନେଇ ଯିବେ ସେଥିପ୍ରତି ଦୃଷ୍ଟି ଦେଉଛି କମିଶନରେଟ୍‌ ପୋଲିସ । ସହରରେ ଭଲ ସେବା ଓ ଲୋକଙ୍କ ଭଲ ପାଇବା ସହ ଅଟୋ , ଟ୍ୟାକ୍ସି, ବସ ଓ ଆମ୍ବୁଲାନ୍ସ ଭଳି ସର୍ଭିସରେ କିଭଳି ଭଲ ଅନୁଭୂତି କରିବେ ସେନେଇ ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ପ୍ରୟାସ । ଏନେଇ ସହରର ସମସ୍ତ ପବ୍ଲିକ ଟ୍ରାନସପୋର୍ଟ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ଏପରିକି ବିଭିନ୍ନ ଅଟୋ , ବସ, ଟ୍ୟାକ୍ସି, ଆମ୍ବୁଲାନ୍ସ ଆସୋସିଏସନକୁ ନେଇ ଭୁବନେଶ୍ୱର ଡିସିପି ବୈଠକ କରିଛନ୍ତି । ଯେଉଁ ସଂସ୍ଥା ଯେଉଁ ସେବା ଦେଉଛନ୍ତି ସେସବୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ଅତିଥିଙ୍କୁ ସ୍ନେହର ସହ ସ୍ବାଗତ କରିବାକୁ ଡିସିପି କହିଛନ୍ତି । ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଆମ ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅତିଥିଙ୍କୁ ଅବଗତ କରାଇବେ। ସେମାନଙ୍କୁ ଏକ ବନ୍ଧୁତ୍ବର ପରିବେଶରେ ସହର ବୁଲାଇବା ସହ ସେମାନଙ୍କୁ ଆତିଥ୍ୟର ସେବା ଯୋଗାଇବେ । ନିର୍ଦ୍ଧିଷ୍ଟ ଚାର୍ଜ ବା ଅଧିକ ମୂଲ୍ୟ ନନେବାକୁ ପରାମର୍ଶ ଦେଇଛନ୍ତି ।

ଯଦି ଡ୍ରାଇଭରଙ୍କର ୟୁନିଫର୍ମ ଅଛି ସେସବୁ ପରିଧାନ କରିବେ । ନିଜ ଟି-ସାର୍ଟରେ ହକି ଲୋଗୋ ସୋ କରିପାରିବେ । ଅଟୋ, ଓଲା ବାଇକ, ଟ୍ୟାକ୍ସିରେ ହକି ପ୍ରମୋସନର ଷ୍ଟିକର ଲଗାଇବେ ।‌ ହକି ସମୟରେ ଅଯଥା ଗହଳି ନକରି କିପରି ପୋଲିସ ସହ ସହଯୋଗ କରି ସଠିକ ପାର୍କିଂ ଏବଂ ଟ୍ରାଫିକକୁ ନିୟନ୍ତ୍ରଣ କରିବାରେ ସହଯୋଗ କରିବେ, ଏନେଇ ଟ୍ରାଫିକ ପୋଲିସ କନଫରେନ୍ସ ରୁମରେ ଭୁବନେଶ୍ୱରର ସମସ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ପ୍ରଦାନକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି । ବୈଠକରେ ଟ୍ରାଫିକ ଡିସିପି ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.