ETV Bharat / state

ମୋବାଇଲ ଚୋରି ଆକାଉଣ୍ଟ ଖାଲି, ରାଜଧାନୀରୁ ଧରାପଡିଲେ ତିନପାହାଡି ଗ୍ୟାଙ୍ଗ୍ - ତିନପାହାଡି ଗ୍ୟାଙ୍ଗର

Police Exposed A Robbery Gang: ଯଦି ଆପଣଙ୍କ ମୋବାଇଲ ଚୋରି ହୋଇଛି । ତାହାଲେ ତୁରନ୍ତ ପୋଲିସରେ ଅଭିଯୋଗ କରାନ୍ତୁ ଏବଂ ବ୍ୟାଙ୍କକୁ ଫୋନ କରି ଲିଙ୍କଥିବା ଆକାଉଣ୍ଟକୁ ବ୍ଲକ କରାନ୍ତୁ । ନେଚେତ୍ ଆପଣ ମଧ୍ୟ ଏଭଳି ଲୁଟର ଶିକାର ହୋଇପାରିବେ । ଅଧିକ ପଢନ୍ତୁ

ମୋବାଇଲ ଚୋରି ଆକାଉଣ୍ଟ ଖାଲି, ରାଜଧାନୀରୁ ଧରାପଡିଲେ ତିନପାହାଡି ଗ୍ୟାଙ୍ଗ୍

author img

By ETV Bharat Odisha Team

Published : Jan 3, 2024, 10:51 PM IST

ମୋବାଇଲ ଚୋରି ଆକାଉଣ୍ଟ ଖାଲି, ରାଜଧାନୀରୁ ଧରାପଡିଲେ ତିନପାହାଡି ଗ୍ୟାଙ୍ଗ୍

ଭୁବନେଶ୍ୱର: ହୁସିଆର ସହରରେ ମୋବାଇଲ ଚୋରି କରୁଛନ୍ତି ଆକାଉଣ୍ଟ ଖାଲି ।ଏକାଠି ହୋଇ ଗହଳି କରି ଅଜାଣତରେ କରୁଛନ୍ତି ଲୋକଙ୍କ ପକେଟମାର ।ଚୋରି ପରେ ସିମକାର୍ଡ ନେଇ ସିଧାଖାଲି କରୁଛନ୍ତି ଆକାଉଣ୍ଟ ।ଏଭଳି ନୂଆ ଟେକନିକ୍ ନୂଆ ଉପାୟରେ ଲୁଟପାଟ କରୁଥିବା ତିନିପାହାଡି ଗ୍ୟାଙ୍ଗ ଧରାପଡିଛି କମିସନରେଟ ପୋଲିସ ହାତରେ ।ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ସୂଚନାଯୋଗ୍ୟ ଝାରଖଣ୍ଡ ଆସାମ ଓ ଆସାନସୋଲ ଭଳି ତିନିପାହାଡି ଇଲାକାରୁ ଆସିଛନ୍ତି ଏହି ଗ୍ୟାଙ୍ଗ ।ସହରର ବିଭିନ୍ନ ଜାଗାରେ ଘର ଭଡ଼ା ନେଇ ଲଜରେ ରହି ଏକ ସଂଗଠିତ ଭାବେ ଲୁଟ କରନ୍ତି ଏମାନେ ।ପର୍ବ ପର୍ବାଣୀ ସମୟରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କ ମୋବାଇଲକୁ କୌଶଳରେ ଲୁଟ କରନ୍ତି ଏମାନେ । ପରେ ତୁରନ୍ତ ମୋବାଇଲରୁ ସିମକାର୍ଡ ଅଲଗା କରିଦେଇ ସେହି ନମ୍ବର ସହ ଲିଙ୍କଥିବା ଅଲଗା ୟୁପିଆଇ ଆପ ସହ ଲିଙ୍କ କରାଇ ଆକାଉଣ୍ଟରୁ ଖାଲି କରିଦିଅନ୍ତି ଟଙ୍କା ।

