ETV Bharat / state

Jail Parade: ଜେଲରେ ଅପରାଧୀଙ୍କୁ ଚିହ୍ନିଲେ ୩୦ ନୂଆ SI, କ୍ରିମିନାଲ ଟ୍ରାକ ପାଇଁ ନୂଆ ରଣନୀତି - କମିଶନରେଟ ପୋଲିସ

କମିଶନରେଟ ପୋଲିସର ଜେଲ ପରେଡ ଅଭିଯାନ । ଜେଲକୁ ଆସି ଅପରାଧୀଙ୍କୁ ଚିହ୍ନିବା ସହ ସେମାନଙ୍କ ଅପରାଧ ସମ୍ପର୍କରେ ଅବଗତ ହେଲେ ନୂଆ SI । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 9, 2023, 10:59 PM IST

ଜେଲରେ ଅପରାଧୀଙ୍କୁ ଚିହ୍ନିଲେ ୩୦ ନୂଆ SI

ଭୁବନେଶ୍ବର: କମିଶନରେଟ ପୋଲିସର ଜେଲ ପରେଡ ଅଭିଯାନ। ଝାରପଡ଼ା ସ୍ବତନ୍ତ୍ର ଜେଲରେ ଦୀର୍ଘ ୬ମାସ ପରେ ପରେଡ କରିଛି ପୋଲିସ । ଏନେଇ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୬୦ରୁ ଊର୍ଦ୍ଧ୍ବ ପୋଲିସ ଅଫିସର ପହଞ୍ଚି ଅପରାଧୀଙ୍କୁ ଚିହ୍ନଟ କରିଛନ୍ତି । କମିଶନରେଟରେ ନୁଆ ୩୦ରୁ ଏସଆଇ ଯୋଗ ଦେଇ ନିକଟ ଅତୀତରେ ଗିରଫ ହୋଇଥିବା ଅପରାଧୀମାନଙ୍କୁ ଚିହ୍ନଟ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ କ୍ରାଇମ କ୍ରିମିନାଲ ଟ୍ରାକ୍‌ ପାଇଁ ନୂଆ ରଣନୀତି ଆରମ୍ଭ କରିଛି କମିଶନରେଟ ପୋଲିସ ।

ଜେଲରେ ଅପରାଧୀଙ୍କୁ ଚିହ୍ନିଲେ ୩୦ ନୂଆ SI
ଜେଲରେ ଅପରାଧୀଙ୍କୁ ଚିହ୍ନିଲେ ୩୦ ନୂଆ SI

ରାଜଧାନୀ ଭୁବନେଶ୍ବରରେ ବିଭିନ ଅପରାଧ ଘଟାଇ ନିକଟରେ ଜେଲ୍‌କୁ ଆସିଥିବା ଅପରାଧୀଙ୍କ ସମ୍ପର୍କରେ ଛାନଭିନ କରିଛନ୍ତି କମିଶନରେଟ ପୋଲିସ ଅଧିକାରୀ । ଯେହେତୁ କମିଶନରେଟରେ ନୂଆ ୩୦ ଏସଆଇ ଯୋଗଦେଇଛନ୍ତି ସେମାନେ ନିକଟ ଅତୀତରେ ଗିରଫ ହୋଇଥିବା କ୍ରାଇମ୍ କ୍ରିମିନାଲ ସମ୍ପର୍କରେ ଅବଗତ ନାହାଁନ୍ତି । ତେଣୁ ଜେଲ୍‌ ମାନୁଆଲ ଅନୁସାରେ କମିଶନରେଟ ପୋଲିସରେ ଯୋଗଦେଇଥିବା ନୂଆ ଏସଆଇ ଓ ପୁରୁଣା ଏସଆଇଙ୍କଠୁ ଏହି ଅପରାଧୀଙ୍କ ସମ୍ପର୍କରେ ବୁଝିଛନ୍ତି ।

