ETV Bharat / state

ଚୋରି ହେଲେ ତୁରନ୍ତ ହେବ ଗୁଗଲ୍‌ ମ୍ୟାପିଂ, AI ଜରିଆରେ ଅପରାଧି ଧରିବ ପୋଲିସ - AI Techno Catch Accuse

AI Technology to Catch Accused: ଭୁବନେଶ୍ବରରେ ଅପରାଧ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେବ ପୋଲିସ । ଚୋରି ଛିନତାଇ ଅଞ୍ଚଳକୁ ତୁରନ୍ତ ଗୁଗଲ ମ୍ୟାପିଂ କରାଯିବ । ଅଧିକ ପଢ଼ନ୍ତୁ

AI ଜରିଆରେ ଅପରାଧି ଧରିବ ପୋଲିସ
AI ଜରିଆରେ ଅପରାଧି ଧରିବ ପୋଲିସ
author img

By ETV Bharat Odisha Team

Published : Jan 10, 2024, 10:36 PM IST

ଭୁବନେଶ୍ବର: ରାଜଧାନୀରେ ଚୋରି ଛିନତାଇ ଅପରାଧ ନିୟନ୍ତ୍ରଣ ଚିନ୍ତା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେବ ପୋଲିସ । ଚୋରି ଛିନତାଇ ଅଞ୍ଚଳକୁ ତୁରନ୍ତ ଗୁଗଲ ମ୍ୟାପିଂ କରାଯିବ । ନୂତନ ସିସିଟିଭି କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରୁ ଏସବୁ ଅପରାଧିକ ଅଞ୍ଚଳ ମନିଟର ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ସହରର ସିସିଟିଭିରୁ ଅପରାଧୀଙ୍କୁ ଚିହ୍ନଟ ପାଇଁ ଯୋଜନା କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ।

ଦିନକୁ ଦିନ ସହରରେ ନୂଆ ନୂଆ ଅପରାଧ ଘଟୁଛି । ଷ୍ଟ୍ରିଟ୍‌ କ୍ରାଇମ୍‌ଠୁ ଆରମ୍ଭ କରି ନୂଆ ନୂଆ ଟ୍ରେଣ୍ଡ୍‌ କ୍ରାଇମ୍‌ । ଏଭଳି ଅପରାଧୀ ଓ ଅପରାଧକୁ ଚେକ୍‌ମେଟ୍‌ ପାଇଁ ଟେକ୍ନୋଲୋଜି ସହାୟତା ନେବ ପୋଲିସ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସହରରେ ଚୋରି ଛିନତାଇ ଓ ନୂଆ ନୂଆ ଟ୍ରେଣ୍ଡ ଅପରାଧକୁ ପ୍ରାଧାନ୍ୟ ଦେଇଛି ପୋଲିସ । ସେସବୁ ଅପରାଧ‌ ଘଟୁଥିବା ଅଞ୍ଚଳକୁ ଗୁଗଲରେ ମ୍ୟାପ୍‌ କରିବ ପୋଲିସ । ଫଳରେ‌ ସେହି ଅଞ୍ଚଳର ଲୋକ ଓ ପୋଲିସ ମଧ୍ୟ ଆଲର୍ଟ ରହିପାରିବ । ଅପରାଧ ଘଟାଇ ଛୁ ମାରୁଥିବା ଅପରାଧୀକୁ ଆଖି ପିଛୁଳାକେ କିପରି ଟ୍ରାକ୍‌ କରିହେବ, ସେନେଇ ବଡ ଯୋଜନା ଚଳାଇଛି ପୋଲିସ । ଏନେଇ‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମେଥଡର ସହାୟତା ନେବାକୁ ଯାଉଛି‌ ପୋଲିସ । କାରଣ ବିଭିନ୍ନ ଛକ ଛକ ଓ ଟ୍ରାଫିକରେ‌ ଲାଗୁଥିବା କ୍ୟାମେରାରେ AI ଜରିଆରେ ଅପରାଧୀଙ୍କୁ ସହଜରେ‌ ଟ୍ରାକ୍‌ କରିହେବ । କାରଣ ପୂର୍ବରୁ କମିଶନରେଟ ପୋଲିସ "ସହଭାଗିତା" ସ୍କିମ୍‌ରେ ପୁରା ସହରକୁ ସିସିଟିଭି ସର୍ଭେଲାନ୍ସରେ ଯୋଡିବାକୁ ପ୍ରୟାସ ଚଳାଇଛି । ଫଳରେ ଜନସାଧାରଣଙ୍କ ସହଯୋଗରେ କମିଶନରେଟ ପୋଲିସ ସହରର ସମସ୍ତ ସିସିଟିଭିର ଆଇପି ଆଡ୍ରେସ ଜରିଆରେ କଣ୍ଟ୍ରୋଲ ରୁମରୁ ସବୁ ମନିଟର‌ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ବେଳେ ଅପରାଧ ରୋକିବ 'ତ୍ରିଶୂଳ'