ବିଗତ କିଛି ଦିନ ହେବ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଏପରି ଲୁଟ ହେଉଥିବା ଅଭିଯୋଗ ହୋଇଥିଲା । ଚୋରି ମୋବାଇଲ ନମ୍ବରର ସହ ଲିଙ୍କଥିବା ଆକାଉଣ୍ଟରୁ ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଗାଏବ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ କମିସନରେଟ୍ ପୋଲିସ ଏହାକୁ ଟ୍ରାକ କରି ଏହି ଗ୍ୟାଙ୍ଗର ଫର୍ଧାଫାସ କରିଛି । ପୋଲିସ ଏହି ଗ୍ୟାଙ୍ଗ ସହ କ୍ରାଇମ୍ ସିଣ୍ଡିକେଟର ଗୁମର ଖୋଲିଛନ୍ତି । ବିଶେଷ କରି ଏଇଭଳି ବିଭିନ୍ନ ଗ୍ରୁପ କରି ଭାରତର ବିଭିନ୍ନ ଅଞ୍ଚଳରେ ବୁଲି ଏପରି ନିଜର ଗ୍ୟାଙ୍ଗ୍ ଅପରେଟ କରୁଛନ୍ତି । ୧୪ରୁ ୧୫ଜଣ ଗୋଟିଏ ଲେଖାଁଏ ଗ୍ୟାଙ୍ଗରେ କାମ କରୁଛନ୍ତି । ଏନେଇ ପୋଲିସ ଏମାନଙ୍କ କ୍ରାଇମ୍ ହିଷ୍ଟ୍ରି ଭେରିଫିକେସନ ବେଳେ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ .....ରାଜଧାନୀରେ ବୃଦ୍ଧଙ୍କୁ ବ୍ଲେଡ୍ ମାରି ଲୁଟ

ନୂଆବର୍ଷରେ ଏମାନେ ପୁରୀରୁ ଅନେକ ମୋବାଇଲ ଫୋନ ଲୁଟପାଟ କରି ସେମାନଙ୍କ ଆକାଉଣ୍ଟରୁ ମଧ୍ୟ ଅନେକ ଟଙ୍କା ଖାଲି କରିଛନ୍ତି । ଭୁବନେଶ୍ୱରରେ କ୍ୟାପିଟାଲ ଥାନା ଅଞ୍ଚଳରେ ୮ଟି କେସ ରହିଥିବା ବେଳେ ସାଇବର ଥାନାରେ ମଧ୍ୟ ଏମାନଙ୍କ ନାଁରେ ଗୋଟିଏ କେସ ରହିଛି ।ତେବେ ଏନେଇ ଅନ୍ୟଜିଲ୍ଲାରେ ମଧ୍ୟ ଏପରି ଲୁଟ କରିଥାଇପାରନ୍ତି ।ଏନେଇ ଅନ୍ୟ ଜିଲ୍ଲା ପୋଲିସକୁ ଆଲର୍ଟ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ଅନ୍ୟପଟେ ଏବେ ବି ମୁଖିଆ ଫେରାର ରହିଛି ।ଯେ କି ଏମାନଙ୍କୁ ଏପରି ତାଲିମ ଦେଇ ଦରମା ହିସାବରେ ରଖିଛନ୍ତି ।ଏମାନେ ଏପରି ଲୁଟପାଟ କଲେ ସେମାନଙ୍କୁ ଦରମା ହିସାବରେ ଟଙ୍କା ମିଳୁଥିଲା ।ଏମାନଙ୍କର ନେଟୱର୍କ ସାରା ଦେଶରେ ରହିଛି । ଯଦି ମୋବାଇଲ ଚୋରି ହେଉଛି ତେବେ ତୁରନ୍ତ ପୋଲିସରେ ଅଭିଯୋଗ କରାନ୍ତୁ ।ଏହାସହ ବ୍ୟାଙ୍କକୁ ଫୋନ କରି ବ୍ଲକ କରାନ୍ତୁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.