ପ୍ରାୟ ଏକାଧିକ ଥାନାର ନୂଆ ଇନସ୍ପେକ୍ଟରମାନେ ଜେଲ ଭିତରେ ଅପରାଧୀ ସମ୍ପର୍କରେ ଜାଣିଛନ୍ତି। ସେମାନଙ୍କର ଅପରାଧିକ ରେକର୍ଡ ସମ୍ପର୍କରେ ସାଥୀ ଅଫିସରଙ୍କଠୁ ବୁଝିଛନ୍ତି । କିଏ କେଉଁ କେସରେ ଆସିଛନ୍ତି ? କେତେ ଦିନ ବ୍ୟବଧାନରେ କିଏ ଜେଲକୁ ଆସିଛି ? କେତେଜଣ ପେଶାଗତ ଅପରାଧି ରହିଛନ୍ତି ? ରାଜ୍ୟ ବାହାରର ଅପରାଧୀ କେଉଁମାନେ ରହିଛନ୍ତି ? ସେମାନଙ୍କ ମଧ୍ୟରେ କେଉଁମାନେ କେଉଁ ପ୍ରକାରର ଅପରାଧରେ ଜେଲ୍‌ ଭିତରକୁ ଯାଇଛନ୍ତି ? ଏମାନଙ୍କ ଭିତରେ ହାର୍ଡକୋର କ୍ରିମିନାଲ କିଏ ? ଦାଗୀ ବା କେଉଁ ଅପରାଧୀଙ୍କ ନେଟୱର୍କ ବାହାରେ ରହିଛି ? କେଉଁ ଅଞ୍ଚଳର ସେମାନେ ସକ୍ରିୟ ଥାନ୍ତି ଏ ସମସ୍ତ ଦିଗକୁ ନେଇ ଜେଲରେ ଥିବା ଚୋରି ଡକାୟତି ଛିନତାଇ ଓ ରାହାଜାନୀ ଗଣ୍ଡଗୋଳକାରୀ ଓ ପେସାଦାର ଅପରାଧୀଙ୍କ ସମ୍ପର୍କରେ ଏକ ପୋଲିସ ମାନସ ମନ୍ଥନ କରିଛି ।

ଏହା ବି ପଢନ୍ତୁ- 'ଓଡିଶା ଧନୀ ବିଜେଡି ଧନୀ, କିନ୍ତୁ ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛି'

ଅପରାଧୀଙ୍କ ଅପରାଧର ଇତିହାସ ସହ କେଉଁ କ୍ରିମିନାଲ କେବେ ବାହାରିଛନ୍ତି ଜାମିନରେ କେତେ ଅଛନ୍ତି ଭିତରେ ସେମାନଙ୍କର ପୁରା ରେକର୍ଡ ଯାଞ୍ଚ କରିବା ସହ ନବାଗତ ଏସଆଇମାନଙ୍କୁ ଚିହ୍ନାଇ ସେମାନଙ୍କ ସକ୍ରିୟତା ସମ୍ପର୍କରେ ଛାନଭିନ କରାଯାଇଛି । ଫଳରେ ଅପରାଧ ଘଟାଇ ଜେଲ ଭିତରେ ଥିବା ଅପରାଧୀଙ୍କ ରେକର୍ଡର ମଧ୍ୟ ଆଗକୁ ପରିଚାଳନା ହୋଇପାରିବ ।

ତେବେ ଏନେଇ ଅତିରିକ୍ତ ଡିସିପି କହିଛନ୍ତି, "ଭୁବନେଶ୍ବରରେ ଅନେକ ଅଫିସର ଯେଉଁମାନେ ଜିନିଷ ଚୋରି ଛିନତାଇ, ଡକାୟତି ଓ ରାହାଜାନି ଭଳି ଘଟଣାର ତଦନ୍ତ କରନ୍ତି । ସେମାନେ ଅଧିକାଂଶ ପ୍ରମୋସନ ହୋଇଛି । ଫଳରେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ନୂଆ ଅଫିସରମାନେ ଏସବୁ ତଦନ୍ତର ଦାୟିତ୍ବ ନେବେ । ତେଣୁ କ୍ରାଇମ୍ କ୍ରିମିନାଲଙ୍କ ହିଷ୍ଟ୍ରି ଓ ସେମାନଙ୍କର ଗତିବିଧି ଜାଣିଲେ ଅଫିସରମାନେ ଯିଏ ଫିଲ୍ଡରେ ବୁଲିବେ ବା ଏଭଳି ଘଟଣାମାନ ତଦନ୍ତ କରିବେ ସେମାନଙ୍କୁ ଅପରାଧୀଙ୍କ ସମ୍ପର୍କରେ ଟ୍ରାକ୍ କରିବା ସହଜ ହେବ । ତେଣୁ ସହରରେ ଅପରାଧୀ ଓ ଅପରାଧ ଉପରେ ନଜର ରଖିବା ସହ ନୂଆ ଅଫିସରଙ୍କୁ ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ଅବଗତ କରିବା ଏହା ଏକ ସହଜ ଉପାୟ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.