ପୂର୍ବରୁ ଡାଟା ବେସରେ ଥିବା ଅପରାଧୀଙ୍କ ଫଟୋ ସହ ସେମାନଙ୍କର କ୍ରାଇମ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡାଟା ବେସରେ ରହିବ । ଫଳରେ ଯେଉଁ ଅଞ୍ଚଳରେ ଯେଉଁ ଅପରାଧୀର ଗତିବିଧି ରହିବ, ସେହି କ୍ୟାମେରାରୁ ଫଟୋ ସହ ଡାଟା ବେସର ଫଟୋ ମ୍ୟାଚ୍‌ ହୋଇଗଲେ ଜଣାପଡିବ କେଉଁ ଅପରାଧୀ କେଉ ଅଞ୍ଚଳରେ ବୁଲୁଛି ବା କେଉଁ ଅପରାଧରେ ସାମିଲ ଥାଇପାରେ । ଅର୍ଥାତ ରାଜ୍ୟ ବାହାରର ଅପରାଧୀ ଡାଟା ବେସରୁ ସିଧା କେଉଁ ଅଞ୍ଚଳରେ କ୍ୟାମେରାରେ ଦେଖାଗଲେ ସିଧା ସଳଖ ଟ୍ରାକ ହୋଇପାରିବ ।

ଅପରାଧ ଘଟାଇ ଛୁ ମାରୁଥିବା ଅପରାଧୀ ଅର୍ଥାତ୍ ପୋଲିସ ପହଞ୍ଚିବାରେ ବିଳମ୍ବ ହେଉଥିବା ଘଟଣାସ୍ଥଳର ସଠିକ ସ୍ଥିତି ବିଷୟରେ ନଜର ରଖିବା ସହ ଅପରାଧିକ କାର୍ଯ୍ୟର ପର୍ଦ୍ଦାଫାସ ହୋଇପାରିବ । କାରଣ ଅନେକ ସମୟରେ ବିଭିନ୍ନ ମେଟ୍ରୋ ସିଟି ଓ ବିଦେଶରେ ପୋଲିସ ବିଭାଗର ଏଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କଣ୍ଟ୍ରୋଲ ରୁମ ଜରିଆରେ ଅପରାଧ ଓ ଅପରାଧୀଙ୍କୁ ଟ୍ରାକ୍‌ କରିବା ବା ଡିଟେକ୍ସନ କରିବା ସହଜ ହୋଇଥାଏ । ଫଳରେ ପୋଲିସ ପାଇଁ ଭୁବନେଶ୍ବର ଭଳି ସହରର ପ୍ରତିଟି ଗତିବିଧି ଉପରେ ପୋଲିସ କଣ୍ଟ୍ରୋଲ ରୁମରୁ ଥାଇ ମନିଟର କରିବା ମଧ୍ୟ ସହଜ ହେବ । ଏନେଇ ପୋଲିସ କମିଶନର କହିଛନ୍ତି, "ଏନେଇ ବିଗତ ଦିନରେ ପୂର୍ବବର୍ଷ ତୁଳନାରେ ଗତବର୍ଷ ଅନେକ ଅପରାଧରେ ଫରକ ଆସିଛି । ଅନେକ କେସ୍‌ ଡିଟେକ୍ସନ କରିଛୁ, ତେଣୁ ଏଥର‌ ଟେକ୍ନୋଲୋଜି ସହାୟତାରେ କିପରି ଅପରାଧ ଓ ଅପରାଧୀଙ୍କୁ ମନିଟର କରିବା ବା ସେମାନଙ୍କ ଗତିବିଧି ଉପରେ ନଜର ରଖିବା, ସେନେଇ ଗୁରୁତ୍ବ ଦିଆଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.