ETV Bharat / state

କାମ କରୁନି ସରାଇ ଆପ, ହୋଟେଲରେ କିଏ ରହୁଛି ପୋଲିସ ପାଖରେ ଖବର ନାହିଁ ! - ଜି20 ଆନ୍ତର୍ଜାତିକ ସମ୍ମିଳନୀ

ଜି20 ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି। ଅନ୍ୟପଟେ କାମ କରୁନି ହୋଟେଲରେ ରହୁଥିଲା ଲୋକଙ୍କ ଉପରେ ନଜର ରଖୁଥିବା ସରାଇ ଆପ। ଅଧିକ ପଢନ୍ତୁ

sarai app deactivate
sarai app deactivate
author img

By

Published : Apr 29, 2023, 10:04 AM IST

ଭୁବନେଶ୍ବର: ସହରର ହୋଟେଲରେ ରହୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଥିଲା ସରାଇ ଆପ୍‌ । କିନ୍ତୁ ତାହା ଏବେ ଅଚଳ । ସରାଇ ଆପକୁ ଆର୍ଥିକ ଅଭାବରୁ ବନ୍ଦ କରିଦେଇଛି କମିଶନରେଟ ପୋଲିସ । ଫଳରେ ହୋଟେଲରେ ରହୁଥିବା ଲୋକଙ୍କ ଖବର ନାହିଁ ପୋଲିସ ପାଖରେ । ଗୋଟିଏ ପଟେ ଜି20 ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ସହରରେ ସୁରକ୍ଷାକୁ କଡାକଡି କରାଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ବଡ ସୁରକ୍ଷା ଉପରୁ ପୋଲିସ ଯେପରି ନଜର ହଟାଇ ଦେଇଛି ।

ସହରରେ ପୁଳା ପୁଳା ଛୋଟ ବଡ଼ ହୋଟେଲ ରହିଛି । ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହାର ସମେତ ବିଦେଶରୁ ଲୋକ ଆସି ମଧ୍ୟ ରହୁଛନ୍ତି । ହେଲେ ହୋଟେଲରେ କିଏ ରହୁଛି, କାହିଁକି ରହୁଛି, କେଉଁ ଉଦ୍ଦେଶ୍ୟରେ ରହୁଛି ସେ ନେଇ କିନ୍ତୁ କମିଶନରେଟ୍ ପୋଲିସ ପାଖରେ ଖବର ଅଛି କି ନାହିଁ ତାହା ଜଣାନାହିଁ ।

ହୋଟେଲ ଓ ଲଜରେ ରହି ଅପରାଧ ଘଟାଉଥିବା ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଗତ 2021ରେ ସରାଇ ଆପ ଲଞ୍ଚ କରିଥିଲା କମିଶନରେଟ ପୋଲିସ । ଗେଷ୍ଟ ହାଉସ ବା ହୋଟେଲରେ ରହୁଥିବା ପେଇଙ୍ଗ ଗେଷ୍ଟଙ୍କ ସମସ୍ତଙ୍କ ତଥ୍ୟ ଏହି ଆପରେ ଅପଡେଟ ହେଉଥିଲା । କେବେ କିଏ ଆସିଲେ, କିଏ କେଉଁଠି ରହିଲେ । ସେମାନଙ୍କ ଅସଲ ପରିଚୟ ଓ ପରିଚୟ ପତ୍ର ଡିଜିଟାଲ ଡାଟା ସବୁ ଆପରେ ହେଉଥିଲା ଅପଡେଟ । କିନ୍ତୁ ଏବେ ଆପ ଅଚଳ ହୋଇଯାଇଥିବାରୁ ହୋଟେଲ ଗୁଡିକରେ କିଏ ରହୁଛି କଣ କରୁଛି ତାହାର ତଥ୍ୟ ନାହିଁ ପୋଲିସ ପାଖରେ ।

ଆପ ବନ୍ଦ ହେବା ଯୋଗୁ ଏବେ ହୋଟେଲରେ ରହୁଥିବା ଲୋକଙ୍କ ଗତି ବିଧି ଉପରେ ସଠିକ ଭାବେ ନଜର ରଖିବା ସମ୍ଭବ ପର ହୋଇପାରୁନାହିଁ । ଜି 20 ସମ୍ମିଳନୀ ଉଦଯାପିତ ହୋଇଥିବା ବେଳେ ସମ୍ମିଳନୀ ସମୟରେ ସହରରେ କଡା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କିନ୍ତୁ ଅପରାଧୀଙ୍କ ଉପରେ ନଜର ରଖିବାକୁ ଆରମ୍ଭ ହୋଇଥିବା ଆପ କାମ ନକରିବା ଏବେ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା ଓ ବନ୍ଦୋବସ୍ତ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ବର୍ଷକ ତଳେ ହୋଟେଲରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ବା ସହରରେ ରହୁଥିବା ବିଦେଶୀ ଅତିଥିଙ୍କ ଉପରେ ନଜର ରଖିବାକୁ ସରାଇ ଆପକୁ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଯାହା ଦ୍ବାରା ପୋଲିସକୁ ହୋଟେଲକୁ ଆସିବାକୁ ପଡୁନଥିଲା । ପୋଲିସ ପାଖରେ ହୋଟେଲରେ ରହୁଥିବା ଅତିଥିଙ୍କ ତଥ୍ୟ ସଠିକ ସମୟରେ ପହଞ୍ଚିଯାଉଥିଲା । ଏବେ କିନ୍ତୁ ଏହି ଆପକୁ ଲଗ୍ ଇନ୍ କଲେ ଆସେସ ଡିନାଏ ଲେଖୁଛି । ଅର୍ଥାତ୍ ଏହା କାର୍ଯ୍ୟକ୍ଷମ ନାହିଁ ବୋଲି ଜଣାପଡିଛି । ଫଳରେ ହୋଟେଲ କର୍ତ୍ତୃପକ୍ଷ ଚିନ୍ତାରେ । କାରଣ ସହରରେ ସମ୍ମିଳନୀ ଆୟୋଜନ ସମୟରେ ପୋଲିସ କିପରି ସରାଇ ଆପ ଆଡ଼କୁ ଧ୍ୟାନ ହଟାଇ ଦେଇଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ହୋଟେଲରେ କିଏ ରହୁଛି । ସହରରେ ମାଳ ମାଳ ବିଦେଶୀ ରହୁଥିବା ବେଳେ ସେମାନଙ୍କ ସୁରକ୍ଷା ଆଡ଼କୁ କେତେ ଗୁରୁତ୍ବ ଦେଉଛି ପୋଲିସ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.